କଣ ଏଣ୍ଡୁଅ ରଙ୍ଗ ବଦଳାଇବାର ଦୃଶ୍ୟ କେବେ ଆଖିରେ ଦେଖିଛନ୍ତି, ତାହେଲେ ଥରେ ଦେଖନ୍ତୁ ଏ ଭିଡିଓ

ଏଣ୍ଡୁଅ ରଙ୍ଗ ବଦଳାଏ ଆମେ ଜାଣନ୍ତି ଆଉ ଅନେକ ଥର ଶୁଣି ବି ଛନ୍ତି। କିନ୍ତୁ କେବେ ଆପଣ ଏଣ୍ଡୁଅ ରଙ୍ଗ ବଦଳାଇବାର ପୂରା ଦୃଶ୍ୟ ଦେଖିଛନ୍ତି କି। ଯଦି ଦେଖିନାହାଁନ୍ତି ତାହେଲେ ଆଜି ଆମେ ଆପଣଙ୍କୁ ଏମିତି ଭିଡିଓ ଦେଖାଇବୁ ଯେଉଁଥିରେ ଏଣ୍ଡୁଅ ମାତ୍ର ୨ ମିନିଟ ଭିତରେ ୭ ଥର ନିଜର ରଙ୍ଗ ବଦଳାଇଛି।

ପ୍ରକୃତିର ଏହି ସୁନ୍ଦର ଦୃଶ୍ୟକୁ ପାଖରୁ ଦେଖି ଲୋକେ ଚକିତ ହୋଇଯାଉଛନ୍ତି। ଭିଡିଓରେ ଗୋଟେ ଏଣ୍ଡୁଅ ରଙ୍ଗ ବଦଳାଉଥିବାର ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳୁଛି। ଏହି ଭିଡିଓକୁ ଆଇପିଏସ ରୁପିନ୍‌ ଶର୍ମା ନିଜ ଟ୍ଵିଟରରେ ସେୟାର କରିଛନ୍ତି। ଏହି ଭିଡିଓର ଖାସ୍‌ କଥା ହେଉଛି ଏଣ୍ଡୁଅଟି ବହୁତ ହି କମ୍‌ ସମୟ ଭିତରେ ନିଜର ରଙ୍ଗ ବଦଳାଉଛି। ଭିଡିଓକୁ ଲୋକେ ବହୁତ ମାତ୍ରାରେ ପସନ୍ଦ କରୁଛନ୍ତି।

ଏହି ସୁନ୍ଦର ଦୃଶ୍ୟକୁ ବହୁ ଜଣାଶୁଣା ଫଟୋଗ୍ରାଫର ବିକ୍ରମ ପୋନପ୍ପା ନିଜ କ୍ୟାମେରାରେ କଏଦ କରିଛନ୍ତି। ସେ ଯାହା ବି ହେଉ ଏ ବିରଳ ଦୃଶ୍ୟ ନିହାତି ଭାବେ ଆପଣଙ୍କ ମନୋରଞ୍ଜନ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.