ମାସ୍କ ପିନ୍ଧୁ ନଥିବା ଲୋକେ ହୋଇଯାନ୍ତୁ ସତର୍କ, ବାୟୁ ଦ୍ୱାରା ବ୍ୟାପୁଛି କରୋନା ଭାଇରସ୍‌ !

କରୋନା ଭାଇରସକୁ ନେଇ ଏକ ନୂଆ ଏବଂ ଏକଦମ୍‌ ଗୁରୁତ୍ୱପୂର୍ଣ୍ଣ ଦାବି କରାଯାଇଛି। ଯାହାକୁ ଶୁଣିବା ପରେ ହୁଏତ ଆପଣଙ୍କର କରୋନାକୁ ନେଇକି ଚିନ୍ତା ଆହୁରି ଅଧିକ ଗୁଣା ବଢ଼ିଯିବ। ପ୍ରାୟ ୨୦୦ରୁ ଅଧିକ ବୈଜ୍ଞାନିକ ଦାବି କରିଛନ୍ତି ଯେ କରୋନା ଭାଇରସ ବାୟୁ ମାଧ୍ୟମରେ ବ୍ୟାପିପାରେ। ଅର୍ଥାତ ବାୟୁରେ ଥିବା ସୂକ୍ଷ୍ମତମ ଭାଇରସ ଦ୍ୱାରା ମଧ୍ୟ ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି। ଏକ ରିପୋର୍ଟ ଅନୁଯାୟୀ ୩୨ଟି ଦେଶର ୨୩୯ ଜଣ ବୈଜ୍ଞାନିକ ବାୟୁ ମାଧ୍ୟମରେ ଏହି ଭାଇରସ୍‌ ବ୍ୟାପିପାରେ ବୋଲି ଦାବି କରିଛନ୍ତି ଏବଂ ସଂଗଠନ ଦ୍ୱାରା ନିଜର ରିପୋର୍ଟ ଏବଂ ନିୟମରେ ପରିବର୍ତ୍ତନ କରିବାକୁ କହିଛନ୍ତି।

coronaଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ WHO ଜଣାଇଛି ଯେ କରୋନା ଭାଇରସ ଦ୍ୱାରା ବ୍ୟାପୁଥିବା କୋଭିଡ ୧୯ ମହାମାରୀ ଭାଇରସ ଜଣେ ବ୍ୟକ୍ତିଙ୍କ କାଶ, ଛିଙ୍କ କିମ୍ବା କଥା ମାଧ୍ୟମରେ ତାଙ୍କ ନାକ ଏବଂ ମୁହଁରୁ ବାହାରୁ ଡ୍ରପଲେଟ୍ସ ଜରିଆରେ ଅନ୍ୟ ବ୍ୟକ୍ତିଙ୍କୁ ସଂକ୍ରମିତ କରିଥାଏ। କିନ୍ତୁ ଆସ୍ୱସ୍ତିକର ଖବର ହେଉଛି କରୋନାଭାଇରସ ବାୟୁ ଦ୍ୱାରା ବ୍ୟାପିବାର ଦାବିକୁ WHO ଖାରଜ ଖରିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କହିବା କଥା ଯେ ଭାଇରସର ବଡ ବଡ କଣିକା ଦ୍ୱାରା ବ୍ୟାପିଥାଏ ଏବଂ ଏହି କଣିକା ଏତେ ବି ହାଲକା ନୁହେଁ ଯେ ଗୋଟେ ସ୍ଥାନରୁ ଆଉ ଗୋଟେ ସ୍ଥାନକୁ ସହଜରେ ପହଁଚିଯାଇପାରିବ।

virusକେବଳ ଏତିକି ନୁହେଁ ସଂଗଠନ ତରଫରୁ ୨୯ ଜୁନରେ ଜାରି କରାଯାଇଥିବା କରୋନାଭାଇରସର ଲାଟେଷ୍ଟ ଅପଡେଟରେ ମଧ୍ୟ କୁହାଯାଇଛି ଯେ ପବନ ଦ୍ୱାରା ଭାଇରସ୍‌ ବ୍ୟାପିବା ଜନ୍ମ କରୁଥିବା ମେଡିକାଲ ପ୍ରୋସେସର କିମ୍ବା ୫ ମାଇକ୍ରୋନ୍ସ ଠାରୁ ମଧ୍ୟ ଛୋଟ ଡ୍ରପଲେଟସ୍‌ ଠାରୁ ହିଁ ସମ୍ଭବ ହୋଇପାରିବ।

ତେବେ WHOର ଇନଫେକସନ କଣ୍ଟ୍ରୋଲ ଟେକ୍ନିକାଲ ଲିଡ ଡାକ୍ତର କହିଛନ୍ତି ଯେ ଆମେ ଭାଇରସକୁ ବାୟୁ ଦ୍ୱାରା ବ୍ୟାପିବା ଆଶଙ୍କାକୁ ଖାରଜ କରୁନାହୁଁ କିନ୍ତୁ ଏହାକୁ ସମର୍ଥନ କରିବ ପାଇଁ ଆମ ପାଖରେ କୌଣସି ଠୋସ୍‌ ପ୍ରମାଣ ବି ମହଜୁଦ୍‌ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.