Below header

ନ୍ୟୁୟର୍କ ଷ୍ଟ୍ରିଟରେ ଦିଅର ସହ ନଜର ଆସିଲେ ପ୍ରିୟଙ୍କା ଚୋପ୍ରା

ବର୍ତ୍ତମାନ ସମୟରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସ୍ୱାମୀ ନିକ ଜୋନାସଙ୍କ ସହ ନ୍ୟୁୟର୍କରେ ସମୟ କାଟୁଛନ୍ତି । କିଛି ଦିନ ହେବ ନ୍ୟୁୟର୍କ ସଡ଼କରେ ମଧ୍ୟ ତାଙ୍କୁ ୱେଷ୍ଟର୍ନ ଲୁକରେ ଚାଲୁଥିବାର ଦେଖାଯାଉଛି । ନିକଟରେ ପ୍ରିୟଙ୍କା ନିଜ ପତିଙ୍କ ସାନ ଭାଇ ବା ଦିଅର ସହ ନ୍ୟୁୟର୍କ ଷ୍ଟ୍ରିଟରେ ଚାଲୁଥିବାର ନଜର ଆସିଥିଲେ । ଅଫ ବାଇଟ ପ୍ୟାଣ୍ଟ ସହ ମ୍ୟାଚିଙ୍ଗ ଟପରେ ପ୍ରିୟଙ୍କା ଖୁବ ଷ୍ଟାଇଲିସ ଦେଖାଯାଉଥିବାର ମଧ୍ୟ ନଜର ଆସିଛନ୍ତି । କମ ମେକଅପ, ଖୋଲା ଚୁଟି, ମେରୁନ କଲର ଲିପିସ୍ଟିକ ପ୍ରିୟଙ୍କାଙ୍କୁ ଏକ ପରଫେକ୍ଟ ଲୁକ ଦେଉଥିଲା । ପ୍ରିୟଙ୍କାଙ୍କ ଏହି ଫଟୋ ଗୁଡିକ ସୋସିଆଲ ମିଡିଆରେ ଖୁବ ଭାଇରଲ ହେବାରେ ମଧ୍ୟ ଲାଗିଛି । ଫ୍ୟାନ୍ସ ମାନେ ମଧ୍ୟ ପ୍ରିୟଙ୍କାଙ୍କ ଏହି ଲୁକକୁ ଖୁବ ପସନ୍ଦ କରିଛନ୍ତି । ଅନ୍ୟପକ୍ଷରେ ଦେଶ ତଥା ଦେଶ ବାହାରେ ପ୍ରୀୟଙ୍କାଙ୍କ ଷ୍ଟାଇଲିସ ଅନ୍ଦାଜ ସବୁବେଳେ ଆକର୍ଷଣର କେନ୍ଦ୍ର ପାଲଟିଥାଏ ।

priyanka chopra

ଭାରତୀୟ ଲୁକରୁ ଆରମ୍ଭ କରି ୱେଷ୍ଟର୍ନ ଲୁକ ପର୍ଯ୍ୟନ୍ତ ସବୁଥିରେ ପ୍ରିୟଙ୍କା ନିଜର ଏକ ଭିନ୍ନ ଜଲବା ଦେଖେଇଥାନ୍ତି । ଏକ ରେକର୍ଡ ଅନୁଯାୟୀ ସାଧାରଣତଃ ଭାରତୀୟ ଝିଅ ମାନେ ପ୍ରିୟକାଙ୍କ ଷ୍ଟାଇଲକୁ ସବୁଠୁ ଅଧିକ ଅନୁସରଣ କରିଥାନ୍ତି । ପ୍ରିୟକାଙ୍କ ଅଭିନୀତ ‘ଦ ସ୍କାଏ ଇଜ ପିଙ୍କ’ ଏହି ବର୍ଷ ରିଲିଜ ହୋଇଥିଲା । ଫ୍ୟାନ୍ସ ମାନଙ୍କଠାରୁ ଫିଲ୍ମ ଟିକୁ ମିଶ୍ର ପ୍ରତିକ୍ରିୟା ମଧ୍ୟ ମିଳିଥିଲା । ଆଗକୁ ଏହି ସୁନ୍ଦରୀ ଅଭିନେତ୍ରୀ ଜଣଙ୍କ ରାଜ କୁମାର ରାଓଙ୍କ ସହ ‘ଦ ବାଇଟ ଟାଇଗର’ରେ ନଜର ଆସିବେ ବୋଲି ଜଣାଯାଇଛି । ଏହାର ସୁଟିଂ ନିକଟରେ ଦିଲ୍ଲୀରେ ହିଁ ଶେଷ ହୋଇଛି । ସଞ୍ଜୟ ଲୀଳା ଭନସାଲିଙ୍କ ଆଗାମୀ ସିନେମା ‘ବ୍ୟାଜୁ ବାବରା’ ସିନେମାରେ ପ୍ରିୟଙ୍କା ରଣବୀର ସିଂଙ୍କ ସହ ନଜର ଆସିବେ ବୋଲି ଜଣା ଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.