Below header

ଗୋଟିଏ ଇନଷ୍ଟାଗ୍ରାମ ପୋଷ୍ଟରେ ଏତିକି କୋଟି ପାଆନ୍ତି ବିରାଟ କୋହଲୀ, ଟପ୍‌ ୨୦ ମଧ୍ୟରେ ଏକମାତ୍ର ଭାରତୀୟ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଟିମ୍‌ କ୍ୟାପଟେନ୍‌ ବିରାଟ କୋହଲୀ କେବଳ ଯେ କ୍ରିକେଟରୁ ରୋଜଗାର କରନ୍ତି ତାହା ନୁହେଁ ତାଙ୍କ ରୋଜଗାରର ଅନ୍ୟ ମାଧ୍ୟମ ମଧ୍ୟ ରହିଛି । ସେ ଇନ୍‌ଷ୍ଟାଗ୍ରାମ ପୋଷ୍ଟରୁ ମଧ୍ୟ କୋଟି କୋଟି ଟଙ୍କା ରୋଜଗାର କରନ୍ତି । କୋହଲୀ ଏକମାତ୍ର ଭାରତୀୟ ଯିଏ ଇନ୍‌ଷ୍ଟାଗ୍ରାମ ପୋଷ୍ଟରୁ ଏପରି ରୋଜଗାର କରନ୍ତି ।

ନିକଟରେ ହାପରଏଚକ୍ୟୁ ୨୦୨୧ର ଟପ୍‌ ଟୋଣ୍ଟି ଇନ୍‌ଷ୍ଟାଗ୍ରାମ ରିଚ୍‌ ଲିଷ୍ଟ ପ୍ରକାଶ କରିଛି । ଯେଉଁଥିରେ ଜଣାପଡ଼ିଛି ଯେ କୋହଲୀ ଇନ୍‌ଷ୍ଟାଗ୍ରାମ ପୋଷ୍ଟରୁ ୫ କୋଟି ଟଙ୍କା ଆୟ କରନ୍ତି । ସେ ଇନ୍‌ଷ୍ଟାଗ୍ରାମର ରିଚଲିଷ୍ଟ ତାଲିକାରେ ୧୯ ନମ୍ବରରେ ଅଛନ୍ତି ଯିଏ ଏକମାତ୍ର ଭାରତୀୟ ।

କୋହଲି ବ୍ୟତୀତ ଏହି ତାଲିକାରେ କ୍ରିଷ୍ଟିଆନୋ ରୋନାଲ୍ଡୋ, ଡବ୍ଲ୍ୟୁ ଡବ୍ଲ୍ୟୁଇ ଓ ହଲିଉଡ଼ ସୁପରଷ୍ଟାର ଡେ୍ଵନ୍‌ ଜନ୍‌ସନ୍‌ ଏବଂ ପପ୍‌ ଗାୟକ ଏରିଆନା ଗ୍ରାଣ୍ଡ୍‌ ଯେ କି ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ନମ୍ବରରେ ଅଛନ୍ତି ।

କୋହଲି ପ୍ରତ୍ୟେକ ଇନ୍‌ଷ୍ଟାଗ୍ରାମ ପୋଷ୍ଟରୁ ୫ କୋଟି ଆୟ କରନ୍ତି । ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପଡ଼ା ମଧ୍ୟ ଏହି ତାଲିକାରେ ସାମିଲ ଅଟନ୍ତି ଯିଏ ପ୍ରତି ପୋଷ୍ଟରୁ ୩ କୋଟି ଟଙ୍କା ଆୟ କରନ୍ତି । ତେବେ ତାଙ୍କ ସ୍ଥାନ ୨୭ ରେ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.