Below header

ଇଥିଓପିଆ ବିମାନ ଦୁର୍ଘଟଣା : ଶେଷକୃତ୍ୟ ପାଇଁ ମୃତକଙ୍କ ସମ୍ପର୍କୀୟଙ୍କୁ ଦିଆଯିବ ଦୁର୍ଘଟଣା ସ୍ଥଳର ମାଟି

ନାଇରୋବି : ଗତ ରବିବାର ଦିନ ଦୁର୍ଘଟଣା ଗ୍ରସ୍ତ ଇଥିଓପିଆ ଏୟାର ଲାଇନ୍ସର ବୋଇଂ-୭୩୭ ମାକ୍ସ ବିମାନର ସମସ୍ତ ୧୫୭ ଜଣ ଯାତ୍ରୀ ଓ ବିମାନ କର୍ମଚାରୀଙ୍କର ମୃତ୍ୟୁ ଘଟିଥିଲା । କାହାର ଦେହାବଶେଷ ବି ମିଳିଲା ନାହିଁ । ଏହି ବିମାନରେ ପ୍ରାୟ ୩୦ଟି ଦେଶର ଲୋକ ଥିଲେ । ଏବେ ସମସ୍ୟା ହେଉଛି ସେମାନଙ୍କ ସମ୍ପର୍କୀୟମାନେ ଶେଷକୃତ୍ୟ କରିବାକୁ ଚାହୁଁଛନ୍ତି । ତେଣୁ ଇଥିଓପିଆ ଏୟାରଲାଇନ୍ସ କର୍ତ୍ତୃପକ୍ଷ ଏଥିଲାଗି ଏକ ବାଟ ବାହାର କରିଛନ୍ତି । ଦୁର୍ଘଟଣା ଘଟିଥିବା ସ୍ଥାନରୁ ମାଟି ଆଣି ମୃତକଙ୍କ ସମ୍ପର୍କୀୟଙ୍କୁ ପଠାଇବାକୁ ସ୍ଥିର କରିଛନ୍ତି ।
ଅନ୍ୟପକ୍ଷରେ ଦୁର୍ଘଟଣା ସ୍ଥଳରୁ ଯାହା ବି ସାମଗ୍ରୀ ମିଳିଛି ସେଥିରୁ ମୃତକଙ୍କୁ ଚିହ୍ନଟ କରିବା ପାଇଁ ପ୍ରାୟ ୬ ମାସ ସମୟ ଲାଗିଯିବ ବୋଲି ପରିବାର ଲୋକଙ୍କୁ କୁହାଯାଇଛି । ସେହିପରି ବିମାନ ଦୁର୍ଘଟଣାର କାରଣ ଖୋଜା ଚାଲିଛି । ତଦନ୍ତରେ ମଧ୍ୟ ବେଶ୍‌ କିଛି ସମୟ ଲାଗିବ ବୋଲି ଇଥିଓପିଆ ପରିବହନ ମନ୍ତ୍ରୀ କହିଛନ୍ତି ।
ଗତ ମାର୍ଚ୍ଚ ୧୦ ତାରିଖ ଦିନ ବିମାନଟି ଉଡ଼ାଣ ଭରିବାର ମାତ୍ର ୬ ମିନିଟ୍‌ ଭିତରେ ଆକାଶରୁ ଖସିପଡ଼ିଥିଲା । ତେବେ କେଉଁ କାରଣରୁ ଦୁର୍ଘଟଣା ଘଟିଲା ସେ କଥା ସ୍ପଷ୍ଟ ହୋଇ ନାହିଁ । ବ୍ଲାକ୍‌ବକ୍ସ ମିଳି ସାରିଥିବାରୁ ଏଥିରୁ କିଛି ସୁରାକ୍‌ ମିଳି ପାରେ ବୋଲି ତଦନ୍ତ ଅଧିକାରୀ ଅନୁମାନ କରୁଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.