ରାଜ୍ୟବାସୀଙ୍କ ହିତ ପାଇଁ ଆଗେଇ ଆସିଲା କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ (କିମ୍‌ସ), ୫୦୦ ବେଡ୍‌ର କରୋନା ହସ୍ପିଟାଲ କରିବା ପାଇଁ ରାଜ୍ୟ ସରକାରଙ୍କ ସହ ସ୍ବାକ୍ଷର ହେଲା ଏମ୍‌ଓୟୁ

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱର ସ୍ଥିତ କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ (କିମ୍‌ସ) ପ୍ରସ୍ତୁତ କରିବ କୋଭିଡ୍‌-୧୯ ହସ୍ପିଟାଲ । ୫୦୦ ବେଡ୍‌ର କରୋନା ହସ୍ପିଟାଲ ପ୍ରସ୍ତୁତ ହେବ । ୪୫୦ଟି ବେଡ୍‌ ଏବଂ ୫୦ଟି ଭେଣ୍ଟିଲେଟର୍‌ ରହିବ । ଆଜି ରାଜ୍ୟ ସରକାରଙ୍କ ସହ କିମ୍‌ସ୍‌ ଏନେଇ ଏକ ଏମ୍‌ଓୟୁ ସ୍ୱାକ୍ଷରିତ କରିଛି । ଏମ୍‌ଓୟୁ ପରେ କିମ୍‌ସର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ସୂଚନା ଦେଇ କହିଛନ୍ତି ରାଜ୍ୟ ସରକାର କୋଭିଡ୍‌-୧୯ ରୋକିବା ପାଈଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କିମ୍‌ସକୁ ଗୁରୁ ଦାୟିତ୍ୱ ଦେଇଥିବାରୁ ସେ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି ।

କିମ୍‌ସରେ ହସ୍ପିଟାଲ ରହିଛି, କୋଭିଡ୍‌-୧୯ ପାଇଁ ସ୍ୱତନ୍ତ୍ର ଭାବେ ଆଉ ଏକ ହସ୍ପିଟାଲ ପ୍ରସ୍ତୁତ ହେବ । ସେହିପରି ସମ୍‌ ସହିତ ରାଜ୍ୟ ସରକାର ଏମ୍‌ଓୟୁ ସ୍ୱାକ୍ଷର କରିଛନ୍ତି । ସମ୍‌ ହସ୍ପିଟାଲ ମଧ୍ୟ କୋଭିଡ୍‌-୧୯ ମୁକାବିଲା ପାଇଁ ହସ୍ପିଟାଲ ପ୍ରସ୍ତୁତ କରିବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.