ଯାତ୍ରୀମାନେ ଦୟାକରି ଧ୍ୟାନ ଦିଅନ୍ତୁ, ଏବେ ଟ୍ରେନରେ ମିଳିବ ଜୀବନ ରକ୍ଷକ ଔଷଧ ସହ ଅକ୍ସିଜେନ ସିଲିଣ୍ଡର

ଟ୍ରେନରେ ଯାତ୍ରା କରିବା ସମୟରେ ଦେହ ଖରାପ ହେଲେ ବର୍ତ୍ତମାନ ଔଷଧ ଏବଂ ଅକ୍ସିଜେନ ସିଲିଣ୍ଡରର ସୁବିଧା ଯୋଗାଇ ଦିଆଯିବ। ଏହିକାରଣରୁ ରେଳ ଅଧୀକାରୀ ଏବଂ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ କରାଯାଉଛି। ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା (ଏମ୍ସ) ର ବିଶେଷଜ୍ଞଙ୍କ ଆଦେଶ ଅନୁଯାୟୀ ରେଳ ଷ୍ଟେସନ ଏବଂ ଟ୍ରେନ ମଧ୍ୟରେ ଯାତ୍ରୀମାନଙ୍କ ପାଇଁ ସୁରକ୍ଷିତ ପାଇଁ ଔଷଧ ଏବଂ ଅକ୍ସିଜେନ ସିଲିଣ୍ଡରର ବ୍ୟବସ୍ଥା କରାଯାଇଛି। ଅଧୀକାରୀଙ୍କ କହିବା ଅନୁଯାୟୀ ଟ୍ରେନ ଏବଂ ଷ୍ଟେସନର ମେଡିକାଲ ବକ୍ସରେ ସମସ୍ତ ଜୀବନ ରକ୍ଷକ ଔଷଧ ଉପଲବ୍ଧ କରାଯିବ। ଯେପରି ଅସୁସ୍ଥ ଥିବା ଯାତ୍ରୀଙ୍କୁ ପ୍ରାଥମିକ ଉପଚାର କରାଯାଇପାରିବ। ଏହା ବ୍ୟତୀତ ଟିକେଟ ପର୍ଯ୍ୟବେକ୍ଷକ, ଟ୍ରେନ ଅଧୀକ୍ଷକ, ସହାୟକ ଷ୍ଟେସନ ମାଷ୍ଟରଙ୍କ ପାଇଁ ନିୟମିତ ରୂପେ ମେଡିକାଲ ରିଫ୍ରେସର କାର୍ଯ୍ୟଶାଳା ଆୟୋଜିତ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.