ସାଲେପୁର(କେନ୍ୟୁଜ୍): କଟକ ସାଲେପୁର ଥାନା ଅଂଚଳରେ ଘଟିଥିବା ୧୩ ବର୍ଷର ନାବାଳିକା ଝିଅକୁ ଗଣ ଦୁଷ୍କର୍ମ ଘଟଣ ରେ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କଲା ସାଲେପୁର ପୋଲିସ । ଦୁଇ ଅଭିଯୁକ୍ତ ହେଲେ ପୂର୍ବ ବଣହାର ଗାଁ ର ମନୋଜ କାଣ୍ଡି ଓ ନେଉଳ ବେହେରା ।
ନାବାଳିକା ମା’ର ଅଭିଯୋଗ ମୁତାବକ ନାବାଳିକାଟି ଘରେ ଏକୁଟିଆ ଥିବା ବେଳେ ଅଭିଯୁକ୍ତମାନେ ଏହାର ସୁଯୋଗ ନେଇ ନାବାଳିକାର ହାତଗୋଡ଼ ବାନ୍ଧି ତା ପାଟିରେ କପଡା ଦେଇ ଅଭିଯୁକ୍ତମାନେ ଦୁଷ୍କର୍ମ କରାଛନ୍ତି। ଏହି ଘଟଣାରେ ପୀଡିତାଙ୍କ ମାଆ କାଲି ସାଲେପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ସାଲେପୁର ପୋଲିସ ଘଟଣାର ତଦନ୍ତ କରି ଆଜି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି।