Below header

ପ୍ରଭାସ ହାଇଦ୍ରାବାଦରେ ଖଜ୍ଜିପଲି ସହରୀ ଜଙ୍ଗଲକୁ ପୋଷ୍ୟ ଭାବେ ଗ୍ରହଣ କଲେ, ବିକାଶ ପାଇଁ ଦାନ କଲେ ୨ କୋଟି ଟଙ୍କା

ବାହୁବଳୀ ମେଗା ଷ୍ଟାର ପ୍ରଭାସ ହାଇଦ୍ରାବାଦରେ ୧୬୫୦ ଏକରରେ ବ୍ୟାପିଥିବା ଖଜ୍ଜିପଲି ରିଜର୍ଭ ଫରେଷ୍ଟକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ଏହାସହିତ ଜଙ୍ଗଲର ସାମଗ୍ରିକ ବିକାଶ ପାଇଁ ୨ କୋଟି ଟଙ୍କା ଦାନ ମଧ୍ୟ ଦେଇଛନ୍ତି। ପ୍ରଭାସ ତେଲେଙ୍ଗାନର ଜଙ୍ଗଲ ମନ୍ତ୍ରୀ ଅଲୋଲା ଦ୍ର କରଣ ରେଡ୍ଡୀ ଓ ରାଜ୍ୟସଭା ସାଂସଦ ଯୋଗିନପଲ୍ଲୀ ସନ୍ତୋଷ କୁମାରଙ୍କ ସହ ମିଶି ସହରୀ ବନ ପାର୍କର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

v

ଏହାପରେ ସେ ଅସ୍ଥାୟୀ ୱାଚ ଟାୱାରରେ ରିଜର୍ଭ ଫରେଷ୍ଟକୁ ଦେଖିଥିଲେ ଏବଂ ଏହି ଅଞ୍ଚଳରେ କିଛି ଗଛ ମଧ୍ୟ ଲଗାଇଥିଲେ। ପ୍ରଭାସ କହିଛନ୍ତି, ‘ମୋ ସାଙ୍ଗ ସନ୍ତୋଷ କୁମାରଙ୍କଠାରୁ ଖଜ୍ଜିପଲି ବନାଞ୍ଚଳକୁ ଆପଣାଇବା ପାଇଁ ପ୍ରେରିତ ହୋଇଥିଲି। କାମର ବିକାଶ ଆଧାରରେ ଆଗାମୀ ସମୟରେ ଆହୁରି ଦାନ କରିବି’। ପ୍ରଭାସ ନିକଟରେ ସନ୍ତୋଷ କୁମାରଙ୍କ ଦ୍ୱାରା ପ୍ରମୋଟ କରାଯାଇଥିବା ‘ଗ୍ରୀନ ଇଣ୍ଡିଆ ଚ୍ୟାଲେଞ୍ଜ’କୁ ନେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.