Below header

ପୁଣି ମାନବିକତା ଭୁଲିଗଲେ ଲୋକେ, ଡଲଫିନକୁ ବାଡି ଏବଂ କୁରାଢ଼ୀରେ ମାରି କଲେ ହତ୍ୟା

କଣ ହୋଇଯାଇଛି ଆମ ମାନବଜାତିକୁ। କଣ ମାନବିକତାର ଶବ୍ଦକୁ ଏମାନେ ସତରେ ଭୁଲିଗଲେଣି। ମଣିଷକୁ ସର୍ବଶ୍ରେଷ୍ଠ କୁହାଯାଏ କାରଣ ମଣିଷ ପାଖରେ ବୁଦ୍ଧି ଅଛି। କିନ୍ତୁ ଉତ୍ତର ପ୍ରଦେଶ ପ୍ରତାପଗଡ ସାରଦା ଜଳ ଶାଖାରେ ଯେଉଁ ଘଟଣା ଘଟିଛି ତାହା ମଣିଷ ଜାତି ପାଇଁ ଲଜ୍ଜା କହିଲେ ଭୁଲ ହେବନାହିଁ।

ଏଠାରେ ପାଣିରେ ଏକ ଡଲଫିନକୁ କିଛି ଅମାନବୀୟ ଲୋକ ଘେରି ଯାଇ ଅତି ନିର୍ମମ ଭାବେ ମାରୁଥିବାର ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ବିଶ୍ୱାସ କରନ୍ତୁ ଗାଁ ଲୋକଙ୍କର ଏହି କାଣ୍ଡ ଦେଖିଲେ ଆପଣଙ୍କ ରକ୍ତ ଗରମ ହୋଇଯିବ।

dolphin
image courtesy : ajjtak

ଏଠାରେ କୋଠରିଆ ଗାଁ ସାରଦା ଜଳ ଶାଖାରେ କିଛି ଗାଁ ଲୋକେ ଏକ ବିରଳ ଡଲଫିନକୁ ପିଟିପିଟି ମାରି ହତ୍ୟା କରିଛନ୍ତି। ତାହା ପୁଣି ବାଡି ଏବଂ କୁରାଢ଼ିରେ। ଏହି ନୃଶଂସ ଲୋକେ ଏପରି ଭାବେ ଡଲଫିନକୁ ମାରିଛନ୍ତି ଯେ ପାଣିର ରକ୍ତ ପୂରା ଲାଲ ହେଇଯାଇଛି। ତଥାପି ଏ ନିର୍ଦ୍ଦୟୀ ଯୁବକମାନଙ୍କ ମୁହଁକୁ ଲାଜ ଲାଗୁନି। ସେମାନେ ଡଲଫିନକୁ ବତା ଫାଳିଆରେ ଏବଂ କୁରାଢ଼ୀରେ ବାଡେଇ ବାଡେଇ ପାଣି ଭିତରେ ମାରି ଚାଲିଛନ୍ତି। ଆଉ ଶେଷରେ ବିଚାରୀ ନିର୍ଜିବ ପ୍ରାଣୀଟି ଆଉ ମଣିଷର ପାଶବିକତାକୁ ସହିପାରିଲାନି, ଶେଷରେ ଆଖି ବୁଜିଦେଲା।

ତେବେ ଏହି ଘଟଣା ୨୦୨୦ ଡିସେମ୍ବର ୩୧ ତାରିଖରେ ଘଟିଛି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ତେବେ ଏହି ମାମଲାରେ ପୋଲିସ୍‌ ମାତ୍ର ତିନି ଜଣ ଲୋକଙ୍କୁ ଗିରଫ କରିଥିବା ସୂଚନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.