Below header

ଅଲଗା ଅବତାରରେ ନଜର ଆସିଲେ ପ୍ରଭାସ, ଘୋଷଣା କଲେ ଫିଲ୍ମ ‘ରାଧେ ଶ୍ଯାମ୍’ର ରିଲିଜ ଡେଟ୍

ସୁପରଷ୍ଟାର ପ୍ରଭାସଙ୍କ ଅପକମିଂ ଫିଲ୍ମ ‘ରାଧେ ଶ୍ୟାମ’ଙ୍କୁ ପ୍ରଶଂସକମାନେ ଚାହିଁ ରହିଛନ୍ତି। ଫିଲ୍ମର ନିର୍ମାତା ପ୍ରଭାସଙ୍କ ନୂଆ ପୋଷ୍ଟର ସହିତ ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ଅଭିନେତା ପ୍ରଭାସ ନିଜେ ମଧ୍ୟ ଏହି ଖୁସି ଖବର ପ୍ରଶଂସକଙ୍କ ସହ ସେୟାର କରିଛନ୍ତି। ପୋଷ୍ଟରରେ ପ୍ରଭାସ ଅଲଗା ଅବତାରରେ ନଜର ଆସିଛନ୍ତି।

ପ୍ରଭାସ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ରାଧେ ଶ୍ୟାମ ଫିଲ୍ମର ଏକ ନୂଆ ପୋଷ୍ଟର ସେୟାର କରିଛନ୍ତି। ଏହି ନୂଆ ପୋଷ୍ଟରେ ପ୍ରଭାସଙ୍କ ଲୁକ୍ ଲୋକଙ୍କୁ ପାଗଳ କରୁଛି। ଏହି ପୋଷ୍ଟରେ ସେ ୟୁରୋପର ରାସ୍ତାରେ ଡେପର୍ ଲୁକରେ ବୁଲୁଥିବାର ନଜର ଆସିଛନ୍ତି। ଫିଲ୍ମର ରିଲିଜ୍ ତାରିଖ ପୋଷ୍ଟରରେ ୧୪ ଜାନୁଆରୀ ୨୦୨୨ ଭାବରେ ଲେଖାଯାଇଛି।

 

View this post on Instagram

 

A post shared by Prabhas (@actorprabhas)

ଏହାଛଡା ପ୍ରଭାସ ଲେଖିଛନ୍ତି, ‘ବର୍ତ୍ତମାନ ମୁଁ ଆଉ ଅପେକ୍ଷା କରିପାରିବି ନାହିଁ’। ଫିଲ୍ମର ନୂଆ ରିଲିଜ୍ ତାରିଖ ହେଉଛି ୧୪ ଜାନୁଆରୀ ୨୦୨୨। ରାଧେ ଶ୍ୟାମର ନୂଆ ପୋଷ୍ଟର ଦେଖିବା ପରେ ପ୍ରଶଂସକମାନେ ଫିଲ୍ମ ବିଷୟରେ ବହୁତ ଆଗ୍ରହୀ ଅଛନ୍ତି । ଏହା ଏକ ପିରିୟଡ୍ ରୋମାଣ୍ଟିକ୍-ଡ୍ରାମା ଫିଲ୍ମ । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରାଧା କୃଷ୍ଣ କୁମାର, ଏହାର ନିର୍ମାତା ଭାମସି କୃଷ୍ଣ ରେଡ୍ଡୀ, ପ୍ରମୋଦ ଉପପାଲପତି ଏବଂ ଭୂଷଣ କୁମାର ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.