Below header

 ନିଲାମ ହେଲା ବିଦ୍ୟା ବାଲାନ ପିନ୍ଧିଥିବା ‘ଶ୍ରୀଗଣିତ’ ସମ୍ବଲପୁରୀ ଶାଢି, ୫୫ ହଜାରରେ କିଣିଲେ ଓଡିଆ ଛାତ୍ରୀ

ନିଲାମ ହେଲା ବିଦ୍ୟା ବାଲାନ ପିନ୍ଧିଥିବା ସମ୍ବଲପୁରୀ ଶାଢ଼ି। ଯାହା ‘ଶ୍ରୀଗଣିତ ଶାଢ଼ି’ ନାମରେ ଖୁବ୍ ପରିଚିତ । ଅନଲାଇନରେ ୧୫ତାରିଖରୁ ଏହାର ନିଲାମ ଆରମ୍ଭ ହୋଇଥିଲା। ଅନଲାଇନରେ ଏହି ଶାଢିର ନିଲାମ ଡକାଯାଇଥିବା ବେଳେ ଏହାକୁ ଜଣେ ଓଡିଆ ଛାତ୍ରୀ କିଣିଛନ୍ତି। ଏହି ଶାଢିକୁ ୫୫ ହଜାର ଦେଇ ସେ କିଣିଛନ୍ତି। ସେହି ଓଡିଆ ଛାତ୍ରୀଙ୍କ ନାମ ଦେବାଂଶୀ ମିଶ୍ର। ସେ ଗୁଆହାଟି ଆଇଆଇଟିରେ ପଢୁଛନ୍ତି।

‘ଉତ୍କଳ ଅମ୍ରିତା’ ବ୍ରାଣ୍ଡ୍ ନାଁ’ରେ ଏହାକୁ ବିଦ୍ୟା ବାଲାନଙ୍କ ପାଖେ ପହଞ୍ଚାଇଥିବା ସାବତ ଏକ୍ସପୋର୍ଟ ପ୍ରାଇଭେଟ୍ ଲିମିଟେଡ୍ର ନିର୍ଦେଶିକା ଅନିତା ସାବତ ଓ ଅମ୍ରିତା ସାବତ ଏନେଇ ଦେଇଥିଲେ। ଏହି ଶାଢି ନିଲାମରେ ମିଳିଥିବା ଟଙ୍କାକୁ ପ୍ରକୃତ ବୁଣାକାର ଭାଗବତ ମେହେରଙ୍କୁ ପ୍ରଦାନ କରାଯିବ।

ସୂଚନା ଥାଉକି, ଉକ୍ତ ଶାଢ଼ି ପିନ୍ଧିବା ପରେ ବିଦ୍ୟା ସୋସିଆଲ ମିଡିଆରେ ବୁଣାକାରଙ୍କୁ ବହୁତ ପ୍ରଶଂସା କରିଥିଲେ। ଏଥିସହ ଚୁକ୍ତି ମୁତାବକ ଶାଢ଼ିଟି ପିନ୍ଧିବା ପରେ ଫେରାଇ ଦେଇଥିଲେ। ଶାଢ଼ିଟି ଆସିବା ପରେ ଏହାକୁ କିଣିବା ପାଇଁ ଅନେକ ଆଗ୍ରହ ପ୍ରକାଶ କରିଥିଲେ। ଲୋକଙ୍କ ଭିତରେ ଏହି ଆଗ୍ରହରୁ ଏହାର ନିଲାମ କଥା ମନକୁ ଆସିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.