ଆସନ୍ତା କାଲି ରବିବାର ନଷ୍ଟ ହୋଇଯିବେ ପ୍ରଜ୍ଞାନ ଓ ବିକ୍ରମ, ଆଉ ମିଳିବନି ଚନ୍ଦ୍ରପୃଷ୍ଠର କୌଣସି ତଥ୍ୟ

ଆସନ୍ତା କାଲି ରବିବାର ରୋଭର ପ୍ରଜ୍ଞାନର ଶେଷ ଦିନ। କାଲି ଠୁ ଆଉ କୌଣସି ସୂଚନା ପଠାଇବ ନାହିଁ। ରବିବାର ସନ୍ଧ୍ୟାରୁ ପ୍ରଜ୍ଞାନ ଓ ବିକ୍ରମଙ୍କୁ ଆଉ ମିଳିବନି ଶକ୍ତି। ତେଣୁ ତାଙ୍କ ଜୀବନ କାଳ ଶେଷ ହୋଇଯିବ। ତା'ମାନେ ଆସନ୍ତା ସୋମବାରରୁ ଚନ୍ଦ୍ରର କୌଣସି ତଥ୍ୟ ପାଇବ ନାହିଁ ଇସ୍ରୋ। ଇସ୍ରୋର ମୁନ ମିଶନ ହୋଇଯିବ ଶେଷ।

ଆଉ ମିଳିବନି ଚନ୍ଦ୍ରରୁ କୌଣସି ତଥ୍ୟ। ଇସ୍ରୋ ଦ୍ୱାରା ପଠାଯାଇଥିବା ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ ଆସନ୍ତା କାଲି ନଷ୍ଟ ହୋଇଯିବେ। ଅବଧି କାଳ ଶେଷ ପରେ ମରିଯିବ ରୋଭର, ଆଉ ବଞ୍ଚିବା ପାଇଁ ଶକ୍ତି ପାଇବନି ଲ୍ୟାଣ୍ଡର ପ୍ରଜ୍ଞାନ।

ଚନ୍ଦ୍ରରେ କଣ ସବୁ ଅଛି , ତାହାକୁ ଜାଣିବା ପାଇଁ ଇସ୍ରୋ ପକ୍ଷରୁ ପଠାଯାଇଥିବା ଚନ୍ଦ୍ରଯାନ-୩ ସଫଳ ହେବା ଜରୁରୀ ଥିଲା। ସଫଳତା ପାଇବା ପରେ ୧୪ ଦିନ ପର୍ଯ୍ୟନ୍ତ ରୋଭର ପ୍ରଜ୍ଞାନ ଚନ୍ଦ୍ର ପୃଷ୍ଠରେ ବୁଲି ସବୁ ତଥ୍ୟ ସଂଗ୍ରହ କଲା। ଆଉ ବିକ୍ରମ ଯୋଗେ ପୃଥିବୀକୁ ସବୁ ସୁଚନା ପଠାଇଲା। ଏ ପରୀକ୍ଷା ଏତେ ସହଜ ନଥିଲା। ବହୁତ ପରିଶ୍ରମ ପରେ ମନରେ ବିଶ୍ୱାସ ରଖି ଚେଷ୍ଟା କଲେ, ଆଉ ତାପରେ ସଫଳତା ମିଳିଲା। କିନ୍ତୁ ସବୁ ଜିନିଷର ଆରମ୍ଭ ଥିଲେ ଶେଷ ମଧ୍ୟ ଅଛି। ଯେପରିକି ଚନ୍ଦ୍ରଯାନ ୩ ର ବି ଶେଷ ସମୟ ଆସିଛି।

ଆସନ୍ତା କାଲି ରବିବାର ରୋଭର ପ୍ରଜ୍ଞାନର ଶେଷ ଦିନ। କାଲି ଠୁ ଆଉ କୌଣସି ସୂଚନା ପଠାଇବ ନାହିଁ। ରବିବାର ସନ୍ଧ୍ୟାରୁ ପ୍ରଜ୍ଞାନ ଓ ବିକ୍ରମଙ୍କୁ ଆଉ ମିଳିବନି ଶକ୍ତି। ତେଣୁ ତାଙ୍କ ଜୀବନ କାଳ ଶେଷ ହୋଇଯିବ। ତା’ମାନେ ଆସନ୍ତା ସୋମବାରରୁ ଚନ୍ଦ୍ରର କୌଣସି ତଥ୍ୟ ପାଇବ ନାହିଁ ଇସ୍ରୋ। ଇସ୍ରୋର ମୁନ ମିଶନ ହୋଇଯିବ ଶେଷ। ତେବେ ଏହି ୧୪ ଦିନ ଅବଧି ବିଷୟରେ ଇସ୍ରୋ ବୈଜ୍ଞାନିକ ମଧ୍ୟ କହିଥିଲେ। ହେଲେ କଣ ପାଇଁ ଏତିକି ଦିନ ରହିିଛି ଜାଣିଛନ୍ତି କି?

ରବିବାର ଠୁ ଆଉ ଇସ୍ରୋକୁ କୌଣସି ତଥ୍ୟ ଦେବ ନାହିଁ ପ୍ରଜ୍ଞାନ ଓ ବିକ୍ରମ। କାରଣ ଏହା କରିବା ପାଇଁ ତାଙ୍କ ପାଖରେ ଆଉ ଶକ୍ତି ନଥିବ। ଏହାକୁ ତିଆରି କରିବା ପାଇଁ ପାଖାପାଖି ୭୦୦ କୋଟି ଖର୍ଚ୍ଚ ହୋଇଥିଲା। ତଥାପି ମାତ୍ର ୧୪ ଦିନ ଅବଧି ରହିଲା। ଏହା ପଛରେ ମୁଖ୍ୟ କାରଣ ସୂର୍ଯ୍ୟଙ୍କ ରଶ୍ମି।

ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ ଲ୍ୟାଣ୍ଡ କରିଥିଲା। ଯେଉଁଠିକି ଆଜି ଯାଏ କୌଣସି ଦେଶ ଯାଇପାରିନାହିଁ। ଆଉ ଏହି ସ୍ଥାନର ସବୁ ତଥ୍ୟ ଦେଉଥିଲା। କିନ୍ତୁ ଏବେ ଆଉ କିଛି ବି ସୂଚନା ସେ ଦେବ ନାହିଁ। ଏହା ପଛରେ ଭୌଗଳିକ କାରଣ ଦାୟୀ।

ଏବେ ଜାଣନ୍ତୁ କିିଛି ରୋଚକ ତଥା ଆଶ୍ଚଯ୍ୟର୍ କରିବା ଭଳି କଥା। ଚନ୍ଦ୍ରପୃଷ୍ଠରେ ପଡ଼ୁଥିବା ସୂର୍ଯ୍ୟ କିରଣ ସମ୍ପୂର୍ଣ୍ଣ ଅଲଗା ଭାବେ ପଡ଼େ। ମାନେ ଯେପରି ପୃଥିବୀରେ ସବୁ ଦିନ ସୂର୍ଯ୍ୟଙ୍କ କିରଣ ପଡେ ।ସେହିପରି ଚନ୍ଦ୍ରପୃଷ୍ଠରେ ପଡ଼ିନଥାଏ ବରଂ ଚନ୍ଦ୍ରପୃଷ୍ଠରେ ୧୪ ଦିନ ଅନ୍ଧାର ହେଲେ ୧୪ ଦିନ ଖରା ପଡ଼ିଥାଏ। ମାନେ ପୃଥିବୀର ଗୋଟିଏ ଦିନ ଚନ୍ଦ୍ରର ୧୪ ଦିନ ସହ ସମାନ। ଆଉ ଯେତେବେଳେ ବିକ୍ରମ ସେଠାରେ ଲ୍ୟାଣ୍ଡ କରିଥିଲା ସେତେବେଳେ ଚନ୍ଦ୍ରରେ ଖରା ପଡ଼ିବା ଆରମ୍ଭ ହେଲା। ମାନେ ଗତ ୧୩ ଦିନ ହେଲାଣି ଚନ୍ଦ୍ରରେ ଖରା ପଡ଼ୁଛି। ଆଉ ଆସନ୍ତା କାଲି ୧୪ ଦିନ ପୂର୍ଣ୍ଣ ହୋଇଯିବ। କାଲି ହେଉଛି ଶେଷ ଦିନ , ଏହାପରଠୁ ଆଉ ଚନ୍ଦ୍ରରେ ଖରା ପଡ଼ିବ ନାହିଁ। ଯେହେତୁ ବିକ୍ରମ ଓ ପ୍ରଜ୍ଞାନ ସୂର୍ଯ୍ୟଙ୍କ ରଶ୍ମିରେ ଚାର୍ଜ ହୋଇ କାମ କରୁଥିଲେ ତେଣୁ ଖରା ନପଡ଼ିଲେ ସେମାନେ ଆଉ ଶକ୍ତି ପାଇପାରିବେ ନାହିଁ। ସୋଲାର ପାଓ୍ଵାର ନପାଇବାରୁ ସେମାନେ ନଷ୍ଟ ହୋଇଯିବେ। ଆଉ ଏହି କାରଣରୁ ସୋମବାରରୁ ଚନ୍ଦ୍ର ପୃଷ୍ଠର କୌଣସି ସୂଚନା ଆଉ ମିଳିବ ନାହିଁ।

ସୋମବାରରୁ ପୁରା ଚନ୍ଦ୍ର ପୃଷ୍ଠ ଅନ୍ଧାର ହୋଇଯିବ। ଏହାପରେ ତାପମାତ୍ରା ମାଇନସ୍‌ ୨୫୦ ଡିଗ୍ରୀ କୁ ଖସିଯିବ। ପ୍ରଜ୍ଞାନରେ ସୂର୍ଯ୍ୟ ରଶ୍ମି ନପଡ଼ିଲେ ରୋଭରରେ ସୋଲାର ସିଷ୍ଟମ କାମ କରିବ ନାହିଁ। ଆଉ ଚନ୍ଦ୍ରରେ ଖାଲ ଢ଼ିପ ଅଧିକ ଥିବାରୁ ରୋଭର ଶୀଘ୍ର ଗଡ଼ିପାରୁନାହିଁ। ଇସ୍ରୋ ସ୍ପେସ ଆପ୍ଲିକେସନ ସେଣ୍ଟରର ସୂଚନା ଅନୁସାରେ ଏପର୍ଯ୍ୟନ୍ତ ମାତ୍ର ୫୦୦ ମିଟର ଗଡ଼ିଛି ରୋଭର। ଏହାରି ଭିତରେ ଚନ୍ଦ୍ରରେ ଅମ୍ଳଜାନ ଓ ଜଳ ଥିବାର ଅନୁମାନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.