Below header

ତୃତୀୟ ସନ୍ତାନର ମା’ ହେବାକୁ ଯାଉଛନ୍ତି ରାହୁଲ ମହାଜନଙ୍କ ଦ୍ୱିତୀୟ ପତ୍ନୀ ଡିମ୍ପି ଗାଙ୍ଗୁଲି, ସେୟାର କଲେ ଫଟୋ

ପୁଣିଥରେ ମା’ ହେବାକୁ ଯାଉଛନ୍ତି ରାହୁଲ ମହାଜନଙ୍କ ଦ୍ୱିତୀୟ ପତ୍ନୀ ଡିମ୍ପି ଗାଙ୍ଗୁଲି। ଡିମ୍ପିଙ୍କର ପୂର୍ବରୁ ଦୁଇଟି ସନ୍ତାନ ଥିବା ବେଳେ ଏବେ ସେ ତୃତୀୟ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି। ରାହୁଲ ମହାଜନଙ୍କ ଠାରୁ ଛାଡ଼ପତ୍ର ପରେ ଡିମ୍ପଲ ନିଜ ପିଲା ଦିନର ସାଙ୍ଗ ରୋହିତ ରୟଙ୍କୁ ବିବାହ କରିଥିଲେ। ନିକଟରେ ଡିମ୍ପି ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫଟୋ ସେୟାର କରି ଏହି ଖୁସି ଖବର ଦେଇଛନ୍ତି।

ଫଟୋ ସେୟାର କରି ସେ ଲେଖିଛନ୍ତି- ମୋତେ ପିଲାଙ୍କର ନିଃସ୍ୱାର୍ଥ ଭଲ ପାଇବା ମିଳିଛି। ପିଲାମାନେ ହିଁ ଭଗବାନଙ୍କ ଭଳି ଅନୁଭବ ଦେଇଥାନ୍ତି। ସେମାନେ ହିଁ ଖୁସି ଦିଅନ୍ତି ଓ ଯନ୍ତ୍ରଣାକୁ ଉପଶମ କରନ୍ତି। ମୁଁ ବିଶ୍ୱାସ କରିପାରୁନି ଯେ ଏହି ଭଲ ପାଇବା ଏବେ ତିନି ଗୁଣ ହେବାକୁ ଯାଉଛି। ମୋ ବିଷୟରେ ଯିଏ ଯାହା ଭାବିଲେ ବି ମୁଁ ଏହି ପିଲାଙ୍କର ମା’ ହିଁ ରହିବି।

 

View this post on Instagram

 

A post shared by Dimpy (@dimpy_g)

ଏହା ପୂର୍ବରୁ ବସନ୍ତ ପଞ୍ଚମୀରେ ଡିମ୍ପି ନିଜ ଘରେ ପୂଜା ଆୟୋଜନ କରିଥିଲେ ଓ ଦୁଇ ପିଲାଙ୍କ ଫଟୋ ସେୟାର କରିଥିଲେ। ଫଟୋରେ ଧଳା ଡ୍ରେସ୍‌ରେ ସେ ଖୁବ୍‌ ସୁନ୍ଦର ଲାଗୁଥିଲେ।

ସୂଚନାଯୋଗ୍ୟ ଯେ ରାହୁଲ ମହାଜନଙ୍କ ସହ ଡିମ୍ପି ଗାଙ୍ଗୁଲିଙ୍କ ବିବାହ ବେଶ୍‌ ଚର୍ଚ୍ଚାରେ ରହିଥିଲା। ଟିଭିର ଏକ ସ୍ୱୟଂମ୍ବର ଜରିଆରେ ଉଭୟେ ବିବାହ କରିଥିଲେ। କିନ୍ତୁ ବିବାହର କିଛି ଦିନ ପରେ ଡିମ୍ପି ଘରୋଇ ହିଂସାର ଅଭିଯୋଗ କରିଥିଲେ। ଏହି ବିବାଦ ମିଡିଆରେ ଖୁବ୍‌ ଚର୍ଚ୍ଚାରେ ରହିଥିଲା। ପରେ ରାହୁଲ ମହାଜନଙ୍କ ଠାରୁ ଛାଡ଼ପତ୍ର ନେଇଥିଲେ ଡିମ୍ପି। ୨୦୧୫ ମସିହାରେ ସେ ପିଲାଦିନର ସାଙ୍ଗ ରୋହିତ ରୟଙ୍କୁ ବିବାହ କରିଥିଲେ।

Also Read: ହିଜାବ ବିବାଦ ଯୋଗୁ ପରୀକ୍ଷା ଦେଇନଥିବା ଛାତ୍ରୀଙ୍କୁ ଆଉ ମିଳିବନି ସୁଯୋଗ, ରୋକ୍‌ଠୋକ୍‌ ମନା କରି ଦେଲେ ଶିକ୍ଷାମନ୍ତ୍ରୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.