Below header

ଆତଙ୍କ ଖେଳାଇଛି ହାତୀ, ସିସିଟିଭିରେ କଏଦ ହେଲା ଭିଡିଓ

ଏବେ ହାତୀକୁ ନେଇ ଆସିଛି ଏକ ସିସିଟିଭି ଫୁଟେଜ । ଯାହାକୁ ଦେଖିବା ପରେ ଆପଣ ରାତିରେ ଘର ବାହାରେ ଶୋଇବାକୁ ଭୟ କରିବେ । ଭିଡିଓରେ ଦେଖିବାକୁ ମିଳିଛି କି, ବାହାରେ ଖଟ ଉପରେ ମଶାରୀ ଟାଣି ଶୋଇଥିଲେ ଜଣେ ବ୍ୟକ୍ତି । ପୁରା ନିଘୋଡ ନିଦରେ ଶୋଇଛନ୍ତି । ଏତିକିବେଳେ ଚାଲି ଆସୁଛି ଏକ ହାତୀ ।

ଘଟଗାଁ (କେନ୍ୟୁଜ): ନଦୀରେ କୁମ୍ଭୀର ଗାଁ ଦାଣ୍ଡରେ ହାତୀ । କେମିତି ଜୀବନ କାଟିବେ । କୁମ୍ଭୀର ଆତଙ୍କ ନଥମୁଣୁ ଏବେ ହାତୀ ଭାଙ୍ଗିଛି ନିଦ । ଦିନକୁ ଦିନ ବଢିଚାଲିଛି ହାତୀ ଉପଦ୍ରବ । ଯାହା ଟିକେ ଥମିବାର ନା ନେଉନାହିଁ । ଦୀର୍ଘ କିଛି ଦିନ ହେଲାଣି ଚିନ୍ତା ବଢ଼ାଇଛନ୍ତି ହାତୀପଲ । କେତେବେଳେ ଧାନ ଫସଲ ନଷ୍ଟ କରୁଛନ୍ତି ଆଉ କେତେ ଘର ଭାଙ୍ଗୁଛନ୍ତି । ଦିନ ହେଉ କି ରାତିରେ ଆତଙ୍କ ଖେଳାଇଛନ୍ତି । ଏବେ ହାତୀକୁ ନେଇ ଆସିଛି ଏକ ସିସିଟିଭି ଫୁଟେଜ । ଯାହାକୁ ଦେଖିବା ପରେ ଆପଣ ରାତିରେ ଘର ବାହାରେ ଶୋଇବାକୁ ଭୟ କରିବେ ।

ଭିଡିଓରେ ଦେଖିବାକୁ ମିଳିଛି କି, ବାହାରେ ଖଟ ଉପରେ ମଶାରୀ ଟାଣି ଶୋଇଥିଲେ ଜଣେ ବ୍ୟକ୍ତି । ପୁରା ନିଘୋଡ ନିଦରେ ଶୋଇଛନ୍ତି । ସେ ବା କାହିଁକି ଭାବିବେ ତାଙ୍କ ସହ ଆଗକୁ କିଛି ଅଘଟଣ ଘଟିବାକୁ ଯାଉଛି । ହଠାତ୍ ଏକ ହାତୀ ସେଠାକୁ ଚାଲିଆସି ଖଟ ଉପରେ ଟଣା ହୋଇଥିବା ମଶାରୀଟିକୁ ଶୁଣ୍ଢରେ ଘୋଷାଡି ଆଣିବା ସହ ପରା ହୋଇଥିବା ବିଛଣା ସବୁକୁ ତଳେ ପକାଇ ଦେଉଛି । ଯାହାଫଳରେ ଘଟ ସହିତ ବ୍ୟକ୍ତି ଜଣକ ତଳେ ପଡିଯାଉଛନ୍ତି । ତେବେ ବ୍ୟକ୍ତି ଜଣକ ଉପରେ ଖଟ ରହିଯିବାରୁ ହାତୀଟିର ନଜର ତାଙ୍କ ଉପରେ ପଡିନଥିଲା । ଯାହା ଦ୍ୱାରା ସୌଭାଗ୍ୟ ବଶତଃ ବ୍ୟକ୍ତି ଜଣକ ଅଳ୍ପକେ ବର୍ତ୍ତିଯାଇଥିଲେ ।

କଥାରେ ଅଛି ରଖେ ହରି ତ ମାରେ କିଏ । ଏହି ସିସିଟିଭି ଫୁଟେଜ ରେ ହାତୀ ଆକ୍ରମଣର ଭୟଙ୍କର ଚିତ୍ର ଏବେ ଭାଇରାଲ ହେବାରେ ଲାଗିଛି । ଏକ ବିଦ୍ୟାଳୟର ସିସିଟିଭି କ୍ୟାମେରାରେ କଏଦ ହୋଇଛି ହାତୀ ଆକ୍ରମଣର ଏହି ଭିଜୁଆଲ୍ । ତେବେ କେନ୍ଦୁଝର ସହରପଡା ବ୍ଲକ ମାଟିଆଗୁନି ସରକାରୀ ଉଚ୍ଚ ବିଦ୍ୟାଳୟରେ ପାଚେରି ଭାଙ୍ଗି ପଶିଥିଲା ଲହି ହାତୀଟି । ଖାଲି ସେତିକି ନୁହଁ ବାରଣ୍ଡାରେ ଶୋଇଥିବା ଏହି ରାତ୍ରୀ ଜଗୁଆଳଙ୍କୁ ଭିଡି ଆଣି ଆକ୍ରମଣ କରିଥିଲା ହାତୀଟି ।

କିନ୍ତୁ ଯାହା ହେଉ ଭାଗବାନଙ୍କ ଆଶୀର୍ବାଦରୁ ରାତ୍ରୀଜଗୁଆଳି ଜଣଙ୍କ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚିଯାଇଛନ୍ତି । ଏସବୁ ଦୃଶ୍ୟ ସ୍କୁଲରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହେବା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି । ଏଦୃଶ୍ୟକୁ ଦେଖିଲେ ଯେ କେହି ବ୍ୟକ୍ତିଙ୍କ ଲୋମ ଟାଙ୍କୁରି ଉଠିବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.