Below header

ଯେଉଁ ଟି-ଶାର୍ଟ ସାହାଯ୍ୟରେ ଗାର୍ଲଫ୍ରେଣ୍ଡ ଦିଶା ପରମାରଙ୍କୁ କରିଥିଲେ ପ୍ରପୋଜ, ରାହୁଲ ବୈଦ୍ୟ କହିଲେ, ଏବେ ତାହାକୁ କ’ଣ କରିବେ

ସିଙ୍ଗର ରାହୁଲ ବୈଦ୍ୟ ‘ବିଗ୍‌ ବସ୍‌ ସିଜନ ୧୪’ର ଜଣେ ଦମଦାର ପ୍ରତିଯୋଗୀ ଥିଲେ। ରାହୁଲ କେବଳ ଯେ ଟାସ୍କ ଓ ଷ୍ଟ୍ରାଟେଜି ହିସାବରେ ବହୁତ ଭଲ ପରଫର୍ମ କରିଥିଲେ ତା’ ନୁହେଁ, ବରଂ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଲଗାତାର ଚର୍ଚ୍ଚାରେ ରହୁଥିଲେ। ବିଗ୍‌ ବସ୍‌ ହାଉସ୍‌ରେ ରହିଥିବା ସମୟରେ ହିଁ ରାହୁଲ ବୈଦ୍ୟ ନିଜ ଗାର୍ଲଫ୍ରେଣ୍ଡ ଦିଶା ପରମାରଙ୍କୁ ବିବାହ ପାଇଁ ପ୍ରପୋଜ କରିଥିଲେ।

ରାହୁଲଙ୍କର ଦିଶାଙ୍କୁ ପ୍ରପୋଜ କରିବାର ତରିକା ବି ଖୁବ୍‌ ନିଆରା ଥିଲା। ସେ ଏକ ହ୍ଵାଇଟ୍‌ ଟି-ଶାର୍ଟର ସାମ୍ନାରେ ‘ହାପ୍ପି ବର୍ଥଡେ ଦିଶା’ ଏବଂ ପଛପଟେ Marry Me? ବୋଲି ଲେଖିଥିଲେ। ଦିଶା ପରମାର ତାଙ୍କ ପ୍ରସ୍ତାବକୁ ସ୍ୱୀକାର ମଧ୍ୟ କରି ନେଇଥିଲେ। ଏବେ ରାହୁଲ ବୈଦ୍ୟ କହିଛନ୍ତି କି, ତାଙ୍କର ଏହି ଟି-ଶାର୍ଟକୁ ନେଇ ଆଗକୁ କ’ଣ ପ୍ଲାନ ରହିଛି। ସେ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଟି-ଶାର୍ଟର ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। ଫଟୋରେ ଦିଶା ପରମାର ହାତରେ ଟି-ଶାର୍ଟ ଧରି ଛିଡ଼ା ହୋଇଥିବାର ନଜର ଆସୁଛନ୍ତି।

ରାହୁଲ ଟି-ଶାର୍ଟ ଫଟୋ ସେୟାର କରି କ୍ୟାପସନ ଲେଖିଛନ୍ତି, ‘ଏକ ଟି-ଶାର୍ଟ, ଯାହାକୁ ମୁଁ କେବେ ବି ଭୁଲି ପାରିବି ନାହିଁ। ଏହା ସାହାଯ୍ୟରେ ମୁଁ ତାଙ୍କୁ ପ୍ରପୋଜ କରିଥିଲି। ଏବେ ଏହାକୁ ଫ୍ରେମ କରେଇବି’। ରାହୁଲ ବୈଦ୍ୟ କ୍ୟାପସନରେ ହୃଦୟ ବାଲା ଇମୋଜୀ ଦେଇଛନ୍ତି ଏବଂ ଦିଶାଙ୍କୁ ଏହି ପୋଷ୍ଟରେ ଟ୍ୟାଗ୍‌ କରିଛନ୍ତି।
କହି ରଖୁଛୁ, ରାହୁଲ ଓ ଦିଶା ବହୁତ ଲମ୍ବା ସମୟରୁ ରିଲେଶନଶିପ୍‌ରେ ଅଛନ୍ତି। ବିଗ୍‌ ବସ୍‌ ହାଉସ୍‌ରୁ ବାହାରିବା ପରେ ରାହୁଲ ଓ ଦିଶାଙ୍କର ଏକାଠି ଅନେକ ଫଟୋ ଭାଇରାଲ ହୋଇଛି। ରାହୁଲ ଗତ କିଛିଦିନ ଧରି କେପ୍‌ ଟାଉନରେ ଥିଲେ। ସେ ଖତରୋଁ କେ ଖିଲାଡି ସିଜନ ୧୧ର ଶୁଟିଂ କରୁଥିଲେ। କିନ୍ତୁ ଏବେ ସେ ମୁମ୍ବାଇ ଫେରି ଆସିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.