କଇଁଛକୁ ଆକ୍ରମଣ କରୁଥିଲା କୁକୁର, ପାଲଟା ଆକ୍ରମଣରେ ଗଲା କୁକୁର ଜିଭ

କିଛି ପ୍ରାଣୀ ଅନ୍ୟ ପ୍ରାଣୀମାନଙ୍କୁ ଅତି ଦୁର୍ବଳ ବୋଲି ଭାବିବାର ଭୁଲ କରନ୍ତି, ଯେଉଁଥିପାଇଁ ସେମାନଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ପଡେ । ସମାନ ଭାବେ ଏକ କୁକୁର ନିଜକୁ ଶକ୍ତିଶାଳୀ ମନେ କରି କଇଁଛ ସହ ଲାଗିଥିଲା ଯାହାର ପରିଣାମ ଭୟଙ୍କର ହୋଇଥିଲା । ନିଜର ଭ୍ରମ ପାଇଁ ସେ ନିଜେ ହିଁ ସମସ୍ୟାର ସମ୍ମୁଖୀନ ହୋଇଥିଲା ।

ପ୍ରତ୍ୟେକ ଦିନ ଜୀବ ଯନ୍ତୁଙ୍କର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କିଛି ଭିଡିଓରେ ଜୀବ ଯନ୍ତୁଙ୍କ ଲଢ଼େଇର ଭିଡିଓ ମଧ୍ୟ ସାମ୍ନାକୁ ଆସିଥାଏ । ଜୀବମାନଙ୍କର ବୁଝିବା ଶକ୍ତି ବହୁତ କମ ଥାଏ । ଏନେଇ ସେମାନେ କିଛି ନବୁଝି ଅନ୍ୟ ଜୀବମାନଙ୍କୁ ଆକ୍ରମଣ କରିଥାନ୍ତି । ପରେ ନିଜେ ହିଁ ସମସ୍ୟାରେ ପଡ଼ନ୍ତି । ତେବେ ଏଭଳି ଏକ ଭିଡିଓ ନିକଟରେ ଭାଇରାଲ ହୋଇଛି ଯେଉଁଥିରେ ଗୋଟିଏ କୁକୁର ଓ କଇଁଛର ମଜାଦାର ଭିଡିଓ ଫିଗେନ ନାମକ ଏକ ଟ୍ଵିଟର ଆକାଉଣ୍ଟରୁ ପୋଷ୍ଟ କରାଯାଇଛି ।

କିଛି ପ୍ରାଣୀ ଅନ୍ୟ ପ୍ରାଣୀମାନଙ୍କୁ ଅତି ଦୁର୍ବଳ ବୋଲି ଭାବିବାର ଭୁଲ କରନ୍ତି, ଯେଉଁଥିପାଇଁ ସେମାନଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ପଡେ । ସମାନ ଭାବେ ଏକ କୁକୁର ନିଜକୁ ଶକ୍ତିଶାଳୀ ମନେ କରି କଇଁଛ ସହ ଲାଗିଥିଲା ଯାହାର ପରିଣାମ ଭୟଙ୍କର ହୋଇଥିଲା । ନିଜର ଭ୍ରମ ପାଇଁ ସେ ନିଜେ ହିଁ ସମସ୍ୟାର ସମ୍ମୁଖୀନ ହୋଇଥିଲା ।

ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କଇଁଛକୁ ଦୁର୍ବଳ ବୋଲି ଭାବି କୁକୁରଟି ଆକ୍ରମଣ କରିଥିଲା । କୁକୁରଟି ଅନୁଭବ କରିଥିଲା ଯେ କଇଁଛଟି ଦୁର୍ବଳ ପ୍ରାଣୀ, ତେଣୁ ତା ପାଇଁ କୌଣସି ବିପଦ ନାହିଁ । ତେବେ କଇଁଛ କୁକୁରକୁ ଏମିତି ଶିକ୍ଷା ଦେଲା ଯେ କୁକୁରଟି ତୁରନ୍ତ କଇଁଛର ଶକ୍ତି ବୁଝି ପାରିଥିଲା । କୁକୁର ପ୍ରଥମେ କଇଁଛକୁ ଶୁଙ୍ଘିଥିଲା । ପରେ ତାକୁ ଦାନ୍ତରେ କାମୁଡ଼ିବାକୁ ଚେଷ୍ଟା କରିଥିଲା । ପ୍ରଥମେ କଇଁଛଟି ଅତି ଶାନ୍ତ ଏବଂ କୁକୁରର ଗତିବିଧି ଉପରେ ଧ୍ୟାନ ରଖିଥିଲା । ପରେ ହଠାତ କୁକୁରର ଜିଭକୁ କାମୁଡ଼ି ଧରିଥିଲା କଇଁଛ । ଆଉ ଭୟରେ କୁକୁର ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା ।

କଇଁଛଟି କୁକୁରର ଜିଭ ଧରିବା ମାତ୍ରେ କୁକୁରର ଗୋଡ ଫୁଲି ଯାଇଥିଲା । କୁକୁର ଜିଭକୁ କାମୁଡ଼ିବା ପରେ କୁକୁରଟି ଏକାଥରେ ଆଖି କାଢ଼ି ପକାଇଥିଲା । ଏଥିରୁ କୁକୁରଟି ନିଶ୍ଚୟ ଶିକ୍ଷା ଲାଭ କରିଥିବ ଯେ କଇଁଛଟି ଜମା ବି ଦୁର୍ବଳ ନୁହେଁ । ଏହି ଭିଡିଓରେ ୟୁଜରମାନେ ମଧ୍ୟ ବହୁତ ମଜାଳିଆ କମେଣ୍ଟ ଦେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.