ସଲମାନଙ୍କ ପ୍ରତିଶୋଧ, ପାକିସ୍ତାନୀ ସିଙ୍ଗର୍ ଅତିଫ୍ ଅସଲମଙ୍କୁ ନିଜ ଫିଲ୍ମରୁ କଲେ ଆଉଟ୍

ସଲମାନଙ୍କ ପ୍ରତିଶୋଧ । ପାକିସ୍ତାନୀ ଗାୟକ ଅତିଫ ଅସଲମଙ୍କୁ ନିଜ ଫିଲ୍ମରୁ ଆଉଟ୍ କରିଛନ୍ତି ଭାଇଜାନ୍ । ନିଜ ଆଗାମୀ ଫିଲ୍ମ ନୋଟବୁକରୁ ଅତିଫ ଅସଲମଙ୍କ ଗୀତ ହଟାଇଦେବା ପାଇଁ କହିଛନ୍ତି ସଲମାନ । ସଲମାନ୍ ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ବରେ ଅଛନ୍ତି ।
ଏହା ପୂର୍ବରୁ ଟି – ସିରିଜ୍ ମଧ୍ୟ ଅତିଫ୍ ଅସଲମ୍ ଏବଂ ରାହତ ଫତେ ଅଲ୍ଲୀ ଖାନକୁ ଅନଲିଷ୍ଟ କରିଥିଲା । ଉଭୟଙ୍କ ଗୀତ ଗୁଡିକୁ ମଧ୍ୟ ନିଜ ୟୁଟ୍ୟୁବ୍ ଆକାଉଂଟରୁ ହଟାଇଦେଇଛି । ୧୩ ଫେବ୍ରୁଆରୀରେ ଅତିଫ୍ ଅସଲମଙ୍କ ଭିଡିଓ ଆଲବମ୍ ବାରିଶେ ୟୁଟ୍ୟୁବରେ ରିଲିଜ୍ ହୋଇଥିଲା । ଯେଉଁଥିରେ ଥିଲା ସଲମାନଙ୍କ ଟାଇଗର୍ ଜିନ୍ଦା ହୈ ଫିଲ୍ମର ଦି୍ଲ୍ ଦିଆଁ ଗଲ୍ଲା ସହ ଅନେକ ସୁପରହିଟ୍ ଗୀତ । ଯାହାକୁ ଏବେ ହଟାଇଦିଆଯାଇଛି । ସେହିପରି ରାହତ୍ ଫତେ ଅଲ୍ଲୀ ଖାନଙ୍କର ଜିନ୍ଦେଗୀ ୧୫ ଫେବ୍ରୁଆରୀରେ ୟୁଟ୍ୟୁବରେ ଅପଲୋଡ୍ ହୋଇଥିଲା । କିନ୍ତୁ ଏହାକୁ ମଧ୍ୟ ଡିଲିଟ୍ କରିଦିଆଯାଇଛି ।
ସେହିପରି ପାକିସ୍ତାନୀ କଳାକାରଙ୍କୁ ବଲିଉଡକୁ ନୋ ଏଣ୍ଟ୍ରି। ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିଜ ଦ୍ୱାର ସେମାନଙ୍କ ପାଇଁ ବନ୍ଦ। ପାକିସ୍ତାନ ଅଭିନେତା ଓ ଅଭିନେତ୍ରୀଙ୍କୁ ସମ୍ପୂର୍ଣ୍ଣ ବ୍ୟାନ ଘୋଷଣା କରିଛି ଅଲ୍ ଇଣ୍ଡିଆ ସିନେ ୱାର୍କର୍ସ ଆସୋସିଏସନ। ଏନେଇ ସଂଘ ପକ୍ଷରୁ ଏକ ପ୍ରେସ ବିବୃତ୍ତିରେ ସୂଚନା ଦିଆଯାଇଛି। ପାକ୍ କଳାକାରଙ୍କୁ ନେଇ କାମ କରୁଥିବା ସଂସ୍ଥା କିମ୍ବା ସେମାନଙ୍କୁ ଅନୁଗ୍ରହ ଦେଖାଉଥିବା ବ୍ୟକ୍ତି ବିଶେଷଙ୍କ ଉପରେ ମଧ୍ୟ କଟକଣା ଲଗାଇବାକୁ ଚେତାବନୀ ଦିଆଯାଇଛି। ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ AICWA ଦୃଢ଼ ନିନ୍ଦା କରିବା ସହ ସହିଦଙ୍କ ପରିବାରକୁ ସମବେଦନା ଜଣାଇଛି ସିନେ ୱାର୍କର୍ସ ଆସୋସିଏସନ୍। ସଂଘ ପକ୍ଷରୁ କୁହାଯାଇଛି ଯେ, ଆମ ପାଇଁ ଦେଶ ପ୍ରଥମ। ଆମେ ଦେଶ ସହ ରହିଛୁ।