ଝାରସୁଗୁଡାରେ ଡାଇରିଆ ଆତଙ୍କ, ଜଣେ ମୃତ ୨୦ ଆକ୍ରାନ୍ତ

ଝାରସୁଗୁଡା (କେନ୍ଯୁଜ୍) : କୁଆକୁଣ୍ଡାରେ ଡାଇରିଆ ଆତଙ୍କ । ଏଥିରେ ଜଣଙ୍କର ମୃତ୍ୟୁ ହେବା ସହ ୨୦ ଜଣ ଆକ୍ରାନ୍ତ ହୋଇଛନ୍ତି । ମୃତକ ଜଣକ ହେଉଛନ୍ତି ବଲ୍ଲଭି ବାରିକ । ଆକ୍ରାନ୍ତ ରୋଗୀମାନଙ୍କୁ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଖବର ପାଇ ୬ ଜଣିଆ ଡାକ୍ତରୀ ଦଳ ଗାଁ ରେ ପହଞ୍ଚି ଚିକିତ୍ସା କରିଛନ୍ତି । ଡାଇରିଆକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିବା ପାଇଁ ଗ୍ରାମବାସୀଙ୍କୁ ରୋଗପ୍ରତିଶୋଧକ ଔଷଧ ବିତରଣ କରାଯାଇଛି । ନାଳ, ନର୍ଦ୍ଦମା, କୁଅ ଏବଂ ପାଣି ଜମା ହୋଇଥିବା ସ୍ଥାନରେ ବ୍ଲିଚିଙ୍ଗ୍‌ ପାଉଡର୍‌ ଏବଂ ଔଷଧ ପକା ଯାଇଛି । ଏହା ସହ ଆକ୍ରାନ୍ତ ବ୍ୟକ୍ତିମାନଙ୍କୁ ଚିକିତ୍ସାଳୟ ନେବା ପାଇଁ ୧୦୮ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.