କୁକୁରର ଅବୈଧ ସମ୍ପର୍କ ଥିବାରୁ ଘରୁ ତଡିଦେଲେ ମାଲିକ!

ତିରୁବନନ୍ତପୁରମ: କୁକୁରର ଅବୈଧ ସମ୍ପର୍କ ଥିବା କଥା କହି ଜଣେ ମାଲିକ ନିଜର ପୋଷା କୁକୁରକୁ ଘରୁ ତଡ଼ିଦେଇଛନ୍ତି । କେରଳ ତିରୁବନନ୍ତପୁରମରେ ଏକ ଏଭଳି ଘଟଣା ଘଟିଛି ଯାହା ଜାଣିବାପରେ ଆପଣ ଆଶ୍ଚର୍ଯ୍ଯ ହୋଇଯିବେ। ସୂଚନା ଅନୁଯାୟୀ, ରବିବାର ରାତିରେ ପ୍ରବଳ ବର୍ଷା ହେଉଥିବାବେଳେ ଏକ ପୋଷା କୁକୁରଟି ବିପଦ ଅବସ୍ଥାରେ ରାସ୍ତାରେ ବୁଲୁଥିଲା । ଯାହା ଉପରେ ପିପୁଲ ଫର ଆନିମଲସର ସଚିବ ଲତାଙ୍କ ନଜର ପଡିଥିଲା ଏବଂ ସେ କୁକୁରଟିକୁ ସେଠାରୁ ଉଦ୍ଧାର କରିଥିଲେ । ତେବେ କଥାଟି ହେଉଛି କୁକୁରଟିର ବେକରେ ଏକ ଚିଠି ଲେଖାଯାଇ ଝୁଲାଯାଇଥିଲା । ଯେଉଁଥିରେ ଲେଖାଥିଲା କି ଏହି କୁକୁରର ଅନ୍ୟ କୁକୁରଙ୍କ ସହ ଅବୈଧ ସମ୍ପର୍କ ଥିବାରୁ ତାହାକୁ ଘରୁ ତଡିଦିଆଯାଇଛି

Pomeranian_dogଏହା ସହିତ ମାଲିକ ଜଣକ ଲେଖିଥିଲେ ଯେ, କୁକୁରଟିର ଭଲ ଭାବେ ଯତ୍ନ ନିଆଯାଉଥିଲା । ପ୍ରତି ୫ ଦିନରେ ଥରେ ଗାଧୋଇ ଦିଆଯାଉଥିଲା । ତଥାପି କୁକୁରଟିର ବଦଗୁଣ ଥିଲା କି ସେ ଲମ୍ବା ସମୟ ଧରି ଭୁକୁଥିଲା । ଯାହା ପାଇଁ ମାଲିକ ଜଣକ ପମୋରିୟାନ ପ୍ରଜାତିର ଏହି କୁକୁରକୁ କାଢ଼ିଦେଇଥିଲେ । ତେବେ ଏନେଇ ଲତା କହିଛନ୍ତି କି, କିପରି ଜଣେ ବ୍ୟକ୍ତି ଏତେ ନିଷ୍ଠୁର ହୋଇପାରେ । ଏନେଇ ସିସିଟିଭି କ୍ୟାମେରାର ସହାୟତାରେ କୁକୁରଟିର ମାଲିକକୁ ଖୋଜାଯାଉଥିବା ଜଣାପଡିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.