୨୧ ଦିନ ଲକଡାଉନରେ ଆପଣଙ୍କ କାରରେ ଦେଖାଦେଇପାରେ ଅନେକ ସମସ୍ୟା, ତୁରନ୍ତ କରନ୍ତୁ ଏହିସବୁ କାମ

ସାରା ଦେଶକୁ ବର୍ତ୍ତମାନ୍ ୨୧ ଦିନ ପାଇଁ ଲକ ଡାଉନ୍ ଘୋଷଣା କରିଦିଆଯାଇଛି । ଯେଉଁ କାରଣରୁ ଲୋକମାନେ ଏବେ ନିଜ ଘରୁ ବାହାରକୁ ବାହାରି ପାରୁନାହାଁନ୍ତି । ଏପରିସ୍ଥଳେ ଆପଣ ନିଜର କାର ଓ ବାଇକର ବ୍ୟବହାର ମଧ୍ୟ କରିପାରୁ ନାହାଁନ୍ତି । ତେବେ ଏତେ ଦିନ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ବାଇକ୍ କିମ୍ବା କାର ରହିବା ଦ୍ଵାରା ଅନେକ ସମସ୍ୟା ଦେଖାଦେଇପାରେ । ଅଟୋ ଏକ୍ସପର୍ଟଙ୍କ କହିବା ଅନୁଯାୟୀ ଅଧିକ ସମୟ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ କାର ରହିବା ଦ୍ଵାରା ସବୁଠାରୁ ବଡ ସମସ୍ୟା ବ୍ୟାଟେରୀକୁ ନେଇ ହୋଇଥାଏ । ଏହାସହିତ ହ୍ୟାଣ୍ଡବ୍ରେକରେ ମଧ୍ୟ ସମସ୍ୟା ଦେଖାଦେଇଥାଏ । ତାହେଲେ ଆସନ୍ତୁ ଜାଣିବା ଏହି ସମୟରେ କିପରି କରିବେ ନିଜ ଗାଡିର ସୁରକ୍ଷା ।

ଏକ୍ସପର୍ଟଙ୍କ କହିବା ଅନୁଯାୟୀ ଲମ୍ବା ସମୟ ପର୍ଯ୍ୟନ୍ତ ଗାଡିର ବ୍ୟବହାର ନକରିବା ଦ୍ଵାରା ଏହାର ବ୍ୟାଟେରୀ ଡାଉନ୍ ହୋଇଯାଇଥାଏ ଅର୍ଥାତ୍ ସମ୍ପୂର୍ଣ୍ଣ ଭାବେ ଡେଡ୍ ହୋଇଯାଏ । ଯାହାଦ୍ୱାରା ଆପଣ ନିଜର କାରକୁ ଷ୍ଟାର୍ଟ କରିପାରିବେ ନାହିଁ । ଏଥିପାଇଁ ଆପଣଙ୍କୁ ନିଜର ବ୍ୟାଟେରୀ ଡିସକନେକ୍ଟ୍ କରିବାକୁ ପଡିବ ଅର୍ଥାତ୍ ୱେୟାରକୁ ହରାଇବାକୁ ପଡିବ ।

Image result for car

ତେବେ ଏଥିପାଇଁ ଆପଣ ପ୍ରଥମେ ନିଜ କାରର ବୋନଟ ଖୋଲି ଏହାର ଟର୍ମିନାଲକୁ ଟିକିଏ ଢ଼ିଲା କରିଦିଅନ୍ତୁ ଆଉ ତାପରେ ବ୍ୟାଟେରୀର କନେକ୍ସନକୁ ହଟାଇ ଦିଅନ୍ତୁ । ଯେତେବେଳେ ଆପଣଙ୍କୁ କୌଣସି ସ୍ଥାନକୁ ଯିବାକୁ ହେବ ପୁଣିଥରେ ଏହାକୁ କନେକ୍ଟ କରିଦିଅନ୍ତୁ । ତେବେ ବ୍ୟାଟେରୀର କାମ ଆପଣଙ୍କ କାରକୁ ଷ୍ଟାର୍ଟ କରିବା ହୋଇଥାଏ ।

ଏହା ବ୍ୟତୀତ ଏକ୍ସପର୍ଟଙ୍କ କହିବା ଅନୁଯାୟୀ ଅଧିକ ସମୟ ପର୍ଯ୍ୟନ୍ତ ଗାଡି ନଚାଲିବା ଦ୍ଵାରା ବ୍ରେକ୍ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦେଖାଦେଇଥାଏ । କାରକୁ ଯଦି ଅଧିକ ଦିନ ପର୍ଯ୍ୟନ୍ତ ହ୍ୟାଣ୍ଡ ବ୍ରେକ୍ ଲଗାଇ ଛାଡିଦିଆଯାଏ ତାହେଲେ ବ୍ରେକ୍ ପ୍ୟାଡ ଜାମ୍ ହୋଇଯିବାର ସମ୍ଭାବନା ରହିଥାଏ ଅଥବା ଯେପରି ଡ୍ରମ୍ ବ୍ରେକ୍ ସହିତ ହୋଇଥାଏ । ବ୍ରେକ୍ ଶୁ ଡ୍ରମରେ ଅଟକି ଯାଇପାରେ । ସେଥିପାଇଁ ଆପଣଙ୍କୁ ନିଜ କାରର ହ୍ୟାଣ୍ଡବ୍ରେକ୍ ହଟାଇ ଦେବା ଆବଶ୍ୟକ । ତେବେ ଗାଡିର ଆଗ ଏବଂ ପଛ ଟାୟାର୍ ନିକଟରେ ଇଟା ରଖିବା ନିହାତି ଜରୁରୀ ଯାହାଦ୍ୱାରା କାର ଆଗକୁ ଯିବନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.