ବିବାହ ବନ୍ଧନରେ ବାନ୍ଧି ହେବେ ନୋବିତା-ସିଜୁକା, ଦେଖନ୍ତୁ ‘ଡୋରେମନ୍‌’‌ର ସିକ୍ୱେଲର ପ୍ରଥମ ଝଲକ୍‌

ଭାରତର ସବୁଠୁ ଲୋକପ୍ରିୟ କାର୍ଟୁନ୍‌ ଶୋ’ ମଧ୍ୟରେ ‘ଡୋରେମନ୍‌’ ବେଶ୍‌ ଜଣାଶୁଣା। କୁନି କୁନି ପିଲାମାନେ ଏହି କାର୍ଟୁନ୍‌କୁ ବହୁତ ଦେଖିଥାନ୍ତି। ଫୁଜିକୋ ଫୁଜିଓ ଦ୍ୱାରା ନିର୍ମିତ ଏହି ଫିକ୍ସନ୍‌ ଚରିତ୍ର ଏକ ରୋବୋଟିକ୍‌ ମେଲ୍‌ କ୍ୟାଟ୍‌ ବା ବିଲେଇ, ଯିଏ ଭବିଷ୍ୟତରୁ ଆସିଛି। ତା’ ପାଖରେ ଏକ ମ୍ୟାଜିକ୍‌ ପକେଟ୍‌ ରହିଛି, ଯେଉଁଥିରୁ ସେ ବିଭିନ୍ନ ମ୍ୟାଜିକ୍‌ ଇନ୍‌ଷ୍ଟମେଣ୍ଟ ବାହାର କରିଥାଏ। ଡୋରେମନ୍‌, ନୋବିତା ଘରେ ରହେ। ସିରିୟଲରେ ପିଲାମାନେ ଯେତିକି ଡୋରେମନ୍‌କୁ ପସନ୍ଦ କରିଥାନ୍ତି, ସେତିକି ନୋବିତା ଓ ତା ସାଙ୍ଗ ସିଜୁକା, ଜିଆନ୍‌ ଓ ସୁନିଓକୁ ମଧ୍ୟ ଭଲ ପାଆନ୍ତି।

nobita

ନୋବିତା ସବୁବେଳେ ସିଜୁକାକୁ ଇମ୍ପ୍ରେସ୍‌ କରିବାକୁ ଚେଷ୍ଟା କରୁଥାଏ। ଅନେକ ଥର ସେମାନଙ୍କ ମଧ୍ୟରେ ଝଗଡ଼ା ବି ହୁଏ। କିନ୍ତୁ ଡୋମେନ୍‌, ସିଜୁକା ଓ ନୋବିତା ସବୁବେଳେ ସାଙ୍ଗ ହୋଇ ରହିଥାନ୍ତି। କିନ୍ତୁ ଏବେ କାହାଣୀକୁ ଆଗକୁ ବଢ଼ାଇବା ସମୟ ଆସିଛି। ଖୁବ୍‌ଶୀଘ୍ର ଡୋରେମନ୍‌ର ଆଗାମୀ ଫିଲ୍ମ ରିଲିଜ୍‌ ହେବାକୁ ଯାଉଛି। ସେଥିରେ ନୋବିତା ଓ ସିଜୁକାର ବିବାହ ହୋଇଥିବା ଦେଖିବାକୁ ମିଳିଛି। ୨୦୧୪ରେ ରିଲିଜ୍‌ ହୋଇଥିବା ଫିଲ୍ମର ଏହା ସିକ୍ୱେଲ। ଏହି ଫିଲ୍ମର ନାଁ ରହିଛି ‘Stand by Me Doraemon 2’।

ପ୍ରଥମ ପାର୍ଟରେ ନୋବିତା ଓ ଡୋରେମନ୍‌ର ପ୍ରଥମ ସାକ୍ଷାତ ଓ ତାଙ୍କ ଆଡଭେଞ୍ଚର ବିଷୟରେ ଥିବା ବେଳେ ଦ୍ୱିତୀୟ ପାର୍ଟରେ ନୋବିତା ଓ ସିଜୁକାଙ୍କ ବିବାହ ଦେଖିବାକୁ ମିଳିବ। ନଭେମ୍ବର ୨୦୨୦ରେ ଜାପାନରେ ଏହି ଫିଲ୍ମ ରିଲିଜ୍‌ ହୋଇସାରିଛି। ଫେବ୍ରୁଆରୀ ୨୦୨୧ରେ ଏହାକୁ ଇଣ୍ଡୋନେସିଆରେ ରିଲିଜ୍‌ କରାଯିବ।

ସିବିଆଇ ପିକ୍‌ଚର୍ସ ତରଫରୁ ଏନେଇ ଟ୍ଵିଟରରେ ସୂଚନା ଦିଆଯାଇଛି। ଏହି ଖବର ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ନୋବିତା ଓ ସିଜୁକାଙ୍କ ବିବାହ ଟ୍ରେଣ୍ଡ ହେଉଛି। ଏହି କାର୍ଟୁନ୍‌ ଚରିତ୍ରକୁ ପସନ୍ଦ କରୁଥିବା କୋଟି କୋଟି ଫ୍ୟାନ୍‌ ସୋସିଆଲ ମିଡିଆରେ ଟ୍ଵିଟ୍‌ କରି ନିଜ ଇମୋସନ୍‌ ସେୟାର କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.