ଇଣ୍ଡିଆନ ଆଇଡଲ ସିଜନ ୧୨ ଫାଇନାଲରେ ବିଜେତା ହେଲେ ପବନଦୀପ ରାଜନ

ନୂଆଦିଲ୍ଲୀ : ଦୀର୍ଘ ୮ ମାସ ପରେ ଆଜି ଇଣ୍ଡିଆନ ଆଇଡଲ ସିଜନ ୧୨ ର ଥିଲା ଶେଷ ପ୍ରତିଦ୍ୱନ୍ଦିତା । ଦୀର୍ଘ ୧୨ ଘଣ୍ଟାର ଘମାଘୋଟ ଲଢ଼େଇ ପରେ ବିଜେତା ଭାବେ ଇଣ୍ଡିଆନ ଆଇଡଲର ମୁକୁଟ ପିନ୍ଧିଛନ୍ତି ପବନଦୀପ ରାଜନ ।

ଆଜି ସ୍ୱାଧୀନତା ଦିବସ ଅବସରରେ ଇଣ୍ଡିଆନ ଆଇଡଲ ସିଜନ ୧୨ ର ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହୋଇଛି । ଉତ୍ସବକୁ ସଫଳ କରିବା ପାଇଁ ଆଜି ଆୟୋଜକ ୧୨ ଘଣ୍ଟାର ପ୍ରୋଗ୍ରାମ ପ୍ରସ୍ତୁତ କରିଥିଲେ । ଶେଷ ବା ଫାଇନାଲ ପର୍ଯ୍ୟାୟରେ ୬ ଜର ପ୍ରତିଦ୍ୱନ୍ଦୀ- ପଓ୍ଵନଦୀପ ରାଜନ, ଅରୁଣିତା କାଞ୍ଜିଲାଲ୍‌, ନିହାଲ ଟାଉର, ସେଲି କାମ୍ବଲେ, ମହମ୍ମଦ ଦାନିସ ଓ ଶନମୁଖପ୍ରିୟା ପ୍ରତିଦ୍ୱନ୍ଦିତା କରୁଥିଲେ ।

ପ୍ରତିଦ୍ୱନ୍ଦୀଙ୍କୁ ବାଦ ଦେଲେ ଅତିଥିମାନଙ୍କ ମଧ୍ୟରେ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଓ ଅଭନେତ୍ରୀ କିଆରା ଆଡଭାନୀ, ଲୋକପ୍ରିୟ ସଂଗୀତକାର ଜାଭେଦ ଅଲୀ, ଉଦିତ ନାରାୟଣ, ଅଲ୍‌କା ୟାଗ୍ନିକ, ସୁଖବିନ୍ଦର ସିଂହ ପ୍ରମୁଖ ଶୋ’ର ଶୋଭା ବଢ଼ାଇଥିଲେ ।

ପ୍ରତିଯୋଗୀମାନେ ବହୁ ନୂଆ ପୁରୁଣା ଗୀତ ଗାଇବା ସହ ନୃତ୍ୟ ମାଧ୍ୟମରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ଶୋ’ରେ ଯୋଗ ଦେଇଥିବା ଉଦିତ ନାରାୟଣ, କୁମାର ସାନୁ,ଅଲକା ୟାଗ୍ନିକ ମଧ୍ୟ ସୁନ୍ଦର ସଂଗୀତ ପରିବେଷଣ କରିଥିଲେ ।

ପ୍ରତିଦ୍ୱନ୍ଦୀମାନଙ୍କ ବିଶ୍ୱାସ ବଢ଼ାଇବା ପାଇଁ ସାଉଥ ଷ୍ଟାର ବିଜୟ ଦେଭରକୋଣ୍ଡା ମଧ୍ୟ ଏକ ଭିଡ଼ିଓ ମେସେଜ ପଠାଇଥିଲେ ଯେ ସେ ମଧ୍ୟ ଇଣ୍ଡିଆନ ଆଇଡଲ ଦେଖୁଛନ୍ତି । ଶୋ’ର ଆଙ୍କର ଆଦିତ୍ୟ ନାରୟଣ ଥିବା ବେଳେ କୋ ଆଙ୍କର ରହିଥିଲେ ଜୟ ଭନଶାଲି । ଜଜ୍‌ ଅନୁ ମଲିକ, ହିମେଶ ରେଶମିଆ ଓ ସୋନୁ କକର ମଧ୍ୟ ଶୋ’ରେ ଯୋଗ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.