Below header

ଘୋଡ଼ା ଠାରୁ ଜନ୍ମ ହୋଇଥିଲା କି ମଣିଷ, ଜାଣନ୍ତୁ କଣ କହୁଛି ପୁରାଣ

ମାନବ ସଭ୍ୟତାର ବିକାଶରେ ଅନେକ ଜୀବଜନ୍ତୁଙ୍କର ଅବଦାନ ରହିଆସିଛି । ଏମାନଙ୍କ ଭିତରେ ଅଛନ୍ତି କୁକୁର, ଗାଈ, ବାଛୁରୀ, ଛେଳି, ମଇଁଷି ପରି ଜୀବଜନ୍ତୁ । ହୁଏତ ଏହି କାରଣରୁ ଏହି ଜୀବଙ୍କର ମାନବ ରୂପୀ ଅବତାରକୁ ବି ଅନେକ ଥର କଳ୍ପନା କରି ଦେଖାଯାଇଛି । ବିଭିନ୍ନ ଲୋକକଥା ଓ ଜନଶ୍ରୁତି ମାନଙ୍କରେ ଅଶ୍ୱ ବା ଘୋଡା ସହିତ ମଣିଷ ସମାଜର ରହିଥିବା ସମ୍ପର୍କକୁ ବ୍ୟାଖ୍ୟା କରାଯାଇଥିବାର ଆମେ ଅନେକ ଶୁଣିଥିବା ନିଶ୍ଚିନ୍ତ | “ଅଶ୍ୱମାନବ” ନାଁରେ ବି ଏକ ତାରା ମଣ୍ଡଳ ରହିଛି |

୧. କଶ୍ୟପ ଋଷିଙ୍କ ପତ୍ନୀ ସୁରଭିଙ୍କ ଠାରୁ ମଇଁଷି, ଗାଈ, ଘୋଡା ତଥା ଦୁଇ ଖୁର ବିଶିଷ୍ଟ ପଶୁଙ୍କର ଉତ୍ପତ୍ତି ହୋଇଥିବା ନେଇ ବିଶ୍ୱାସ ରହିଛି । ପୁରାଣ ଅନୁଯାୟୀ ଅଶ୍ବିନୀ କୁମାରଙ୍କ ମୁହଁ ଘୋଡା ସହ ବିଲକୁଲ ସମାନ ଥିଲା ।

୨ .ସମୁଦ୍ର ମନ୍ଥନ ସମୟରେ ଉଚ୍ଚଶ୍ରବା ଘୋଡା ଜନ୍ମ ନେଇଥିଲା । ଏହି ସୁବର୍ଣ୍ଣ ବର୍ଣ୍ଣର ଘୋଡା ଖୁବ ଦ୍ରୁତ ବେଗରେ ଦୌଡିବା ସହ ଉଡି ପରିବାର କ୍ଷମତା ଥିବା ବିଶ୍ୱାସ କରଯାଏ । ଏହି ବିଶେଷ ଧରଣର ଘୋଡାଟି କେବଳ ଅମୃତ ପାନ କରି ହିଁ ବଞ୍ଚିଥାଏ ।

୩ .ଆହୁରି ମଧ୍ୟ ଏକ ବିଶ୍ୱାସ ରହିଛିଯେ ଘୋଡା ଠାରୁ ହିଁ ମାନବର ବେଗ ତୀବ୍ର ହୋଇଥିଲା । ପୂର୍ବରୁ ରାଜା ମହାରାଜା ମାନେ ଘୋଡାକୁ ପୋଷ୍ୟ ଜନ୍ତୁ ଭାବରେ ରଖୁଥିଲେ । ଯୁଦ୍ଧ ସମୟରେ ରାଜପୁତ ମାନେ ହିଁ ସର୍ବାଧିକ ଘୋଡାର ବ୍ୟବହାର କରିଥାନ୍ତି ।

୪. ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ଘୋଡା ମାନଙ୍କର ମୂଳ ସ୍ଥାନ ହେଉଛି ମଙ୍ଗୋଲିଆ ଓ ତୁର୍କୀସ୍ଥାନ ।  କିନ୍ତୁ ନିକଟରେ ଭାରତର ଗୁଜୁରାଟରୁ ବୈଜ୍ଞାନିକ ମାନଙ୍କୁ ଘୋଡା ପରି ଜୀବର କିଛି ଅବଶେଷ ମିଳିଛି । ତେଣୁ ଘୋଡା ପରି ପଶୁଙ୍କର ଉତ୍ପତ୍ତି ସ୍ଥଳ ଯେ ଭାରତ ଏଥିରେ କୌଣସି ସନ୍ଦେହ ନାହିଁ ।

୫ . ଘୋଡାଙ୍କୁ ପୋଷ୍ୟ ଭାବରେ ପାଳିବାର ପରମ୍ପରା ପ୍ରଥମେ ମଧ୍ୟଏସିଆରୁ ପ୍ରାୟ ୬ ହଜାର ବର୍ଷ ପୂର୍ବେ ହିଁ ଆରମ୍ଭ ହୋଇଥିଲା । କିନ୍ତୁ ଏହାର 1 ହଜାର ବର୍ଷ ଭିତରେ ପୁରା ବିଶ୍ୱରେ ଏହି ପ୍ରଥା ବ୍ୟାପି ଯାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.