ଆୟୁଷ ନିର୍ଦ୍ଦେଶକଙ୍କ ନାଁରେ ଅସଦାଚରଣ ଅଭିଯୋଗ, ଅଶ୍ଳୀଳ ମ୍ୟାସେଜ୍‌ ପଠାଇ ମହିଳା କର୍ମଚାରୀଙ୍କୁ ଦେଉଥିଲେ ମାନସିକ ନିର୍ଯାତନା

କେନ୍ୟୁଜ୍(ବ୍ୟୁରୋ):  ଜଣେ ଓଏଏସ୍‌ ଅଧିକାରୀଙ୍କ ନାଁରେ ଆସିଛି ଅସଦାଚରଣ ଭଳି ସଙ୍ଗୀନ ଅଭିଯୋଗ । ଅଧିକାରୀ ଜଣଙ୍କ ହେଉଛନ୍ତି ଭୁବନେଶ୍ୱର ଆୟୁଷ ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡଙ୍ଗୀ । କାର୍ଯ୍ୟାଳୟର ଜଣେ ମହିଳା କର୍ମଚାରୀଙ୍କୁ ଅଶ୍ଳୀଳ ମ୍ୟାସେଜ୍‌ ପଠାଇ ମାନସିକ ସ୍ତରରେ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଛନ୍ତି ।

ହ୍ଵାଟସ୍‌ଆପ୍‌ରେ ଅଶ୍ଳୀଳ ଭିଡିଓ ମଧ୍ୟ ପଠାଇ ହଇରାଣ କରୁଥିବା କହିିଛନ୍ତି କାର୍ଯ୍ୟରତ ମହିଳା କର୍ମଚାରୀ । ଏମିତିକି ପ୍ରତିବାଦ କରିବାରୁ ଚାକିରି ନେଇଯିବାର ଧମକ ମଧ୍ୟ ଦେଉଥିବା ଅଭିଯୋଗ କରିଛନ୍ତି । ଏନେଇ ସଂପୃକ୍ତ ମହିଳା ଜଣକ ଭୁବନେଶ୍ୱର ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.