Below header

ଜଗତସିଂହପୁର: କାଲି ପୋଲିସକୁ ମାଡ଼ ମାରି ଫେରାର ହୋଇଥିବା ଚୋର ଆଜି ପୋଲିସ ହାତରେ ଗିରଫ

ଜଗତସିଂହପୁର (କେନ୍ୟୁଜ୍): ତିର୍ତ୍ତୋଲ ଥାନା ବାଲିସାହିରେ ପୋଲିସକୁ ମାଡ଼ ଘଟଣାରେ ଫେରାର ଅଭିଯୁକ୍ତ ଗିରଫ । ଆସାମୀ ନନ୍ଦ କିଶୋର ବରାଳକୁ ଆଜି ସକାଳୁ ଗିରଫ କରିଛି ତିର୍ତ୍ତୋଲ ଥାନା ପୋଲିସ । ତା ପାଖରୁ ଏକ ଖଣ୍ଡା ଜବତ କରାଯାଇଛି । ନନ୍ଦ କିଶୋର ବରାଳ ନାଁରେ ବହୁ ମାମଲା ରହିଛି । ପୋଲିସ ତାକୁ ପଚରାଉଚରା କରୁଛି ।

jagatsinghpur accuse

ଗତକାଲି ଆସାମୀ ନନ୍ଦକିଶୋରକୁ ଧରିବାକୁ ଗାଁକୁ ଯିବା ବେଳେ ସେ କନେଷ୍ଟବଳଙ୍କ ଉପରେ ଆକ୍ରମଣ କରିଥିଲା । ଏହାପରେ ସେ ଫେରାର ହୋଇଯାଇଥିଲା। ତାକୁ ଧରିବା ପାଇଁ ଗାଁରେ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ପରେ ଆଜି ସକାଳେ ଗିରଫ କରାଯାଇଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.