Below header

ପ୍ରଧାନମନ୍ତ୍ରୀ ମୋଦିଙ୍କର ମଜାକ ଉଡାଇବାରେ ଆର ମାଧବନଙ୍କୁ ଆସିଲା କ୍ରୋଧ

ଲୋକସଭା ନିର୍ବାଚନର ତାରିଖ ଘୋଷଣା ହେବା ପରେ ସମସ୍ତ ଦଳ ପ୍ରସ୍ତୁତିରେ ଲାଗି ପଡିଛନ୍ତି। ଏବେ ଜୋରଦାର ପ୍ରଚାର ମଧ୍ୟ ଚାଲୁଛି ଏବଂ ସୋସିଆଲ ମିଡିଆରେ ମଧ୍ୟ ଦେଖିବାକୁ ମିଳୁଛି। ନିକଟରେ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଏକ ଭିଡିଓ ଟ୍ବିଟ କରିଛନ୍ତି। ଏହି ଟ୍ବିଟକୁ ନେଇ ବଲିଉଡ୍ ଅଭିନେତା ଆର.ମାଧବନ ନିଜା କ୍ରୋଧ ପ୍ରକାଶ କରିଛନ୍ତି।

କଂଗ୍ରେସର ଅଫିସିଆଲ ଟ୍ବିଟର ହ୍ୟାଣ୍ଡେଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନର ରାଷ୍ଟ୍ରପତିଙ୍କର ଏକ ଭିଡିଓ ଟ୍ବିଟ କରାଯାଇଛି। ଭିଡିଓରେ ପ୍ରଧାନମନ୍ତ୍ରୀଙ୍କର ମଜାକ ଉଡାଯାଇଥିଲା। ଭିଡିଓର କ୍ୟାପ୍ସନରେ ଲେଖା ହୋଇଥିଲା ’ଚୀନ ର ରାଷ୍ଟ୍ରପତିଙ୍କ ସହିତ ମୋଦିଙ୍କର ଠିକ ପ୍ରଦର୍ଶନ।’

r madhabanଏହି ଭିଡିଓକୁ ରିଟ୍ବିଟ୍ କରି ଲେଖିଛନ୍ତି, ‘ଏହି ଭିଡିଓକୁ ଏମିତି କମେଣ୍ଟ ଦେବା ସତରେ ଖରାପ। କୌଣସି ବି ରାଜନୈତିକ ବିରୋଧ ହେଉ ନା କାହିଁକି ମୋଦି ଆମ ଦେଶର ପ୍ରଧାନମନ୍ତ୍ରୀ ଅଟନ୍ତି, ଏବଂ ଆପଣ ଚୀନ ପାଖରେ ନିଜ ଦେଶର ମର୍ଯ୍ୟାଦାହାନି କରିବା ଉଚିତ ନୁହେଁ। ଏମିତି ଟ୍ବିଟ ମୁଁ ଅଶା କରିନଥିଲି।‘

ଆର.ମାଧବନ ନିଜର ଅପକମିଂ ଫିଲ୍ମ ରକେଟ୍ରୀର ସୁଟିଂ ଏବଂ ପ୍ରଡକସନରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମ ବୈଜ୍ଞାନିକ ନାରାୟଣଙ୍କ ଜୀବନୀ ଉପରେ ଆଧାରିତ। ଏହି ଫିଲ୍ମ ଜରିଆରେ ମାଧବନ ନିର୍ଦ୍ଦେଶନା କ୍ଷେତ୍ରରେ ଡେବ୍ୟୁ କରୁଛନ୍ତି। ମାଧବନଙ୍କ ଏହି ଫିଲ୍ମରେ ଶାହରୁଖ ଖାନ ଏକ ବିଶେଷ ଚରିତ୍ରରେ ନଜର ଆସିବେ। ଏହି ଫିଲ୍ମ ଏହା ସାଙ୍ଗରେ ପାଞ୍ଚଟି ଭାଷାରେ ନିର୍ମିତ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.