ଏ ହେଉଛି ଦୁନିଆର ୮ଟି ଭୟଙ୍କର ରହସ୍ୟମୟ ଘଟଣା, ଜାଣିଲେ ଆପଣଙ୍କ ଛାତି ଥରିଉଠିବ

ଏହି ଦୁନିଆ ଅନେକ ରହସ୍ୟମୟ ଘଟଣା, ଜିନିଷ ଏବଂ ଜାଗାରେ ଭରପୂର ରହିଛି। ସେଥିମଧ୍ୟରୁ କିଛି ରହସ୍ୟରୁ ପରଦା ଉଠିଥିବା ବେଳେ ଆଉ କିଛି ରହସ୍ୟ ଏବେ ବି ରହସ୍ୟାବୃତ୍ତ ହୋଇ ରହିଛି। ଆଜି ଆମେ ଆପଣଙ୍କୁ ଦୁନିଆର ୮ଟି ଭୟଙ୍କର ରହସ୍ୟମୟ ଘଟଣା ବିଷୟରେ କହିବାକୁ ଯାଉଛୁ।

11

୧. ୬ ଇଞ୍ଚ୍‌ର ନରକଙ୍କାଳ

ଚିଲୀର ଘୋଷ୍ଟ୍‍ ଟାଉନ୍‌ ନିକଟରୁ ୬ ଇଞ୍ଚ୍‌ର ଏକ ନରକଙ୍କାଳ ମିଳିଥିଲା । ଏହି କଙ୍କାଳର ଦାନ୍ତଗୁଡ଼ିକ ବହୁତ ମଜଭୁତ୍‌ ଥିଲା ଏବଂ ଶରୀରରେ ପଟି ପଟି ଧାରଗୁଡ଼ିକ ରହିଥିଲା। ପରେ ଏହି କଙ୍କାଳ ମଣିଷର ଥିଲା ବୋଲି ସ୍ପଷ୍ଟ ହୋଇଥିଲା। ତେବେ ଏତେ ଛୋଟ ମଣିଷର ଦାନ୍ତ କିପରି ହୋଇଥାଏ ବୋଲି ସେତେବେଳେ ପ୍ରଶ୍ନ ଉଠିଥିଲା। ତଥାପି ଏହି ନରକଙ୍କାଳ ବିଷୟରେ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନ ଥିଲା।

12

୨. ମାଂସ ବର୍ଷା

୧୮୭୬ରେ ବାଥ୍‌ କଣ୍ଟ୍ରିର ରଙ୍କିନ୍‌ରେ ହଠାତ୍‌ ଆକାଶ ମାର୍ଗରୁ ମାଂସ ବର୍ଷା ହେବାକୁ ଲାଗିଲା। ନ୍ୟୟୁର୍କ ସାଇଣ୍ଟିଫିକ୍‌ ଆସୋସିଏଶନ ଏହି ମାଂସ ଖଣ୍ଡଗୁଡ଼ିକୁ ନେଇ ପରୀକ୍ଷା ନିରୀକ୍ଷା ମଧ୍ୟ କରିଥିଲା। ଏଥିରୁ ଜଣାପଡ଼ିଥିଲା, ଏହି ମାଂସ ଖଣ୍ଡ ଘୋଡ଼ା କିମ୍ବା କୌଣସି ନବଜାତକର। କିନ୍ତୁ ଏହାର ପ୍ରକୃତ କାରଣ କାହାକୁ ଜଣା ନ ଥିଲା।

31

୩. ଆଜି ବି ସୁରକ୍ଷିତ ୨,୦୦୦ ବର୍ଷର ପୁରୁଣା ମୃତଦେହ

ଚୀନ୍‌ରେ ମିଳିଥିବା ଲେଡି ଡାଇସ୍‌ଙ୍କ ମମିର ରହସ୍ୟ ଆଜି ପଯ୍ୟର୍ନ୍ତ କାହାକୁ ଜଣାନାହିଁ। ପାଖାପାଖି ଦୁଇହଜାର ବର୍ଷର ପୁରୁଣା ଏହି ଡେଡ୍‌ ବଡିରେ କୌଣସି ପ୍ରକାର କ୍ଷତି ହୋଇନି। ଯେତେବେଳେ ଏହି ମୃତଦେହ ମିଳିଥିଲା, ସେତେବେଳେ ବି ଏହା ନରମ ତଥା ମୁଲାୟମ୍‌ ଥିଲା। ମୃତଦେହର ଦୁଇଟି ଯାକ ଗୋଡ଼ ଏବଂ ହାତର ଜଏଣ୍ଟସ୍‌ ହଲୁଥିଲା। ଏହି ମମିକୁ କୌଣସି ପ୍ରକାରେ ପ୍ରିଜର୍ଭ କରାଯାଇଥିଲା, ଯାହାର ଉତ୍ତର ଆଜି ପଯ୍ୟର୍ନ୍ତ କାହାକୁ ମିଳିପାରିନାହିଁ।

45

୪. ଗୋଟିଏ ଗର୍ତ୍ତରେ ପଡ଼ିଥାଏ ନଦୀର ଅଧା ତକ ପାଣି

ଦ ଡେଭିଲ୍ସ କେଟଲ ନାମକ ଏହି ପ୍ରସିଦ୍ଧ ଗର୍ତ୍ତରେ ନଦୀର ଅଧା ପାଣି ପଡ଼ିଥାଏ। କିନ୍ତୁ କାହାକୁ ଜଣା ନାହିଁ, ଏହି ପାଣି ସବୁ କେଉଁଆଡ଼କୁ ଚାଲିଯାଏ। ଅନେକ ବର୍ଷ ଧରି ବୈଜ୍ଞାନିକମାନେ ଏହା ଉପରେ ଗବେଷଣା ଜାରି ରଖିଛନ୍ତି। କିନ୍ତୁ ଏ ପଯ୍ୟର୍ନ୍ତ ଏହାର ନିଷ୍କର୍ଷ ବାହାରି ପାରିନାହିଁ।

67

୫. ଯେବେ ପଶୁ ବଞ୍ଚାଇଥିଲା ଲୋକଙ୍କ ଜୀବନ

୧୯୭୫ରେ ଚୀନ୍‌ର ହିୟେଙ୍ଗ୍‌ ସହରବାସୀଙ୍କ ଜୀବନ ପଶୁମାନେ ବଞ୍ଚାଇ ଦେଇଥିଲେ। ପଶୁମାନଙ୍କର ଅଜବ ବ୍ୟବହାର ଦେଖି ଲୋକେ ସହର ଖାଲି କରିଦେଇଥିଲେ। ଏହାର କିଛି ସମୟ ପରେ ୭.୩ ମ୍ୟାଗ୍ନିଟ୍ୟୁଡ୍‌ ଭୂମିକମ୍ପ ୯୦% ସହରକୁ ଛାରଖାର୍‌ କରିଦେଇଥିଲା।

7r

୬. ସୁଇମିଂ କରିବା ସମୟରେ ଗାଏବ ହୋଇଗଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ମାତ୍ର ୨୨ ମାସ ପଯ୍ୟର୍ନ୍ତ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ରହିଥିବା ହେରୋଲ୍ଡ ହୋଲ୍ଟଙ୍କୁ ଶେଷଥର ପାଇଁ ଚେବିୟଟ୍‌ ବିଚ୍‌ରେ ଦେଖିବାକୁ ମିଳିଥିଲା। ଏହାପରେ ହେରୋଲ୍ଡ ଗାଏବ ହୋଇଯାଇଥିଲେ। ତାଙ୍କୁ ଖୋଜିବା ପାଇଁ ପୋଲିସ, ଅଷ୍ଟ୍ରେଲିଆର ଡଙ୍ଗା ଚାଳକ, ଏୟାର ଫୋର୍ସ ହେଲିକାପ୍ଟର ମଧ୍ୟ ଲଗାଯାଇଥିଲା। କିନ୍ତୁ ହୋରୋଲ୍ଡଙ୍କର କୌଣସି ପତ୍ତା ମିଳିପାରି ନ ଥିଲା।

8a

୭. ୧୫୧୮ର ଡ୍ୟାନ୍ସିଙ୍ଗ୍‌ ପ୍ଲେଗ୍‌ ପଛର ସତ

କୁହାଯାଏ କି, ୧୫୧୮ରେ ଏଲ୍‌ସାସେର ଷ୍ଟ୍ରାସ୍‌ବର୍ଗରେ ଡ୍ୟାନ୍ସିଙ୍ଗ୍‌ ପ୍ଲେଗ୍‌ ବ୍ୟାପିଥିଲା। ଲୋକେ କିଛି ମାସ ପଯ୍ୟର୍ନ୍ତ ନ ଅଟକି ଡ୍ୟାନ୍ସ କରୁଥିଲେ। ଏହି ସମୟରେ କେତେଜଣଙ୍କର ମୃତ୍ୟୁ ହାର୍ଟ ଆଟାକ୍‌ ଏବଂ ଷ୍ଟ୍ରୋକ୍ସ ଯୋଗୁ ହୋଇଯାଇଥିଲା। ଏହି ପ୍ଲେଗ୍‌ର ରହସ୍ୟରୁ କେବେ ବି ପରଦା ଉଠିପାରି ନ ଥିଲା।

96

୮. ଏୟାରପୋର୍ଟରୁ ହୋଇଥିଲା ବୋଇଙ୍ଗ୍‌ ବିମାନର ଚୋରି

୨୦୦୩ରେ ଅଙ୍ଗୋଲେନ୍‌ ଏୟାରପୋର୍ଟରୁ ବୋଇଙ୍ଗ୍‌ ୭୨୭ ଚୋରି ହୋଇଯାଇଥିଲା। ବୋଇଙ୍ଗ୍‌ର ଲାଇଟ୍‌ସ ବନ୍ଦ ଥିଲା, ଟ୍ରାନ୍ସପଣ୍ଡର ଡିଜେବୁଲ୍‌ କରାଯାଇଥିଲା। ଆଉ ବୋଇଙ୍ଗ୍‌ ସେମିତିରେ ହିଁ ଉଡ଼ାଣ ଭରିଥିଲା। ଆଟଲାଣ୍ଟିକ୍‌ ମହାସାଗର ଉପର ଦେଇ ଯାଉଥିବା ବେଳେ ଏହି ବୋଇଙ୍ଗ୍‌ ବିମାନକୁ କେହି ଦେଖିପାରି ନ ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.