ପାର୍ଟନରଙ୍କ ସହିତ ଶାରୀରିକ ସମ୍ବନ୍ଧ ରଖିବା ସମୟରେ ଫାଟି ଗଲା ଯୁବକଙ୍କ ପ୍ରାଇଭେଟ୍‌ ପାର୍ଟ, କରିବାକୁ ପଡ଼ିଲା ସର୍ଜରୀ!

ଇଂଲଣ୍ଡରୁ ଏମିତି ଏକ ମାମଲା ସାମ୍ନାକୁ ଆସିଛି, ଯାହା ବିଷୟରେ ଶୁଣିଲେ ଆପଣ ବିଶ୍ୱାସ ସୁଦ୍ଧା କରିପାରିବେ ନାହିଁ। ମାମଲାଟି ଅତି ଆଶ୍ଚର୍ଯ୍ୟଜନକ। ଏଠାରେ ଜଣେ ଯୁବକଙ୍କ ପ୍ରାଇଭେଟ୍‌ ପାର୍ଟ ପାର୍ଟନରଙ୍କ ସହିତ ଶାରୀରିକ ସମ୍ବନ୍ଧ ବନାଇବା ସମୟରେ ଫାଟି ଯାଇଛି। ଏଥିଯୋଗୁ ଯୁବକଙ୍କୁ ଅସହ୍ୟ ଯନ୍ତ୍ରଣା ହୋଇଥିଲା, ଯାହା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ରିପୋର୍ଟ ଅନୁସାରେ, ପୀଡ଼ିତ ଯୁବକ ଜଣକ କହିଛନ୍ତି ଯେ ସମ୍ବନ୍ଧ ପରେ ଯେତେବେଳେ ମୁଁ ଦେଖିଲି, ତ ମୋ ପ୍ରାଇଭେଟ୍‌ ପାର୍ଟରୁ ରକ୍ତ ବାହାରୁଥିଲା। ଏହା ଜୋର୍‌ରେ ଫୁଲି ମଧ୍ୟ ଯାଇଥିଲା। ଚାରିଆଡ଼େ ରକ୍ତ ହିଁ ରକ୍ତ ନଜର ଆସିଥିଲା। ଏକ୍ସପର୍ଟଙ୍କ ମୁତାବକ, Erectile Tissue ସହିତ ଯୋଡ଼ି ହୋଇ ରହିଥିବା ଶିରା ଡ୍ୟାମେଜ୍‌ ହୋଇଗଲେ ପୁରୁଷଙ୍କ ପ୍ରାଇଭେଟ୍‌ ପାର୍ଟ ଫାଟି ଯାଇଥାଏ। ଏଥିରେ ଏମିତି ଲାଗିଥାଏ, ଯେମିତି ଶରୀରର କୌଣସି ହାଡ଼ ଭାଙ୍ଗି ଯାଇଛି।

ଡାକ୍ତର କହିଛନ୍ତି, ହସ୍ପିଟାଲରେ ପହଞ୍ଚିବା ପରେ ସଙ୍ଗେ ସଙ୍ଗେ ପୀଡ଼ିତଙ୍କ ଏମ୍‌ଆର୍‌ଆଇ ସ୍କାନ କରାଯାଇଥିଲା। ଏଥିରୁ ଜଣାପଡ଼ିଥିଲା କି, ତାଙ୍କ ପ୍ରାଇଭେଟ ପାର୍ଟରେ ୩ ସେଣ୍ଟିମିଟର ଲମ୍ବାର ଫାଟ ସୃଷ୍ଟି ହୋଇଛି। ଏହାପରେ ଆମେ ପୀଡ଼ିତ ଯୁବକଙ୍କ ସର୍ଜରୀ କରିବାକୁ ନିଷ୍ପତ୍ତି ନେଇଥିଲୁ। ଏବେ ସର୍ଜରୀ ସଫଳ ହୋଇଛି। ଡାକ୍ତରଙ୍କ କହିବା ହେଲା, ସର୍ଜରୀର ୬ ମାସ ପରେ ରୋଗୀ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଯିବେ। ସେ ପୁଣିଥରେ ନିଜ ପାର୍ଟନରଙ୍କ ସହିତ ସମ୍ବନ୍ଧ ବନାଇ ପାରିବେ। ତେବେ ବିଗତ ୪୦ ବର୍ଷ ଭିତରେ ଏମିତି ମାମଲା ପ୍ରଥମ ଥର ଦେଖିବାକୁ ମିଳିଥିବା ଡାକ୍ତର କହିଛନ୍ତି।