Below header

ଜାଣନ୍ତି, ଅଭିନେତ୍ରୀ ପ୍ରିୟଙ୍କା ଚୋପଡା କ୍ରିକେଟର ମହମ୍ମଦ ଆଝାରୁଦ୍ଦିନଙ୍କୁ ଚାହୁଁଥିଲେ କରିବାକୁ ବିବାହ

ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପଡ଼ା ଇଣ୍ଟରନେସନାଲ୍‌ ଷ୍ଟାର ହୋଇଯାଇଛନ୍ତି । ଖାଲି ଦେଶରେ ନୁହେଁ ଏବେ ବିଦେଶରେ ମଧ୍ୟ ସେ ଚର୍ଚ୍ଚାରେ ନିକ୍‌ ଜୋନ୍ସଙ୍କୁ ବିବାହ କରିବା ପରେ । ୨୦୧୮ ରେ ସେ ହଲିଉଡ୍‌ ସିଙ୍ଗର ନିକ୍‌ ଜୋନ୍ସଙ୍କୁ ବିବାହ କରିଛନ୍ତି । ହେଲେ ଆପଣ ଜାଣନ୍ତି କି ପୂର୍ବରୁ ସେ କ୍ରିକେଟର ମହମ୍ମଦ ଆଝାରୁଦ୍ଦିନ୍‌ଙ୍କୁ ବିବାହ କରିବାକୁ ଚାହୁଁଥିଲେ ।

ଶାହାରୁଖ ଖାନ୍‌ ପ୍ରିୟଙ୍କାଙ୍କୁ ଦେଇଥିଲେ ୩ଟି ଅପସନ୍‌

ପ୍ରିୟଙ୍କା ଚୋପଡାଙ୍କର ଏକ ପୂରୁଣା ଭିଡିଓ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି । ଏହି ଭିଡ଼ିଓରେ ସେ ବିବାହ ପାଇଁ କ୍ରିକେଟରଙ୍କୁ ବାଛିଥିଲେ । ଏ ଭିଡ଼ିଓ ୨୦୦୦ ମସିହାର ଯେତେବେଳେ ସେ ମିସ୍‌ ଇଣ୍ଡିଆ କମ୍ପିଟେସନରେ ଭାଗ ନେଇଥିଲେ । ଜଜ୍‌ ପେନାଲରେ ଶାହାରୁଖ ଖାନ୍‌ ବି ସାମିଲ ଥିଲେ । ଶାହାରୁଖ ଖାନ୍‌ ତାଙ୍କୁ ପଚାରିଥିଲେ ତୁମେ ଯଦି ବିବାହ କର, କାହାକୁ ବିବାହ କରିବ । ଏଥିପାଇଁ ମୁଁ ତୁମକୁ ୩ଟି ଅପ୍‌ସନ୍‌ ଦେବି ।

ପ୍ରଥମରେ ପଚାରିଥିଲେ ଯେ ତୁମେ ଆଝାରୁଦ୍ଦିନଙ୍କ ଭଳି କ୍ରିକେଟରଙ୍କୁ ବିବାହ କରିବ ଯିଏ ତୁମକୁ ସାରା ଦୁନିଆ ବୁଲାଇବ । ଏବଂ ଯାହାଙ୍କ ଉପରେ ଦେଶ ଓ ତୁମେ ଗର୍ବ କରିବ । କିମ୍ବା ଜଣେ ବ୍ୟବସାୟୀ ଯିଏ ତୁମକୁ ବହୁତ ଗହଣା କିଣି ଦେଇପାରିବ । ନା ଶେଷରେ ମୋ ଭଳି ଜଣେ ଫିଲ୍ମ ଷ୍ଟାରଙ୍କୁ ଯିଏ ତୁମକୁ ଏଠାରେ ବସି କରି କାଳ୍ପନିକ ପ୍ରଶ୍ନ ପଚାରିବ । ଏଥିରେ ପ୍ରିୟଙ୍କା ଆଝାରୁଦ୍ଦିନଙ୍କୁ ବାଛିଥିଲେ । ପ୍ରିୟଙ୍କା କହିଥିଲେ ଯେ ସେ ଗର୍ବ କରିବେ, ତାଙ୍କ ସ୍ୱାମୀ ପୁରା ଦେଶର ଲୋକଙ୍କ ହୃଦୟରେ ରାଜ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.