ନୟାଗଡ: ଯୁବକଙ୍କୁ ଗାଁ ଦାଣ୍ଡରେ ଗୋଡେଇ ଗୋଡେଇ ହତ୍ୟା

ନୟାଗଡ(କେ ନ୍ୟୁଜ):  ନୟାଗଡ ଜିଲ୍ଲା ଅନ୍ୟରଗତା ଇଟାମାଟି ଥାନା ବାଉଁଶିଆପଡା ଗ୍ରାମରେ ଗତ କାଲି ରାତିରେ ଏକ ଭୟଙ୍କର ହତ୍ୟା କାଣ୍ଡ ଘଟିଛି । ଯୁବକଙ୍କୁ ଅତି ନିର୍ମମ ଭାବେ ଗୋଡେଇ ଗୋଡେଇ ହତ୍ୟା କରିଛନ୍ତି ସେହି ଗ୍ରାମର କିଛି ଯୁବକ । ମୃତ ଯୁବକଙ୍କ ନାମ କ୍ଷେତ୍ର ମହାପାତ୍ର ବୋଲି ଜଣାଯାଇଛି ।  ମିଳିଥିବା ସୂଚନାରୁ ଜଣାଯାଇଛିଯେ, ଗତକାଲି ଗ୍ରାମର କିଛି ଲୋକଙ୍କ ସହ କ୍ଷେତ୍ରଙ୍କର ଜୋରଶୋରରେ ପାଟିତୁଣ୍ଡ ହୋଇଥିଲା ।

ଏହାର ପ୍ରତିଶୋଧ ନେବାକୁ ଯାଇ ରାତିରେ ଯୋଜନା ବଦ୍ଧ ଭାବେ କ୍ଷେତ୍ରଙ୍କୁ  କଟୁରୀରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ ଏହି ଯୁବକ ମାନେ । ଅପରାଧୀ ମାନେ ଘଟଣା ଘଟାଇ ଗାଁରୁ କେଉଁଆଡେ ଫେରାର ହୋଇଯାଇଛନ୍ତି । ଖବର ପାଇ ଇଟାମାଟି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଘଟଣା ସ୍ଥଳରୁ ଏକ କଟୁରୀ ଜବତ କରିଛି । ଅନ୍ୟପକ୍ଷରେ ଗଣମାଧ୍ୟମକୁ ଏବାବଦରେ କୌଣସି ପ୍ରକାର ତଥ୍ୟ ଦେବାକୁ ମନା କରିଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.