ଗୁଣିଗାରେଡି ସନ୍ଦେହରେ ଉତ୍ତେଜନା, ପରିସ୍ଥିତିକୁ ଆୟତ୍ତ କରିଛି ପୋଲିସ୍

ପାରଳାଖେମୁଣ୍ଡି(କେନ୍ଯୁଜ୍): ଗୁଣିଗାରେଡି ସନ୍ଦେହରେ ଉତ୍ତେଜନା । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସୁବାଷନଗରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଅଭିଯୋଗ ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଜଣେ ୧୫ ବର୍ଷର ନାବାଳିକା ଖୁସି ଗାଁର ରାଜାରାଓ ନାଗଭୁଷଣଙ୍କ ଘରକୁ ଯାଇଥିଲେ । ତାଙ୍କ ଘରେ ମୁଣ୍ଡ ବାଡେଇ ହୋଇ ଅଚେତ ହୋଇପଡିଥିଲେ ।

ଖୁସିର ଦେହ ଖରାପ ଥିବାରୁ ତାଙ୍କୁ ଗୁଣିଗାରେଡି କରାଯାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଏଥିପାଇଁ ନାଗଭୂଷଣଙ୍କ ଘର ନିକଟରେ ଉତ୍ତେଜନା ଦେଖାଦେଇଥିଲା। ପୋଲିସ ପହଂଚି ପରିସ୍ଥିତିକୁ ଆୟତ୍ତରେ ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.