Below header

ବେଡ୍‌ରୁମ୍‌ ଭିଡିଓ ସେୟାର କଲେ ରାକ୍ଷୀ ସାଓ୍ଵନ୍ତ, ଏମିତି କହି ଟ୍ରୋଲ୍‌ କଲେ ୟୁଜର

ଡ୍ରାମା କୁଇନ୍‌ ଭାବେ ପରିଚିତ ରାକ୍ଷୀ ସାଓ୍ଵନ୍ତ ସବୁବେଳେ ଲାଇମ୍‌ ଲାଇଟ୍‌ରେ ରହିବାକୁ କିଛି ନା କିଛି କାମ କରିଥାନ୍ତି। ସେ ଭଲ ହେଉ ବା ଖରାପ ତାଙ୍କୁ ସେଥିରେ କୌଣସି ଫରକ ପଡ଼ିନଥାଏ। ଗତ କିଛି ଦିନ ହେବ ରାକ୍ଷୀ ନିଜ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେ ଜଣେ ଏନ୍‌ଆରଆଇ ବିଜ୍‌ନେସ୍‌ ମ୍ୟାନ୍‌ଙ୍କୁ ବିବାହ କରିଛନ୍ତି ବୋଲି କହିବୁଲୁଛନ୍ତି। ମାତ୍ର ରାକ୍ଷୀ ଏବେ ପର୍ଯ୍ୟନ୍ତ ନିଜ ସ୍ୱାମୀଙ୍କ ଫଟୋ ସୋସିଆଲ ମିଡିଆରେ ସେୟାର କରିନାହାନ୍ତି। ଏଣୁ ତାଙ୍କ ବିବାହକୁ ଲୋକେ ମିଛ ଭାବୁଛନ୍ତି। ତେବେ ଇତିମଧ୍ୟରେ ରାକ୍ଷୀ ପୁଣିଥରେ ଫ୍ୟାନ୍‌ଙ୍କୁ ଏକ ସରପ୍ରାଇଜ୍‌ ଦେଇଛନ୍ତି।

ରାକ୍ଷୀ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଘର ଭିତରର ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ କ୍ୟାପସନ୍‌ ଲେଖିଛନ୍ତି ‘ମୋ ଘର, ମୁଁ ମୋ ସ୍ୱାମୀଙ୍କ ହୃଦୟ ଓ ଘରର ରାଣୀ’। ତେବେ ଏହି ଭିଡିଓରୁ ଅନୁମାନ କରାଯାଉଛି ଯେ ଘରଟି ରାକ୍ଷୀଙ୍କ ସ୍ୱାମୀଙ୍କ ଘର ବୋଲି। ଘରର ଭିତର ଖୁବ୍‌ ରୟାଲ ଲାଗୁଥିବା ବେଳେ ସାଜସଜ୍ଜା ମଧ୍ୟ ଖୁବ୍‌ ଆକର୍ଷକ ହୋଇଛି।

ଏହାସହ ପଢ଼ନ୍ତୁ:  ସାମ୍ନାକୁ ଆସିଲା ଐଶ୍ୱର୍ଯ୍ୟାଙ୍କ ବାର୍ଥ ଡେ’ ଫଟୋ, ରାଜକୁମାରୀ ଲୁକ୍‌ରେ ନଜର ଆସିଲେ ନୀଳନୟନା

 

View this post on Instagram

 

My house 🏠I am a princess of my husband heart and my house

A post shared by Rakhi Sawant (@rakhisawant2511) on


ଲୋକଙ୍କୁ ନିଜ ରାଜକୀୟ ଅନ୍ଦାଜ୍‌ ଦେଖାଇବା ପାଇଁ ରାକ୍ଷୀ ଏହି ଭିଡିଓ ସେୟାର କରିଥିବା ବେଳେ ୟୁଜର କିନ୍ତୁ ଏହାକୁ ମିଛ ବୋଲି କହିଛନ୍ତି। ରାକ୍ଷୀ ପବ୍ଲିସିଟି ପାଇଁ ଏମିତି ଫେକ୍‌ ଭିଡିଓ ସେୟାର କରୁଛନ୍ତି ବୋଲି କିଛି ୟୁଜର ମତ ଦେଇଛନ୍ତି। ସେହିପରି ଆଉ କିଛି ଲୋକ ଏହି ଭିଡିଓକୁ ଟିକ୍‌ଟକ୍‌ରେ ମଧ୍ୟ ଦେଖିଥିବା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.