ପିଏମ୍‌ ମୋଦିଙ୍କ ଏହି ଯୋଜନାରେ ଫ୍ରିରେ ପାଆନ୍ତୁ ସିଲାଇ ମେସିନ୍‌, ଆପଣଙ୍କ ହାତରୁ ଟଙ୍କାଟିଏ ବି ହେବନି ଖର୍ଚ୍ଚ

ମହିଳାଙ୍କୁ ମୋଦି ଦେଉଛନ୍ତି ମାଗଣା ସିଲାଇ ମେସିନ୍‌। ମୋଦିଙ୍କ ଏହି ଯୋଜନାରେ ଅନେକ ମହିଳା ହେବେ ଲାଭବାନ। ପ୍ରତି ରାଜ୍ୟର ୫୦ ହଜାର ମହିଳା ପାଇବେ ଏହି ସୁବିଧା। ପିଏମ ଫ୍ରି ସିଲାଇ ମେସିନ୍‌ ଯୋଜନା ୨୦୨୨ ଅନୁଯାୟୀ ମାଗଣା ସିଲାଇ ମେସିନ୍‌ ପାଇବାକୁ ହେଲେ ମହିଳାଙ୍କୁ କେବଳ ଆବେଦନ କରିବାକୁ ହେବ। ତେବେ ପିଏମଙ୍କର ଏହି ଫ୍ରି ସିଲାଇ ମେସିନ୍‌ ଯୋଜନା ଦ୍ୱାରା ଦେଶର ମହିଳାମାନେ ଆର୍ଥିକ ରୂପରେ ସ୍ୱତନ୍ତ୍ର ହେବାର ସୁଯୋଗ ପାଇପାରିବେ। ଭାରତର ମହିଳାଙ୍କୁ ଆତ୍ମନିର୍ଭରବନାଇବା ପାଇଁ ଏହା ଏକ ଭଲ ପଦକ୍ଷେପ ହୋଇପାରିବ। ପିଏମ୍‌ ଫ୍ରି ସିଲାଇ ମେସିନ୍‌ ଯୋଜନା ୨୦୨୨ ଅନୁଯାୟୀ ୨୦ ରୁ ୪୦ ବର୍ଷର ମହିଳାଙ୍କୁ ସିଲାି ମେସିନ୍‌ ଦିଆଯିବ। ତାହା ପୁଣି ସମ୍ପୂର୍ଣ୍ଣ ମାଗଣା।

ଏହି ଯୋଜନା ଅନ୍ତର୍ଗତ ଗାଁ ଏବଂ ସହରର ମହିଳା ସାମିଲ ହୋଇପାରିବେ। ଏହି ଯୋଜନାର ଫାଇଦା ଉଠାଇବା ପାଇଁ ଆପଣଙ୍କୁ ଆଧାର କାଡ, ଜନ୍ମ ତିଥି ପ୍ରମାଣ, ବୟସ ପ୍ରମାଣ ପତ୍ର, ମୋବାଇଲ ନମ୍ବର, ପାସପୋର୍ଟ ସାଇଜ୍‌ ଫଟୋ, ଦିବ୍ୟାଙ୍ଗଙ୍କ ପାଇଁ ଦିବ୍ୟାଙ୍କ ପ୍ରମାଣ ପତ୍ର ଏବଂ ବିଧବାଙ୍କ ପାଇଁ ବିଧବା ପ୍ରମାଣ ପତ୍ର ଆବଶ୍ୟକ ପଡିବ।

କେମିତି କରିବେ ଆବେଦନ?

ସର୍ବପ୍ରଥମେ ଏହାର ଅଫିସିଆଲ େଓ୍ଵବସାଇଟ www.india.gov.in କୁ ଯାଆନ୍ତୁ। ହୋମ ପେଜରେ ସିଲାଇର ଫ୍ରି ସପ୍ଲାଏ ପାଇଁ ଆବେଦନ ପତ୍ରର ଲିଙ୍କ୍‌ ଉପରେ କ୍ଲିକ କରନ୍ତୁ। ଆବେଦନ ପତ୍ର(Application Letter)ର ପିଡିଏଫ୍‌ ପ୍ରିଣ୍ଟ ଆଉଟ ବାହାର କରିନିଅନ୍ତୁ। ଏହାପରେ ଏଥିରେ ନିଜ ଡିଟେଲ୍ସ ଭରନ୍ତୁ। ଶେଷରେ ଆପଣଙ୍କୁ ନିଜ ଡକ୍ୟୁମେଣ୍ଟସକୁ ଆଟାଚ୍‌ କରିବାକୁ ହେବ।

ଆବେଦନ ପତ୍ର ହେବ ଯାଞ୍ଚ

ଆବେଦନ ପତ୍ର ସବମିଟ୍‌ କରିବା ପରେ କାର୍ଯ୍ୟାଳୟ ଅଧିକାରୀଙ୍କ ଦ୍ୱାରା ଆପଣଙ୍କ ପତ୍ର ଯାଞ୍ଚ୍‌ କରାଯିବ। ଯାଞ୍ଚ୍‌ ପରେ ଆପଣଙ୍କୁ ମାଗଣା ସିଲାଇ ମେସିନ ଦେଇଦିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.