Below header

ଚାଣକ୍ୟଙ୍କ ଚରମ ବାଣୀ: ଏହି ବଦଗୁଣ ଧାରୀଙ୍କ ପାଖରେ ବାସ କରନ୍ତି ନାହିଁ ଲକ୍ଷ୍ମୀ

ଚାଣକ୍ୟ ଜଣେ ଅର୍ଥଶାସ୍ତ୍ରୀ, ଶିକ୍ଷକ ହେବା ସହ ଜଣେ ବଡ ବିଦ୍ୱାନ ମଧ୍ୟ । ମାନବ ଜାତିକୁ ପ୍ରଭାବିତ କରୁଥିବା ଅତି ଛୋଟ ରୁ ଛୋଟ ଦିଗ ଉପରେ ଗଭୀର ଅଧ୍ୟୟନ କରିଛନ୍ତି ଚାଣକ୍ୟ । ଏହି ମହାନ ପଣ୍ଡିତଙ୍କ ଅନୁଯାୟୀ, ବ୍ୟକ୍ତି ଯେତେବି କୁଶଳ ବା ଯୋଗ୍ୟ ହୋଇଥାନ୍ତୁ ନା କାହିଁକି ଯଦି ତାଙ୍କ ଠାରେ ଏହି ତିନୋଟି ବଦ ଗୁଣ ଥିବ ତେବେ ତାଙ୍କ ପାଖରେ ଜମା ବି ଲକ୍ଷ୍ମୀ ବାସ କରିବେ ନାହିଁ । ଯେତେ ଆୟ କଲେ ମଧ୍ୟ ପାଣି ଭଳିଆ ଖର୍ଚ ହୋଇଯିବ । ତାଙ୍କ ଜୀବନରେ ଅଭାବ ଲାଗି ରହିବ । ଏହି କାରଣରୁ ହିଁ ମନୁଷ୍ୟ ନିମ୍ନରେ ଲିଖିତ ଅଵଗୁଣ ଗୁଡିକୁ ଆଦୌ ନିଜ ଭିତରେ ପ୍ରଶୟ ଦେବା ଉଚିତ ନୁହେଁ ।

ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ;

ବ୍ୟକ୍ତି ସଦାସର୍ବଦା ନକାରାତ୍ମକ ଚିନ୍ତା ଧାରା ଓ ବିଚାର ଠାରୁ ଦୂରେଇ ରହିବା ଉଚିତ । ନକାରାତ୍ମକ ଚିନ୍ତାଧାରା ବ୍ୟକ୍ତିଙ୍କ କୁଶଳତାକୁ ବିନାଶ କରିଥାଏ । ବ୍ୟକ୍ତି ବିଭିନ୍ନ ନକାରାତ୍ମକ ଚିନ୍ତା ଧାରାରେ ବୁଡି ରହିଲେ ଭଲ, ମନ୍ଦ, ଠିକ, ଭୁଲର ବିଚାର ତା ପାଖରେ ରୁହେ ନାହିଁ । ଦିନେ ସେ ସବୁ କିଛି ହରାଇ ବସେ ।ଏମିତି ବ୍ୟକ୍ତିଙ୍କ ଜୀବନରେ ସବୁସମୟରେ ସଙ୍କଟ ଲାଗି ରହିଥାଏ । ଧନର ଦେବୀ ଲକ୍ଷ୍ମୀ ସକାରାତ୍ମକ ବିଚାର ବିଶିଷ୍ଟ ବ୍ୟକ୍ତିଙ୍କ ପାଖରେ ବାସ କରିବାକୁ ଅଧିକ ପସନ୍ଦ କରନ୍ତି ।

chanakya  ଖରାପ ଶୁଣନ୍ତୁ ନାହିଁ କି ଖରାପ କୁହନ୍ତୁ ନାହିଁ :

ଖରାପ ଆଲୋଚନା ଠାରୁ ଯେତେ ଦୂର ସମ୍ଭବ ଦୁରେଇ ରୁହନ୍ତୁ । ଏହା ଏମିତି ଏକ ବଦଗୁଣ ଯାହା ବ୍ୟକ୍ତିଙ୍କୁ ଭିତରୁ ଭିତରୁ ହିଁ ନଷ୍ଟ କରିଦିଏ । ଖରାପ ଶୁଣିବା ଓ କହିବା ଦ୍ୱାରା ବ୍ୟକ୍ତିଙ୍କ ଗମ୍ଭୀରତା ନଷ୍ଟ ହୋଇଥାଏ । ସମାଜରେ ଛବି ଖରାପ ହୋଇଥାଏ । ଏହି କାରଣରୁ ଅନ୍ୟ ମାନେ ବି ଦୁରେଇ ଯାଆନ୍ତି ।ଲକ୍ଷ୍ମୀ ଏହି ଗୁଣ ଜମା ବି ପସନ୍ଦ ନୁହେଁ ।

ଅତ୍ୟଧିକ ଲୋଭୀ ହୋଇଥିଲେ ;

ବ୍ୟକ୍ତିକୁ ଅତ୍ୟଧିକ ଲୋଭ ଠାରୁ ଦୁରେଇ ରହିବା ଉଚିତ । ଲୋଭ ବ୍ୟକ୍ତିଙ୍କୁ ସବୁ କ୍ଷେତ୍ରରୁ କ୍ଷତି ପହଂଚାଇଥାଏ । ଲୋଭ ମଣିଷକୁ ସ୍ୱାର୍ଥପର ଓ ନିଷ୍ଠୁରତାରେ ପରିଣତ କରିଥାଏ । ତାଙ୍କ ଠାରେ ସମ୍ବେଦନା ଗୁଣ ସମ୍ପୂର୍ଣ ନଷ୍ଟ ହୋଇଯାଇଥାଏ । ଏହି ଧରଣର ବ୍ୟକ୍ତିଙ୍କ ଠାରେ ଧନର ଦେବୀ ଲକ୍ଷ୍ମୀ ବାସ କରିବାକୁ ବାସ କରିବାକୁ ପସନ୍ଦ କରନ୍ତି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.