Below header

ଜଙ୍ଗଲରେ ଦୁଇ ବାଘଙ୍କ ମଧ୍ୟରେ ହେଲା ଘମାଘଟ ଲଢ଼େଇ, ଛିଡ଼ା ହୋଇ ଏମିତି ମାରିଲେ ଜଣେ ଜଣଙ୍କୁ ପଞ୍ଝା, ଦେଖନ୍ତୁ ପୂରା Video

ଏକ ଅଭୟାରଣ୍ୟରେ ଦେଖିବାକୁ ମିଳୁଛି, ଦୁଇଟି ବାଘ କାନ୍ଧରେ କାନ୍ଧ ମିଶାଇ ଚାଲୁଛନ୍ତି। ଗୋଟିଏ ଜଙ୍ଗଲ ରାସ୍ତାରେ ଯାଉଥିବା ବେଳେ ଅନ୍ୟଟି ତା’ଠାରୁ ସାମାନ୍ୟ ଦୂରରେ ଚାଲୁଛି। କିନ୍ତୁ ଗୋଟିଏ ସେକେଣ୍ଡ ଭିତରେ ଗୋଟିଏ ବାଘ ଦିଗ ବଦଳାଇ ଦେଉଛି ଏବଂ ଅନ୍ୟ ବାଘ ଉପରେ ହଠାତ୍‌ ଆକ୍ରମଣ କରୁଛି। ଦୁଇଟି ଯାକ ଛିଡ଼ା ହୋଇ ପରସ୍ପରକୁ ପଞ୍ଝା ମାରିବାରେ ଲାଗୁଛନ୍ତି। ଯିଏ ଗଳି ପଡ଼ୁଛି, ସେ ହାରି ଯାଉଛି।

ଦୁଇ ବାଘ ମଧ୍ୟରେ ଏଭଳି ଲଢ଼େଇର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହାକୁ ଭାରତୀୟ ବନ ସେବା ଅଧିକାରୀ ପ୍ରବୀଣ କାସବାନ ଟୁଇଟରରେ ଶେୟାର କରିଛନ୍ତି। ସେ ଏଥିରେ କ୍ୟାପସନ ଲେଖିଛନ୍ତି, ‘କ୍ଲାଶ ଅଫ୍‌ ଦ ଟାଇଟନ୍ସ। କେବଳ ଭାରତରେ। ଆପଣ ବହୁତ ଭଲ ଜିନିଷ ଦେଖିବେ’। କିନ୍ତୁ ଏହା ବିଷୟରେ କିଛି ଜଣାପଡ଼ିନାହିଁ କି, ଭିଡିଓଟି କେଉଁଠିକାର ଏବଂ କେବେ ନିଆଯାଇଥିଲା। ଅନୁମାନ କରାଯାଉଛି, ଭିଡିଓକୁ ଚଳନ୍ତା ଗାଡ଼ିରୁ ଶୁଟ୍‌ କରାଯାଇଛି, ଯାହା ଅଭୟାରଣ୍ୟ ମଧ୍ୟ ଦେଇ ଯାତ୍ରା କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.