ପ୍ରଭାସଙ୍କ ସହ ଲିଭ୍-ଇନ୍-ରିଲେସନ୍ସିପ୍ରେ ଥିବା ନେଇ ମୁହଁ ଖୋଲିଲେ ନମିତା, ଜାଣନ୍ତୁ ପ୍ରକୃତ ସତ
ସୁପରଷ୍ଟାର ପ୍ରଭାସଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଛନ୍ତି ଦକ୍ଷିଣ ଭାରତୀୟ ଅଭିନେତ୍ରୀ ନମିତା। ପ୍ରଭାସଙ୍କ ସହ ନମିତା ଲିଭ୍-ଇନ୍-ରିଲେସନ୍ସିପ୍ରେ ଥିବା ଖବର ବେଶ୍ ଚର୍ଚ୍ଚାରେ ଥିଲା। ଏବେ ସେହି ବିଷୟକୁ ନେଇ ମୁହଁ ଖୋଲିଛନ୍ତି ନମିତା। କେବଳ ପ୍ରଭାସଙ୍କ ସହ ନୁହେଁ, ବରିଷ୍ଠ ଅଭିନେତା ଶରତ ବାବୁଙ୍କ ସହ ସମ୍ପର୍କକୁ ନେଇ ମଧ୍ୟ ସେ କହିଛନ୍ତି। ଗତ ବର୍ଷ ବୟଫ୍ରେଣ୍ଡ ବୀରେନ୍ଦ୍ର ଚୌଧୁରୀଙ୍କୁ ବିବାହ କରିବା ପରେ ଫ୍ୟାନ୍ଙ୍କର ଏସବୁ ସନ୍ଦେହକୁ ଦୂର କରିଛନ୍ତି ନମିତା।
ଏକ ଇଣ୍ଟରଭ୍ୟୁରେ ନମିତା କହିଛନ୍ତି, ଶରତ ବାବୁଙ୍କୁ ସେ ନିଜ ବାପାଙ୍କ ଭଳି ସମ୍ମାନ କରନ୍ତି। ସେ ତାଙ୍କ ପାଇଁ କେବଳ ଜଣେ ଫାଦର ଫିଗର, ଆଉ କିଛି ବି ନୁହେଁ। ଯେତେବେଳେ ଶରତ ବାବୁଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ହେଉଥିଲା ସେ ସେତେବେଳେ ବହୁତ ହସିଥିଲେ। କାରଣ ଏହା ସମ୍ପୂର୍ଣ୍ଣ ମିଛ ଖବର ଥିଲା। ସେହି ସମୟରେ ସେ ବୀରେନ୍ଦ୍ରଙ୍କୁ ଡେଟ୍ କରୁଥିଲେ ବୋଲି କହିଛନ୍ତି ନମିତା।
ଅନ୍ୟପଟେ ପ୍ରଭାସଙ୍କ ସହ ଲିଭ୍-ଇନ୍-ରିଲେସନ୍ସିପ୍ରେ ଥିବା ଖବରକୁ ମଧ୍ୟ ନମିତା ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ପ୍ରଭାସ ଓ ମୋର ଅନ୍ସ୍କ୍ରିନ୍ କେମେଷ୍ଟ୍ରି ଦର୍ଶକଙ୍କୁୁ ପସନ୍ଦ ଆସିଛି। ତେଣୁ ସେମାନେ ଗୁଜବ କରିଥିଲେ ଯେ ଆମେ ଲିଭ୍-ଇନ୍ରେ ରହୁଛୁ। ମାତ୍ର ସେଭଳି କିଛି ନାହିଁ। ଆମ ବଡି ଫିଗର ଯେହେତୁ ଏକାଭଳି ଏଣୁ ଆମେ ସ୍କ୍ରିନ୍ରେ ଭଲ ଦିଶୁ। ମାତ୍ର ଏହାକୁ ଏକ ସମ୍ପର୍କର ରୂପ ଦେଇ ଗୁଜବ ସୃଷ୍ଟି କରାଯାଉଛି।