Below header

ନକଲି ଔଷଧ କାରବାର ମାମଲା: ମୁମ୍ବାଇରେ ଗିରଫ ସୁଦୀପ ମୁଖାର୍ଜୀକୁ ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ ଏସଟିଏଫ୍‌

କେନ୍ୟୁଜ୍(ବ୍ୟୁରୋ):  ନକଲି ଔଷଧ କାରବାର ମାମଲାରେ ମୁମ୍ବାଇରେ ଗିରଫ ସୁଦୀପ ମୁଖାର୍ଜୀକୁ ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ ଏସଟିଏଫ୍‌ । ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ମାକ୍ସ ରିଲିଫ ହେଲଥକେୟାରର ସୁଦୀପକୁ ୧୦ ଦିନିଆ ରିମାଣ୍ଡରେ ଆଣିବାକୁ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏହି ମାମଲାରେ ନିକଟରେ ମୁମ୍ବାଇରୁ ତଦନ୍ତ ସାରି ଫେରିଛି STF ଟିମ । ପୂର୍ବରୁ ନକଲି ଔଷଧ କାରବାରରେ କିଙ୍ଗପିନ୍‌ ତଥା ମେଡିଲୋୟଡ ମେଡିକାମେଣ୍ଟର ଏମଡି ଶିବ ପ୍ରସନ୍ନ ଜେନାଙ୍କ ସମେତ ୪ ଜଣଙ୍କୁ ବାନ୍ଧିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍‌। ତେଣୁ ଶିବ ପ୍ରସନ୍ନଙ୍କ ସହ ସୁଦୀପଙ୍କୁ ମୁହାଁମୁହିଁ ଜେରା କରିବା ପାଇଁ ଯୋଜନା ରହିଛି ।

ନକଲି କରୋନା ମେଡିସିନ୍‌ ଜାଣି ମଧ୍ୟ ମାକ୍ସ ରିଲିଫ ହେଲଥକେୟାରର ସୁଦୀପ ସହ କାରବାର କରିଥିଲେ ଶିବପ୍ରସନ୍ନ ଜେନା। ଗତ ନଭେମ୍ବରରେ ଓଡ଼ିଶା ଆସିଥିଲା ସୁଦୀପ। ଶିବ ସହିତ ମିଶି ନକଲି ଔଷଧ କାରବାରର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା। ଖୁବ୍‌ଶୀଘ୍ର କ୍ରାଇମବ୍ରାଞ୍ଚ STF ସୁଦୀପକୁ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରିବ। ସୁଦୀପ ଓ ଶିବପ୍ରସନ୍ନ ନେଟୱର୍କରେ ଆଉ କିଏ ଓଡ଼ିଶାରୁ ସାମିଲ ଅଛନ୍ତି ସେନେଇ ଖୋଳତାଡ ଚାଲିଛି। ସୁଦୀପକୁ ମେଡିଲଏଡ୍‌ ଦେଇଛି ୮୦ଲକ୍ଷ ଟଙ୍କା। ମୁମ୍ବାଇରେ ଏସ୍‌ଟିଏଫ୍‌ ସୁଦୀପ ଆକାଉଣ୍ଟ ଯାଞ୍ଚ କରିବା ପରେ ଏହି ପ୍ରମାଣ ପାଇଛି। ମେଡିଲଏଡ ମେଡିକାମେଣ୍ଟ ସଂସ୍ଥାର ଆର୍ଥିକ କାରବାର ନେଇ ଖୋଳତାଡ କରୁଛି STF।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.