ଶାଢି ପିନ୍ଧି ଜିମ୍ନାଷ୍ଟିକ୍ସ କଲେ ଯୁବତୀ, ଦେଖିଲେ ଆଖିକୁ ବି ବିଶ୍ବାସ କରିପାରିବେନି
ଏବେ ଆପଣ ଯାହା ବି କରନ୍ତୁ ସବୁକିଛି ସୋସିଆଲ ମିଡିଆରେ ଭାଇରଲ ହେଉଛି। ଏମିତି ଏକ ଭିଡିଓ ଏବେ ଭାଇରଲ ହେଉଛି, ଯେଉଁଥିରେ ଜଣେ ଯୁବତୀ ଶାଢି ପିନ୍ଧି ଫ୍ଲିପ ମାରୁଥିବା ନଜର ଆସିଛନ୍ତି। ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ଯ ହୋଇଯାଇଛନ୍ତି।
ଭାଇରଲ ହେଉଥିବା ଭିଡିଓରେ ଜଣେ ଯୁବତୀ ଲାଭେଣ୍ଡର ରଙ୍ଗର ଶାଢି ପିନ୍ଧି ଏକ ପଡିଆରେ ଫ୍ଲିପ ମାରୁଛନ୍ତି। ଯୁବତୀ ଜଣକ ନାମ ପାରୁଲ ଅରୋରା। ପାରୁଲ ଜଣେ ଜିମ୍ନାଷ୍ଟିକ୍ସ । ସେ ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମଧ୍ୟ ସେୟାର କରିଛନ୍ତି। ଏହି ଭିଡିଓକୁ ଟ୍ବିଟରରେ ଅପର୍ଣ୍ଣା ଜୈନ ପୋଷ୍ଟ କରିଛନ୍ତି।
When a gymnast does flips in a saree.
Watched it thrice just to see how the saree defied gravity. #ParulArora #ownit pic.twitter.com/tOxzqUOA7H
— Aparna Jain (@Aparna) January 7, 2021
ସୂଚନାଯୋଗ୍ଯ, ପୂର୍ବରୁ ଏମିତି ଶାଢିରେ ଫ୍ଲିପ୍ ମାରି ଷ୍ଟଣ୍ଟ କରିଥିବା ଭିଡିଓ ଆପଣ ନିଶ୍ଚିତ ଦେଖିଥିବେ। ଏମିତି କେତେକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି।