ନ୍ୟୁଜିଲାଣ୍ଡ ବିପକ୍ଷ ଧର୍ମଶାଳା ମ୍ୟାଚ୍‌ରୁ ବାହାରିଲେ ହାର୍ଦ୍ଦିକ ପାଣ୍ଡ୍ୟା, BCCI ଜାରି କଲା ମେଡିକାଲ୍‌ ରିପୋର୍ଟ

ବିସିସିଆଇ କହିଛି ଯେ ହାର୍ଦ୍ଦିକ ଧର୍ମଶାଳାରେ ଖେଳାଯିବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଭାରତ ପାଇଁ ଖେଳି ପାରିବେ ନାହିଁ। ବିଶ୍ୱକପ ୨୦୨୩ ସମୟରେ ପାଣ୍ଡ୍ୟା ଆହତ ହେବା ଭାରତ ପାଇଁ ଏକ ବଡ଼ ଝଟ୍‌କା।

ଭାରତୀୟ କ୍ରିକେଟ୍ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଛନ୍ତି। ସେ ପୁଣେରେ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ ଖେଳୁଥିବା ବେଳେ ଆହତ ହୋଇଥିଲେ। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପାଣ୍ଡ୍ୟାଙ୍କ ଡାକ୍ତରୀ ରିପୋର୍ଟ ଜାରି କରିଛି। ବିସିସିଆଇ କହିଛି ଯେ ହାର୍ଦ୍ଦିକ ଧର୍ମଶାଳାରେ ଖେଳାଯିବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଭାରତ ପାଇଁ ଖେଳି ପାରିବେ ନାହିଁ। ବିଶ୍ୱକପ ୨୦୨୩ ସମୟରେ ପାଣ୍ଡ୍ୟା ଆହତ ହେବା ଭାରତ ପାଇଁ ଏକ ବଡ଼ ଝଟ୍‌କା।

ବିସିସିଆଇ ପାଣ୍ଡ୍ୟାଙ୍କ ବିଷୟରେ ନିଜ ୱେବସାଇଟ୍ ମାଧ୍ୟମରେ ସୂଚନା ଦେଇଛି। ବିସିସିଆଇ ୱେବସାଇଟରେ ଲେଖିଛି ଯେ ମ୍ୟାଚରେ ଭାରତୀୟ ଦଳର ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ଆହତ ହୋଇଛନ୍ତି। ତାଙ୍କ ବାମ ଗୋଡରେ ଆଘାତ ଲାଗିଛି। ପାଣ୍ଡ୍ୟାଙ୍କ ସ୍କାନ କରାଯାଇଛି। ଡାକ୍ତର ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ସେ ବିସିସିଆଇର ମେଡିକାଲ ଟିମ୍‌ ତତ୍ତ୍ୱାବଧାନରେ ଅଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ଅକ୍ଟୋବର ୨୦ରେ ଟିମ୍ ଇଣ୍ଡିଆ ସହିତ ଧର୍ମଶାଳା ଯିବେ ନାହିଁ। ସେ ସିଧାସଳଖ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ପାଇଁ ଲକ୍ଷ୍ନୌରେ ଯୋଗଦେବେ।

ଗୁରୁବାର ପୁଣେରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା। ଟିମ୍ ଇଣ୍ଡିଆ ୭ ୱିକେଟ୍‌ରେ ମ୍ୟାଚ୍‌ ଜିତିଛି। ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୨୫୬ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଭାରତ ୪୧.୩ ଓଭରରେ ଲକ୍ଷ୍ୟ ହାସଲ କରିଥିଲା। ବାଂଲାଦେଶ ଇନିଂସରେ ହାର୍ଦ୍ଦିକ ପାଣ୍ଡ୍ୟା ନିଜର ପ୍ରଥମ ଓଭର ବୋଲିଂ କରିଥିଲେ। ଏହି ସମୟରେ ସେ ଆହତ ହୋଇଥିଲେ।