ସମ୍ବଲପୁର: ଭକ୍ତ ମାନିଲେନି କରୋନା କଟକଣା, ଶ୍ରାବଣ ସୋମବାରେ ମନ୍ଦିରରେ ପଶି କଲେ ଜଳାଭିଷେକ

ସମ୍ବଲପୁର(କେନ୍ୟୁଜ୍):  ଶ୍ରାବଣ ସୋମବାରରେ ଶିବ ମନ୍ଦିରରେ ଭିଡ଼ । କରୋନା ଯୋଗୁ ପୂଜାର୍ଚ୍ଚନା ଉପରେ କଟକଣା ଲଗାଇଛନ୍ତି ସରକାର । କିନ୍ତୁ ଆଜି ସମ୍ବଲପୁର ଜିଲ୍ଲାର ଧନୁପାଲି ସ୍ଥିତ ଏକ ଶିବ ମନ୍ଦିରରେ ଲୋକ ମହାଦେବଙ୍କୁ ପୂଜା କରିବା ସହ ଜଳଲାଗି କରିଥିଲେ । ସକାଳୁ ସକାଳୁ ମନ୍ଦିର ଗେଟ୍‌ ଆଗରେ ଭକ୍ତଙ୍କ ଭିଡ଼ ଜମିଥିଲା । ଗେଟ୍‌ ଖୋଲିବା ପରେ ଆରମ୍ଭ ହୋଇଥିଲା ପୂଜାର୍ଚ୍ଚନା । ଅଧିକାଂଶ ଲୋକଙ୍କ ମୁହଁରେ ମାସ୍କ ନଥିଲା କି ସାମାଜିକ ଦୂରତା ନିୟମ ପାଳନ କରୁନଥିଲେ ।

Corona restiction

ପ୍ରଶ୍ନ ଉଠୁଛି, ମନ୍ଦିରରେ ଭକ୍ତଙ୍କ ପୂଜାର୍ଚ୍ଚନାକୁ ସରକାର ଅନୁମତି ଦେଇ ନାହାନ୍ତି । କେବଳ ଠାକୁରଙ୍କ ନୀତିକାନ୍ତି କରାଯାଉଛି । କିଏ ଦେଲା ପୂଜା ଅନୁମତି ଓ ଭକ୍ତ କିଭଳି ମନ୍ଦିର ଭିତରେ ପୂଜାପାଠ କଲେ ତାଙ୍କୁ ନେଇ ପ୍ରଶ୍ନ ଉଠିଛି ।ଏ ସମ୍ପର୍କରେ ଶ୍ରଦ୍ଧାଳୁଙ୍କୁ ପଚାରିଯିବାରୁ କେହି ଏହାର ଉତ୍ତର ରଖିନଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.