ଉର୍ବଶୀ ରୌତେଲାଙ୍କୁ ଇମେଲ୍ ପଠାଇଲା ଚୋର, ମୋବାଇଲ୍ ଫେରେଇବା ପାଇଁ ରଖିଲା ସର୍ତ୍ତ
୫ ଦିନ ପରେ ଅଭିନେତ୍ରୀ ତାଙ୍କ ଫୋନ୍ ସମ୍ବନ୍ଧରେ ଏକ ଅପଡେଟ୍ ପାଇଛନ୍ତି । ଏକ ଇମେଲ୍ ମାଧ୍ୟମରେ ତାଙ୍କ ଫୋନ୍ ମିଳିଥିବାର ସୂଚନା ଦିଆଯାଇଛି । ଉର୍ବଶୀ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏହି ଇମେଲ୍ର ଏକ ସ୍କ୍ରିନସଟ୍ ସେୟାର କରିଛନ୍ତି , ଯାହା ତାଙ୍କୁ ଚୋର ଠାରୁ ପଠାଯାଇଛି ।
ଅକ୍ଟୋବର ୧୪, ଶନିବାର ଦିନ ଅନୁଷ୍ଠିତ ଭାରତ-ପାକିସ୍ତାନ ସମୟରେ ବହୁ ସାଧାରଣ ଲୋକଙ୍କ ସହ ଅନେକ ସେଲିବ୍ରିଟି ମଧ୍ୟ ଅହମ୍ମଦାବାଦର ନରେନ୍ଦ୍ରମୋଦୀ ଷ୍ଟାଡିୟମରେ ମ୍ୟାଚ୍ ଦେଖିବା ପାଇଁ ପହଞ୍ଚିଥିଲେ । ଏହି ଅବସରରେ ଅଭିନେତ୍ରୀ ଉର୍ବଶୀ ରୌତେଲା ମଧ୍ୟ ମ୍ୟାଚ୍ ଦେଖିବାକୁ ପହଞ୍ଚିଥିଲେ । ଭାରତର ଜିତିବା ପରେ ଉର୍ବଶୀ ବହୁତ ଖୁସିଥିଲେ । କିନ୍ତୁ କିଛି ସମୟ ମଧ୍ୟରେ ତାଙ୍କର ଏହି ଖୁସି ଦୁଖଃରେ ବଦଳିଯାଇଥିଲା । କାରଣ ଏହି ମ୍ୟାଚ୍ ସମୟରେ ଉର୍ବଶୀଙ୍କ ୨୪ କ୍ୟାରେଟ୍ ସୁନା ଆଇଫୋନ୍ ହଜି ଯାଇଥିଲା । ଉର୍ବଶୀ ନିଜେ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ଫ୍ୟାନ୍ସଙ୍କୁ ଏହି ସୂଚନା ଦେଇଥିଲେ ।
ବର୍ତ୍ତମାନ ୫ ଦିନ ପରେ ଅଭିନେତ୍ରୀ ତାଙ୍କ ଫୋନ୍ ସମ୍ବନ୍ଧରେ ଏକ ଅପଡେଟ୍ ପାଇଛନ୍ତି । ଏକ ଇମେଲ୍ ମାଧ୍ୟମରେ ତାଙ୍କ ଫୋନ୍ ମିଳିଥିବାର ସୂଚନା ଦିଆଯାଇଛି । ଉର୍ବଶୀ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏହି ଇମେଲ୍ର ଏକ ସ୍କ୍ରିନସଟ୍ ସେୟାର କରିଛନ୍ତି । ଯାହା ତାଙ୍କୁ ଚୋର ଠାରୁ ପଠାଯାଇଛି । ଏଥିରେ ଚୋର ଲେଖିଛି ଯେ, “ତୁମ ଫୋନ ମୋ ପାଖରେ ଅଛି । ଯଦି ତୁମେ ଫୋନ ନେବାକୁ ଚାହୁଁଚ ତେବେ ମତେ ସାହାଯ୍ୟ କରିବାକୁ ପଡିବ। ମୋ ଭାଇକୁ କ୍ୟାନ୍ସର ହୋଇଛି । ତୁମେ ତା’ର ଚିକିତ୍ସା ଖର୍ଚ୍ଚ ଦେଲେ ମୁଁ ଫୋନ ଫେରାଇଦେବି ।”
Groww traders ନାମକ ଏକ ଆକାଉଣ୍ଟରୁ ଏହି ମେଲ ପଠାଯାଇଛି । ଏହି ପୋଷ୍ଟ ସେୟାର କରିବା ସମୟରେ ଅଭିନେତ୍ରୀ ଏକ ଥମ୍ବସ ଅପ ସାଇନ ମଧ୍ୟ ଦେଇଛନ୍ତି । ଯେଉଁଥିରୁ ଅନୁମାନ କରାଯାଉଛି ଯେ ଅଭିନେତ୍ରୀ ଏହି ବ୍ୟକ୍ତି ଜଣଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଅଛନ୍ତି ।