Below header

FTII ର ଅଧ୍ୟକ୍ଷ ହେଲେ ଆର ମାଧବନ, କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଜଣାଇଲେ ଶୁଭେଚ୍ଛା

ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ(FTII) ର ଅଧ୍ୟକ୍ଷ ପଦ ସହିତ ଗଭର୍ଣ୍ଣିଂ କାଉନସିଲର ଚେୟାରମ୍ୟାନ ପଦବୀ ମାଧବନଙ୍କୁ ଦିଆଯାଇଛି । ଗତ କିଛିଦିନ ପରେ ଫିଲ୍ମ ‘ରକେଟ୍ରି’ ପାଇଁ ତାଙ୍କୁ ନ୍ୟାସନାଲ ଆୱାର୍ଡ ଦିଆଯାଇଛି । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ତାଙ୍କୁ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଛନ୍ତି ।

ବଲିଉଡର ଲୋକପ୍ରିୟ ଆର ମାଧବନଙ୍କୁ ଭାରତୀୟ ଫିଲ୍ମ ଏବଂ ଟେଲିଭିଜନ ସଂସ୍ଥାର ନୂଆ ଅଧ୍ୟକ୍ଷ ଦୟିତ୍ୱ ଦିଆଯାଇଛି । ମାଧବନଙ୍କୁ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ(FTII) ର ଅଧ୍ୟକ୍ଷ ପଦ ସହିତ ଗଭର୍ଣ୍ଣିଂ କାଉନସିଲର ଚେୟାରମ୍ୟାନ ପଦବୀ ଦିଆଯାଇଛି । ଗତ କିଛିଦିନ ପରେ ଫିଲ୍ମ ‘ରକେଟ୍ରି’ ପାଇଁ ତାଙ୍କୁ ନ୍ୟାସନାଲ ଆୱାର୍ଡ ଦିଆଯାଇଛି । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ତାଙ୍କୁ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଛନ୍ତି ।

କେନ୍ଦ୍ର ମନ୍ତ୍ରୀ ଶୁଭେଚ୍ଛା ଜଣାଇ ଲେଖିଛନ୍ତି ‘ଆର ମାଧବନଙ୍କୁ ଭାରତୀୟ ଫିଲ୍ମ ଏବଂ ଟେଲିଭିଜନ ସଂସ୍ଥାର ଅଧକ୍ଷ ଏବଂ ଗଭର୍ଣ୍ଣିଂ କାଉନସିଲ ଭାବରେ ନିୟୋଜିତ ହୋଇଥିବାରୁ ଢେର ଶୁଭେଚ୍ଛା ।’ଆପଣଙ୍କ ଜ୍ଞାନ ଏବଂ ଏଥିକ୍ସରେ ଇନଷ୍ଟିଚ୍ୟୁଟ ଶିଖରରେ ପହଞ୍ଚିବ ଏହା ମୋର ଆଶା । ଏହା ଉପରେ ମାଧବନ ମଧ୍ୟ ଖୁସି ଜାହିର କରି ତାଙ୍କୁ ରିପ୍ଲେରେ ଧନ୍ୟବାଦ କହିଛନ୍ତି ।

ମାଧବନ ନିଜ କ୍ୟାରିଅର ଆରମ୍ଭରେ ଅନେକ ଇଂରାଜୀ ଫିଲ୍ମରେ କାମ କରିଛନ୍ତି । ୧୯୯୮ରେ ରିଲିଜ ହୋଇଥିବା ଫିଲ୍ମରେ ଡନ ୱିଲସନ, ଦିପ୍ତି ଭଟନାଗର, ଇବାନ ଲୁରୀ, ମାଇକେଲ କାବାନଘୁ ଏବଂ ଟାନ ମ୍ୟାକକ୍ଲର ପରି ଅଭିନେତା ମୁଖ୍ୟ ଭୂମିକାରେ କାମ କରିଥିଲେ । ଏହି ଫିଲ୍ମରେ ଆର ମାଧବନ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।

ଖୁବଶୀଘ୍ର ତାଙ୍କର ଅପକମିଂ ଫିଲ୍ମ ‘ଟେଷ୍ଟ’ ଆସିବାକୁ ଯାଉଛି । ଏହି ଫିଲ୍ମର ନିର୍ଦ୍ଦେଶନା ଶଶିକାନ୍ତ ଦେଉଛନ୍ତି । ଏହି ଫିଲ୍ମ କ୍ରିକେଟ ଦୁନିଆ ଉପରେ ଆଧାରିତ । ଫିଲ୍ମରେ ମାଧବନ ଲିଡ ରୋଲରେ ନଜର ଆସିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.