ରିଲିଜ୍‌ ହେଲା ‘ଟାଇଗର ୩’ର ପ୍ରଥମ ପୋଷ୍ଟର, ଦୀପାବଳୀରେ ହଲକୁ ଆସିବ ଫିଲ୍ମ

ସଲମାନ ଖାନ୍‌ ତାଙ୍କ ଫ୍ୟାନ୍ସଙ୍କ ପାଇଁ ନିଜ ସୋସିଆଲ ମିଡିଆରେ ‘ଟାଇଗର ୩’ର ଫାଷ୍ଟ ଲୁକ୍‌ ପୋଷ୍ଟର ସେୟାର କରିଛନ୍ତି । ଏହା ସହ ଫିଲ୍ମର ରିଲିଜ୍‌ ଡେଟ୍‌ ମଧ୍ୟ ଘୋଷଣା କରିଛନ୍ତି । ତେବେ ଭାଇଜାନ୍‌ ଟ୍ଵିଟ୍‌ କରି କହିଛନ୍ତି ଯେ, ‘‘ଆସୁଛି! ‘ଟଇଗର ୩’ ଦୀପାବଳୀ ୨୦୨୩ରେ ସିନେମା ହଲ୍‌ରେ ରିଲିଜ୍‌ ହେବାକୁ ଯାଉଛି ।

ବଲିଉଡର ଭାଇଜାନ ସଲମାନ ଖାନ୍‌ ଏବଂ କ୍ୟାଟ୍ରିନା କୈଫଙ୍କ ଅପକମିଂ ଫିଲ୍ମ ‘ଟାଇଗର ୩’ କୁ ଫ୍ୟାନ୍ସ ବହୁତ ଉତ୍ସାହିତ ସହିତ ଅପେକ୍ଷା କରିଛନ୍ତି । ସେହି ମଉକାରେ ଫିଲ୍ମ ମେକର୍ସ ଫ୍ୟାନ୍ସଙ୍କ ପାଇଁ ଏକ ବଡ ଖୁସି ଖବର ଆଣିଛନ୍ତି । ଶନିବାର ସକାଳୁ ଫିଲ୍ମ ‘ଟାଇଗର ୩’ର ପ୍ରଥମ ପୋଷ୍ଟର ସାମ୍ନାକୁ ଆସିଛି । ଏହା ସହ ଫିଲ୍ମର ରିଲିଜ୍‌ ଡେଟ୍‌ ମଧ୍ୟ କନଫର୍ମ କରିଦେଇଛନ୍ତି ।

ତେବେ ସଲମାନ ଖାନ୍‌ ତାଙ୍କ ଫ୍ୟାନ୍ସଙ୍କ ପାଇଁ ନିଜ ସୋସିଆଲ ମିଡିଆରେ ‘ଟାଇଗର ୩’ର ଫାଷ୍ଟ ଲୁକ୍‌ ପୋଷ୍ଟର ସେୟାର କରିଛନ୍ତି । ଏହା ସହ ଫିଲ୍ମର ରିଲିଜ୍‌ ଡେଟ୍‌ ମଧ୍ୟ ଘୋଷଣା କରିଛନ୍ତି । ତେବେ ଭାଇଜାନ୍‌ ଟ୍ଵିଟ୍‌ କରି କହିଛନ୍ତି ଯେ, ‘‘ଆସୁଛି! ‘ଟଇଗର ୩’ ଦୀପାବଳୀ ୨୦୨୩ରେ ସିନେମା ହଲ୍‌ରେ ରିଲିଜ୍‌ ହେବାକୁ ଯାଉଛି । ଏହି ଫିଲ୍ମ ହିନ୍ଦୀ, ତାମିଲ ଏବଂ ତେଲୁଗୁରେ ରିଲିଜ୍‌ ହେବ । ପୋଷ୍ଟରେ ସଲମାନ ଏବଂ କ୍ୟାଟ୍ରିନା ବନ୍ଧୁକ ଧରିଥିବାର ନଜର ଆସିଛନ୍ତି । ଏହି ପୋଷ୍ଟର ଦେଖି ଲାଗୁଛି ଯେ, ‘ଟାଇଗର ୩’ ‘ଟାଇଗର’ର ଅନ୍ୟ ଦୁଇଟି ଭାଗ ଅପେକ୍ଷା ଜବରଦସ୍ତ ହେବ ବୋଲି ।

ଏହାର ପ୍ରଥମ ଭାଗ ‘ଏକ ଥା ଟାଇଗର’ ୨୦୧୨ରେ ରିଲିଜ ହୋଇଥିଲା ଯାହା ସେହି ସମୟରେ ବକ୍ସ ଅଫିସ୍‌ରେ ହଇଚଇ ସୃଷ୍ଟି କରିଥିଲା । ସେହି ଫିଲ୍ମରେ ସଲମାନ ଖାନ୍‌ ର-ଏଜେଣ୍ଟ ଟାଇଗର ରୂପରେ ନଜର ଆସିଥିଲେ ଏବଂ କ୍ୟାଟ୍ରିନା ଆଇଏସଆଇ ଏଜେଣ୍ଟ ରୂପରେ ନଜର ଆସିଥିଲେ । ଏହା ସହ ସେମାନଙ୍କ କେମେଷ୍ଟ୍ରି ସିଲଭର ସ୍କ୍ରିନ୍‌ରେ ଦଙ୍ଗଲ ସୃଷ୍ଟି କରିଥିଲେ । ଏହା ପରେ ସଲମାନ ଏବଂ କ୍ୟାଟ୍ରିନା ୨୦୧୭ରେ ‘ଟାଇଗର ଜିନ୍ଦା ହେ’ରେ ନଜର ଆସିଥିଲେ । ଏହି ଫିଲ୍ମ ମଧ୍ୟ ବକ୍ସ ଅଫିସ୍‌ର ସବୁ ରେକର୍ଡ ଭାଙ୍ଗି ଥିଲା ।

‘ଟାଇଗର ୩’ ହେଉଛି ଲୋକପ୍ରିୟ YRF ସ୍ପାଏ ୟୁନିଭର୍ସର ପଞ୍ଚମ ଫିଲ୍ମ । ଏହା ସହ ୬ ବର୍ଷ ପରେ ସଲମାନ ଏବଂ କ୍ୟାଟ୍ରିନା ଫିଲ୍ମ ପରଦାରେ ଏକା ସହ ନଜର ଆସିବା ପାଇଁ ଯାଉଛନ୍ତି । ତେବେ ଏହା ମଧ୍ୟ ଦେଖିବାର ଅଛି ଯେ ଏହି ଫିଲ୍ମ ବକ୍ସ ଅଫିସ୍‌ରେ ହଇଚଇ ସୃଷ୍ଟି କରୁଛି ନା ନାହିଁ । ତେବେ ଭାଇଜାନ ଏବଂ କ୍ୟାଟ୍ରିନାଙ୍କ ଫ୍ୟାନ୍ସ ତାଙ୍କର ଏହି ଫିଲ୍ମକୁ ଉତ୍ସାହ ସହ ଅପେକ୍ଷା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.