Below header

WHO ଡାକ୍ତର ମାନଙ୍କଠୁ ଶିଖି ପ୍ରିୟଙ୍କା ଚୋପ୍ରା ଶିଖେଇଲେ ହାତ ଧୋଇବାର ସଠିକ ତରିକା, ଦେଖନ୍ତୁ ଭିଡିଓ

କରୋନା ଦାଉରୁ ରକ୍ଷା ପାଇବା ପାଇଁ ପୂରା ଦୁନିଆ ଏବେ ଏକଜୁଟ ହେଲେଣି । ଲୋକେ ନିଜେ ସାବଧାନତା ଅବଲମ୍ବନ କରିବା ସହ ଅନ୍ୟ ମାନଙ୍କୁ ବି ସତର୍କ କରୁଛନ୍ତି । ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବା ଏଥିରୁ ବାଦ ଯାଆନ୍ତେ କେମିତି । ସେ WHO ଡାକ୍ତରଙ୍କ ସହ ଇନ୍ଷ୍ଟଗ୍ରାମରେ ଲାଇଭ ଆସିଥିଲେ । ଏହି ସମୟରେ ସେ ଡାକ୍ତର ମାନଙ୍କୁ କରୋନା ସତର୍କତା ନେଇ ଅନେକ ପ୍ରଶ୍ନ ବି କରିଥିଲେ । ଏହି ସମୟରେ ପ୍ରିୟଙ୍କା ପ୍ରକୃତ ହାତ ଧୋଇବା ଶୈଳୀ ଶିଖିବା ସହ ହ୍ୟାଣ୍ଡୱାସ ଚ୍ୟାଲେଞ୍ଜ ନେଇ ଲୋକ ମାନଙ୍କୁ ବି ଏହି ତରିକା ଶିଖେଇଥିଲେ ।

 

କହି ରଖିବା ଉଚିତ ହେବକି, ପତି ନିକ ଜୋନାସଙ୍କ ସହ ପ୍ରିୟଙ୍କା ବର୍ତ୍ତମାନ ପରିସ୍ଥିତିରେ ଆଇସୋଲେସନରେ ଅଛନ୍ତି । ଏହି ସମୟରେ ସେ ସାଧାରଣ ଲୋକ ମାନଙ୍କୁ କରୋନା ସହ ଲଢ଼ିବା ପାଇଁ ବିଭିନ୍ନ ଟିପ୍ସ ମାନ ଶିଖାଉଛନ୍ତି । ହାତ ଧୋଇବା ଶୈଳୀର ଏକ ଭିଡିଓ ସେୟାର କରିଛନ୍ତି । ସେ ନିଜେ ହ୍ୟାଣ୍ଡୱାସ ଚ୍ୟାଲେଞ୍ଜ ନେବା ସହ ବଲିଉଡ ଅଭିନେତ୍ରୀ ପରିନୀତି ଚୋପ୍ରା, ନିକ ଜୋନାସ, ବିଗ ବି ଅମିତାଭ ବଚନଙ୍କୁ ଟ୍ୟାଗ କରିଛନ୍ତି | ପ୍ରିୟଙ୍କା ଜାରି କରିଥିବା ଏହି ୨୦ ସେକେଣ୍ଡର ଭିଡିଓ ଟିରେ ନିଜେ ଗୁଣ ଗୁଣଉଥିବା ନଜର ଆସିଥିଲେ । ଏହା ସହ ସେ ଲେକହିଛନ୍ତିକି ଏହି ଗୀତ ଟିର କୋ-ରାଇଟର ତାଙ୍କ ସ୍ୱାମୀ ନିକ ଜୋନାସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.