ଡାଇବେଟିସ୍‌ ରୋଗୀଙ୍କୁ କଣ ହୋଇପାରେ ଚର୍ମ ଜନିତ ସମସ୍ୟା, ଜାଣନ୍ତୁ ବିଶେଷଜ୍ଞଙ୍କ ମତ

ରକ୍ତରେ ଅନିୟନ୍ତ୍ରିତ ସୁଗାର ଲେବଲ ଶରୀରର ଅନେକ ଅଙ୍ଗକୁ ପ୍ରଭାବିତ କରିବା ସହ ସ୍କିନକୁ ମଧ୍ୟ ପ୍ରଭାବିତ କରିଥାଏ । ଡାଇବେଟିସରେ ପିଡିତ ଲୋକମାନଙ୍କ ମଧ୍ୟରେ କୌଣସି ସମୟରେ ବି ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଦେଖା ଯାଇପାରେ । ଅନେକ ମାମଲାରେ ଏପରି ହୋଇଥାଏ ଯେ, ସ୍କିନରେ ଦେଖାଯାଉଥିବା କିଛି ପରିବର୍ତ୍ତନ ଡାଇବେଟିସ୍‌ ଆରମ୍ଭର ସୂଚନା ହୋଇପାରେ ।

ବର୍ତ୍ତମାନର ଖରାପ ଲାଇଫ ଷ୍ଟାଇଲ୍‌ ଯୋଗୁଁ ଅନେକ ପ୍ରକାରର ସ୍ୱାସ୍ଥ୍ୟ ଗତ ସମସ୍ୟା ଦେଖା ଯାଉଛି । ଅନେକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ମଧ୍ୟରେ ଟାଇପ୍‌ ୨ ଡାଇବେଟିସ୍‌ ଏବେ ସମାଧାରଣ ରୋଗ ହୋଇଗଲାଣି । କାରଣ ଏହି ରୋଗ ଆଉ କିଛି ଲୋକଙ୍କ ମଧ୍ୟରେ ସୀମିତ ନାହିଁ । ବରଂ ଲକ୍ଷ ଲକ୍ଷ ମହିଳା, ପୁରୁଷ ଏବଂ ଛୋଟପିଲା ମଧ୍ୟ ଏହି ରୋଗରେ ପ୍ରଭାବିତ ହେଉଛନ୍ତି । ହେଲେ ଆପଣ ଜଣିଛନ୍ତି କି ରକ୍ତରେ ଅନିୟନ୍ତ୍ରିତ ସୁଗାର ଲେବଲ ଶରୀରର ଅନେକ ଅଙ୍ଗକୁ ପ୍ରଭାବିତ କରିବା ସହ ସ୍କିନକୁ ମଧ୍ୟ ପ୍ରଭାବିତ କରିଥାଏ ।

ସାରା ଦୁନିଆରେ ୭୫% ରୁ ଅଧିକ ଲୋକ ଟାଇପ୍‌ ୨ ଡାଇବେଟିସ୍‌ ସମ୍ବନ୍ଧୀୟ ସ୍କିନ୍‌ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଡାଇବେଟିସ୍‌ ରୋଗୀଙ୍କ ନୂଆ ସ୍କିନ୍‌ ସମସ୍ୟାର କାରଣ ହୋଇପାରେ ଏବଂ ପୂରୁଣା ରୋଗକୁ ଖରାପ ମଧ୍ୟ କରିପାରେ । ତ୍ୱଚା ରୋଗ ବିଶେଷଜ୍ଞ ଡାକ୍ତର ରିଙ୍କି କପୁରଙ୍କ ଅନୁସାରେ, ‘ପ୍ରି ଡାଇବେଟିସ୍‌ କିମ୍ବା ଡାଇବେଟିସ୍‌ ଯୋଗୁଁ ଅନେକ ଲୋକଙ୍କ ମଧ୍ୟରେ ସ୍କିନ୍‌ ସମ୍ବନ୍ଧୀୟ ସମସ୍ୟା ଦେଖିବାକୁ ମିଳିଥାଏ । ତେବେ ଡାଇବେଟିସରେ ପିଡିତ ଲୋକମାନଙ୍କ ମଧ୍ୟରେ କୌଣସି ସମୟରେ ବି ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଦେଖା ଯାଇପାରେ । ଅନେକ ମାମଲାରେ ଏପରି ହୋଇଥାଏ ଯେ, ସ୍କିନରେ ଦେଖାଯାଉଥିବା କିଛି ପରିବର୍ତ୍ତନ ଡାଇବେଟିସ୍‌ ଆରମ୍ଭର ସୂଚନା ହୋଇପାରେ । ନଚେତ ଯଦି ଆପଣଙ୍କର ପୂର୍ବରୁ ଡାଇବେଟିସ୍‌ ହୋଇଥାଏ ତେବେ ଆପଣଙ୍କୁ ଡୋଜ ବଢ଼ାଇବାର ଆବଶ୍ୟକ ହୋଇପାରେ ।

କିଭଳି ଭାବେ ଏହି ସମସ୍ୟାର ନଜର ରଖିବେ :
– ସ୍କିନ୍‌କୁ ସଫା ଏବଂ ଶୁଖିଲା ରଖିବା ଉଚିତ୍‌ ।
– ଆପଣଙ୍କ ଶରୀରର ଯେକୌଣସି ସମସ୍ୟା ପାଇଁ ନିୟମିତ ଭାବେ ଚିକିତ୍ସା କରିବା ।
– ଅତ୍ୟଧିକ ଗରମ ସାଓ୍ଵାର ବ୍ୟବହାର କରନ୍ତୁ ନାହିଁ ।
– ଆଘାତ ଲାଗିଥିବା ସ୍ଥାନର ତୁରନ୍ତ ଚିକିତ୍ସା କରିବା ସହ ଲିପ୍‌ ବାମର ବ୍ୟବହାର କରିବା ଉଚିତ୍‌ ।
– ବହୁତ ଅଧିକ ପାଣି ପିଇବା ସହ କ୍ଷତ ଏବଂ ଆଘାତ ଲାଗିଥିବା ସ୍ଥାନକୁ ତୁରନ୍ତ ଚିକିତ୍ସା କରିବା ଉଚିତ୍‌ ।
– ଆଲୋଭେରା, ଟମାଟୋ ବ୍ୟତୀତ ଦହି ଏବଂ ଡାଲଚିନି ଖାଆନ୍ତୁ ।

ଘରୋଇ ଉପଚାର :
– ଅଧା ଚାମଚ୍‌ ହଳଦୀ ସହ ଦୁଇ ଚାମଚ୍‌ ମହୁରେ ତିଆରି ହୋଇଥିବା ପ୍ୟାକ୍‌ ସ୍କିନ୍‌ରେ ବ୍ୟବହାର କରନ୍ତୁ ।
– ଓଠ ଏବଂ ଏହାର ଚାରିପାଖରେ ଘିଅ ଲଗାନ୍ତୁ । ଗରମ ପାଣିରେ ଏକ ଚତୁର୍ଥାଂଶ ବେକିଂ ସୋଡା ମିଶାନ୍ତୁ ଏବଂ ବ୍ୟବହାର କରନ୍ତୁ ।
– ଡାଇବେଟିସ୍‌ ସହ ସମସ୍ତ ପ୍ରକାରର ସ୍କିନ୍‌ ସମସ୍ୟା ବିଷୟରେ ଜାଣିବା ପାଇଁ ସ୍କିନ୍‌ ବିଶେଷଜ୍ଞଙ୍କ ନିକଟକୁ ଯିବା ଉଚିତ୍‌ ।
– ବହୁତ ସମୟ ଧରି ସ୍କିନ୍‌ ଜନିତ ରୋଗର ଚକିତ୍ସା ନକରିବା ଫଳରେ ଅନେକ ପ୍ରକାରର ସମସ୍ୟା ହୋଇପାରେ ।

ସ୍କିନ୍‌ ରୋଗ ବିଶେଷଜ୍ଞଙ୍କ କେବେ ଦେଖାଇବା ଉଚିତ୍‌ :
ଡାଇବେଟିସ୍‌ ବହୁତ ପ୍ରକାରର ସ୍କିନ୍‌ର ସମସ୍ୟାର କାରଣ ହୋଇପାରେ । ଅଧିକାଂଶ ସ୍କିନ୍‌ ସମସ୍ୟା ଶରୀର ପାଇଁ କ୍ଷତିକାରକ ହୋଇନଥାଏ । କିନ୍ତୁ ଗୋଟିଏ ଛୋଟ ସମସ୍ୟା ଡାଇବେଟିସ୍‌ ରୋଗୀଙ୍କ ପାଇଁ ବହୁତ ଗମ୍ଭୀର ରୋଗର କାରଣ ହୋଇପାରେ । ଡାଇବେଟିସ୍‌ କାରଣରୁ ହେଉଥିବା ସ୍କିନ୍‌ ସମସ୍ୟାକୁ ଜଣେ ବିଶେଷଜ୍ଞ ହିଁ ଜାଣିପାରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.