Below header

‘କଚା ବାଦାମ’ ହେଲା ପୁରୁଣା, ଏବେ ଇଣ୍ଟରନେଟ୍‌ରେ ଟ୍ରେଣ୍ଡ କରୁଛି ‘କଚା ଅମରୁଦ୍‌’; ଆହୁରି ବି ଲୋକେ କଲେଣି କଞ୍ଚା ଆମ୍ବର ଡିମାଣ୍ଡ!

ଆଜିକାଲି ସୋସିଆଲ ମିଡିଆରେ କିଛି ବି ଜିନିଷ ଭାଇରାଲ ହୋଇଯାଉଛି। ସେ ନାଚ, ଗୀତ ହେଉ କି ଆକ୍ଟିଂ, ସମସ୍ତେ ନିଜ ପ୍ରତିଭାକୁ ସୋସିଆଲ ମିଡିଆ ମାଧ୍ୟମରେ ଲୋକଲୋଚନକୁ ଆଣୁଛନ୍ତି। ସେଥି ମଧ୍ୟରୁ କିଛି ଭିଡିଓ ଦେଖୁ ଦେଖୁ ହିଁ ଭାଇରାଲ ହୋଇଯାଉଛି। ଏବେ ନିକଟରେ ଖୁବ୍‌ ଭାଇରାଲ ହୋଇଥିବା ‘କଚା ବାଦାମ’ ଗୀତକୁ ହିଁ ଧରି ନିଅନ୍ତୁ, ଯାହାକୁ ଗାଇ ରାତାରାତି ଷ୍ଟାର୍‌ ପାଲଟି ଯାଇଥିଲେ ଭୁବନ ବଡ୍ୟାକର। ଭୁବନ ବଡ୍ୟାକର ହେଉଛନ୍ତି ପଶ୍ଚିମବଙ୍ଗର ଜଣେ ବାଦାମ ବିକ୍ରେତା। ବର୍ତ୍ତମାନ ତାଙ୍କର ଏହି ଗୀତ ଇଣ୍ଟରନେଟ୍‌ରେ ଟ୍ରେଣ୍ଡ କରୁଛି।

ଏପଟେ ତାଙ୍କୁ ହିଁ ଦେଖି ‘କଚା ଅମରୁଦ୍‌’ ଗୀତ ସୋସିଆଲ ମିଡିଆରେ ଜବରଦସ୍ତ ଲୋକପ୍ରିୟତା ହାସଲ କରିବାକୁ ପ୍ରସ୍ତୁତ ହୋଇଛି। କିଛି ଦିନ ହେବ ଇଣ୍ଟରନେଟ୍‌ରେ ‘କଚା ଅମରୁଦ୍‌’ ଗୀତ ଭାଇରାଲ ହେଉଛି, ଯାହାକୁ ଲୋକେ ଖୁବ୍‌ ପସନ୍ଦ କରୁଛନ୍ତି। ଦିନ ଥିଲା, ଗଳି ଭିତରେ ପିଜୁଳି ବିକୁଥିବା ଚାଚା ଆଜି ମ୍ୟୁଜିକ ଭିଡିଓରେ ନିଜର ଜଲଓ୍ଵା ଦେଖାଉଛନ୍ତି।

‘କଚା ଅମରୁଦ୍‌’ ସୋସିଆଲ ମିଡିଆରେ ଧୁମ୍‌ ମଚାଉଛି। ଏହି ଭିଡିଓ ଦେଖିବା ପରେ ଲୋକେ ଏବେ କଞ୍ଚା ଆମ୍ବ ଗୀତ ଡିମାଣ୍ଡ କଲେଣି। କହି ରଖୁଛୁ, ‘କଚା ଅମରୁଦ୍‌’ ଗୀତ ମାର୍ଚ୍ଚ ୧୪ରେ ରିଲିଜ୍‌ ହୋଇଛି। ଏହି ରିମିକ୍ସ ଲୋକଙ୍କୁ ଏକ ଅଲଗା ପ୍ରକାରର ମନୋରଞ୍ଜନ କରୁଛି। ଭିଡିଓ ଦେଖି ଲୋକେ ନିଜ ପ୍ରତିକ୍ରିୟା ମଧ୍ୟ ଦେବାରେ ଲାଗିଛନ୍ତି। ଭିଡିଓ ଉପରେ ଲାଇକ୍ସ ଏବଂ ଭ୍ୟୁଜ୍‌ ଜାରି ରହିଛି।

 

View this post on Instagram

 

A post shared by memes | comedy (@ghantaa)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.