ପୁଣି ଏକାଠି ନଜର ଆସିବେ ଶାହରୁଖ ଏବଂ ଜୁହି ଚାଓ୍ଵଲା ! ଅଭିନେତ୍ରୀ କଲେ ଖୁଲାସା

ଶାହରୁଖ ଖାନ ଏବଂ ଜୁହି ଚାଓ୍ଵଲାଙ୍କ ଯୋଡି ବଲିଉଡରେ ବେଶ୍‌ ଧମାଲ୍‌ କରିଥିଲା। ୯୦ ଦଶକରେ ଏହି ଦୁହିଁଙ୍କ ଯୋଡିକୁ ରୋମାଣ୍ଟିକ ଯୋଡି ବୋଲି କୁହାଯାଉଥିଲା। ଜୁହି ଏବଂ ଶାହରୁଖ ବଲିଉଡରେ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି। ‘ରାଜୁ ବନ୍‌ ଗେୟା ଜେଣ୍ଟଲମ୍ୟାନ, ୟସ ବସ୍‌, ଡ୍ୟୁପ୍ଲିକେଟ, ଫିର ଭି ଦିଲ୍‌ ହୈ ହିନ୍ଦୁସ୍ତାନୀ ଭଳି ଫିଲ୍ମ ଏହି ଷ୍ଟାର ଯୋଡିଙ୍କ ପାଇଁ ହିଟ୍‌ ହୋଇଥିଲା। ଏବେ ପୁଣିଥରେ ଏହି ଯୋଡି ପରଦାକୁ ଆସିବେ ବୋଲି ଖବର ମିଳିଛି।

ଶାହରୁଖ ଖାନ ଏବଂ ଜୁହିଙ୍କ ଫ୍ୟାନ୍ସ ନିଜ ପ୍ରିୟ ଯୋଡିକୁ ଅନସ୍କ୍ରିନ ଦେଖିବା ପାଇଁ ଉତ୍ସାହିତ ରହିଛନ୍ତି। ଏକ ନ୍ୟୁଜ ପୋଟାର୍ଲରେ ଜୁହିଙ୍କୁ ଶାହରୁଖଙ୍କ ସହିତ କୌଣସି ଫିଲ୍ମରେ ନଜର ଆସିବେ ବୋଲି ପ୍ରଶ୍ନ ପଚରାଯାଇଥିଲା। ଏହାର ଉତ୍ତର ଦେଇ ଜୁହି କହିଥିଲେ ଏହା ଖୁବଶୀଘ୍ର ହେବ। ଆଉ ଏହା ଶାହରୁଖଙ୍କୁ ପଚାରନ୍ତୁ ବୋଲି ଅଭିନେତ୍ରୀ ଜଣକ କହିଥିଲେ। ଏହା ସହିତ ଜୁହି କହିଛନ୍ତି, ଆପଣଙ୍କର ଆଗକୁ ଯେତେବେଳେ ଶାହରୁଖଙ୍କ ସହିତ ଦେଖା ହେବ, ସେତେବେଳେ କହିବେ କି ଆପଣ ଆଉ ଜୁହିଁ ପୁଣି ଏକାସାଥିରେ କାମ କରନ୍ତୁ।

ଶାହରୁଖ ୨୦୧୮ରେ ଫିଲ୍ମ ‘ଜିରୋ’ରେ ନଜର ଆସିଥିଲେ। ଏହି ଫିଲ୍ମରେ ଜୁହି କେମିଓ ଭାବେ ନଜର ଆସିଥିଲେ। ଏବେ ଫ୍ୟାନ୍ସ ଶାହରୁଖଙ୍କ ଅପକମିଂ ଫିଲ୍ମ ‘ପଠାନ’କୁ ଅପେକ୍ଷା କରି ରହିଛନ୍ତି। ସେହିପରି ଜୁହି ଚାଓ୍ଵଲାଙ୍କ ଫିଲ୍ମ ‘ଶର୍ମାଜୀ ନମକିନ୍‌’ ଖୁବଶୀଘ୍ର ରିଲିଜ ହେବାର ରହିଛି। ଏଥିରେ ଦିବଂଗତ ଅଭିନେତା ଋଷି କପୁର ନଜର ଆସିବେ। ଏହି ଫିଲ୍ମରେ ଜୁହିଙ୍କ ବ୍ୟତୀତ ପରେଶ ରାଓ୍ଵଲ, ସତୀଶ କୌଶିକ, ଈଶା ତଲଓ୍ଵାର, ଶିବା ଚଢା ପ୍ରମୁଖ ଭୂମିକାରେ ନଜର ଆସିବେ।

ଜୁହିଙ୍କ ଫିଲ୍ମ ଆମାଜନ ପ୍ରାଇମରେ ୩୧ ମାର୍ଚ୍ଚରେ ରିଲିଜ ହେବ। ଜୁହି ଏବଂ ଋଷ କପୁରଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ ପସନ୍ଦ ଆସିବ। ଋଷି କପୁରଙ୍କୁ ଦର୍ଶକ ଶେଷ ଥର ପାଇଁ ଦେଖିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.