ରାଜ୍ୟ ସରକାରୀ କର୍ମଚାରୀଙ୍କୁ ପାର୍ବଣ ଭେଟି, ୪ ପ୍ରତିଶତ ବଢ଼ିଲା ଡିଏ
ମୁଖ୍ୟମନ୍ତ୍ରୀଙ୍କ ଦଶହରା ଭେଟି । ୪ ପ୍ରତିଶତ ବଢ଼ିଲା ଡିଏ । ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା -DA ବଢ଼ିଲା ୪ ପ୍ରତିଶତ । ଏହା ପିଛିଲା ଭାବେ ଜୁଲାଇ ପହିଲାରୁ ଲାଗୁ ହେବ । ରାଜ୍ୟ ସରକାରୀ କର୍ମଚାରୀଙ୍କ ଡିଏ ୪୨ ପ୍ରତିଶତ ଥିବା ବେଳେ ତାହା ୪୬ ପ୍ରତିଶତକୁ ବୃଦ୍ଧି ହୋଇଛି ।
ଭୁବନେଶ୍ୱର (କେନ୍ୟୁଜ): ମୁଖ୍ୟମନ୍ତ୍ରୀଙ୍କ ଦଶହରା ଭେଟି । ୪ ପ୍ରତିଶତ ବଢ଼ିଲା ଡିଏ । ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା -DA ବଢ଼ିଲା ୪ ପ୍ରତିଶତ । ସେହିପରି ପେନସନଧାରୀଙ୍କ TIରେ ମଧ୍ୟ ୪ ପ୍ରତିଶତ ବୃଦ୍ଧି ହୋଇଛି । ଏହା ପିଛିଲା ଭାବେ ଜୁଲାଇ ପହିଲାରୁ ଲାଗୁ ହେବ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।
ଏବେ ରାଜ୍ୟ ସରକାରୀ କର୍ମଚାରୀଙ୍କ ଡିଏ ୪୨ ପ୍ରତିଶତ ଥିବା ବେଳେ ତାହା ୪୬ ପ୍ରତିଶତକୁ ବୃଦ୍ଧି ହୋଇଛି । ମହଙ୍ଗା ଭତ୍ତା ବୃଦ୍ଧି ଫଳରେ ସାଢ଼େ ୪ ଲକ୍ଷ ସରକାରୀ କର୍ମଚାରୀ ଓ ସାଢ଼େ ୩ ଲକ୍ଷ ପେନସନଧାରୀ ଉପକୃତ ହେବ ।