Below header

ହୋଟେଲ୍ ରେ ଦୁଇଟି କଦଳୀ ଅର୍ଡର କଲେ ରାହୁଲ୍ ବୋଷ, ହେଲେ ବିଲ୍ ଦେଖି ହୋଇଗଲେ ଆଶ୍ଚର୍ଯ୍ୟ

କେବଳ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ନୁହେଁ ବରଂ ସବୁଠାରୁ ସାଧାରଣ ଫଳ ହୋଇଥିବାରୁ କଦଳୀକୁ ପ୍ରାୟ ସମସ୍ତେ ଖାଆନ୍ତି । ମହଙ୍ଗା ହୋଇନଥିବାରୁ ଏହାକୁ ସବୁ ବର୍ଗର ଲୋକ ଏହାକୁ ଖାଇବାକୁ ପସନ୍ଦ କରିଥାନ୍ତି । ସାଧାରଣତଃ ଗୋଟିଏ ଡର୍ଜନ କଦଳୀର ଦାମ୍ ୫୦ ରୁ ୬୦ ଟଙ୍କା ହୋଇଥାଏ । କିନ୍ତୁ କେବେ ଦୁଇଟି କଦଳୀର ଦାମ୍ ୪୪୨.୫୦ ଟଙ୍କା ହୋଇଥିବା ଶୁଣିଛନ୍ତି । କଣ ଦୁଇଟି କଦଳୀର ଦାମ୍ ୪୪୨ ଟଙ୍କା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି ନା ? କିନ୍ତୁ ଏହା ସତ ।

ଏହା ସହ ପଢନ୍ତୁ ଲୋକମାନେ ଦେଲେ ଅପମାନ ଆଉ ପୋଲିସ୍ ମାରିଲା ଲାଠି . . . ଭାରତ କୁମାର ସେ କାହାଣୀ ଯାହାକୁ ଜାଣନ୍ତି ନାହିଁ ସମସ୍ତେ

ଅଭିନେତା ରାହୁଲ ବୋଷ ଏକ ଭିଡିଓ ସେୟାର୍ କରିଛନ୍ତି । ଯେଉଁଥିରେ ସେ ଏକ ହୋଟେଲରେ ଥିବା କହିଛନ୍ତି । ଏଠାରେ ଜିମରେ ୱର୍କଆଉଟଥ କରିବା ପରେ ଦୁଇଟି କଦଳୀ ଅର୍ଡର କରିଥିଲେ । ହେଲେ କଦଳୀର ବିଲ୍ ଦେଖି ଆଶ୍ଚର୍ଯ୍ୟର ସୀମା ରହି ନଥିଲା । ଏହାର ଭିଡିଓ ସେୟାର କରି ରାହୁଲ୍ ଲେଖିଛନ୍ତି, ଆପଣଙ୍କୁ ଭରସା ଦିଆଇବା ପାଇଁ ଏହା ଦେଖାଇବାକୁ ପଡିବ । କିଏ କହିଲା ଫଳ ଆପଣଙ୍କ ପାଇଁ କ୍ଷତିକାରକ ନୁହେଁ । ପୋଷ୍ଟରେ ରାହୁଲ ସେହି ହୋଟେଲକୁ ମଧ୍ୟ ଟ୍ୟାଗ୍ କରିଛନ୍ତି ଯେଉଁଠି ତାଙ୍କୁ ଏହି ଦାମୀ କଦଳୀ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.